ପ୍ରତିଦିନ ସକାଳେ ପିଅନ୍ତୁ ଏହି ଜୁସ୍‌, ଓଜନ କମ୍‌ ହେବାରେ କରିବ ଅନେକ ସାହାଯ୍ୟ

ଓଜନ କମ୍‌ କରିବା ପାଇଁ ପ୍ରତିଦିନ ବ୍ୟାୟାମ ଏବଂ ସଠିକ୍ ଖାଇବା ଅଭ୍ୟାସ କରିବା ଆବଶ୍ୟକ ହୋଇଥାଏ । ଏହା ବ୍ୟତୀତ ଆପଣ ନିଜ ଡାଏଟ୍‌ରେ କିଛି ପରିବର୍ତ୍ତନ କରି, ନିଜ ଓଜନ ସହଜରେ କମ୍‌ କରିପାରିବେ । ସେଥିମଧ୍ୟରୁ ଗୋଟିଏ ହେଉଛି ‘ଅଁଳା ଜୁସ୍‌’ । ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ ।

ଆଜିକାଲି ଲୋକମାନେ ଓଜନ କମ୍‌ କରିବାକୁ ବିଭିନ୍ନ ପ୍ରକାରର ପଦ୍ଧତି ଆପଣାଉଛନ୍ତି । ଏଥିପାଇଁ ତାଙ୍କୁ ବହୁତ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡୁଛି । କାରଣ ପତଳା ହେବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ କରିବାକୁ ପଡିଥାଏ । ତେବେ ଓଜନ କମ୍‌ କରିବା ପାଇଁ ପ୍ରତିଦିନ ବ୍ୟାୟାମ ଏବଂ ସଠିକ୍ ଖାଇବା ଅଭ୍ୟାସ କରିବା ଆବଶ୍ୟକ ହୋଇଥାଏ । ଏହା ବ୍ୟତୀତ ଆପଣ ନିଜ ଡାଏଟ୍‌ରେ କିଛି ପରିବର୍ତ୍ତନ କରି, ନିଜ ଓଜନ ସହଜରେ କମ୍‌ କରିପାରିବେ । ସେଥିମଧ୍ୟରୁ ଗୋଟିଏ ହେଉଛି ‘ଅଁଳା ଜୁସ୍‌’ । ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ । ଯେପରି ଏଥିରେ ଭିଟାମିନ୍ C ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବାରୁ, ଏହା ଶରୀରରେ ଥିବା କ୍ଷତିକାରକ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଭିଟାମିନ୍ C ମଧ୍ୟ ଏଥିରେ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ କରିଥାଏ । ‘ଅଁଳା’ ମଧ୍ୟ ଫାଇବରର ଏକ ଭଲ ଉତ୍ସ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇପାରିବ । ତାହେଲେ ଆସନ୍ତୁ ଜାଣିବା ଯେ ‘ଅଁଳା ଜୁସ୍‌’ ପିଇବାର ଫାଇଦା ଏବଂ ତିଆରି କରିବାର ପଦ୍ଧତି ।

‘ଅଁଳା ଜୁସ୍‌’ ତିଆରି କରିବାର ସାମଗ୍ରୀ :
ଏହି ଜୁସ୍‌ ତିଆରି କରିବା ପାଇଁ ଆପଣଙ୍କୁ ୫ ରୁ ୭ଟି କଞ୍ଚା ଅଁଳା ନେବାକୁ ପଡିବ, ଏହା ସହ ମରିଚ, ୨ ଚାମଚ ଲେମ୍ବୁ ରସ, ଅଳ୍ପ ଅଦା, ୧୦ଟି ପୋଦିନା ପତ୍ର, ୧ ଚାମଚ କଳା ଲୁଣ, ୧ ଚାମଚ ଜିରା, ୩ଟି କଳା ଲଙ୍କା ଏବଂ ପାଣି ।

ଜାଣନ୍ତୁ କିପରି ତିଆରି କରିବେ ‘ଅଁଳା ଜୁସ୍‌’ :
ସର୍ବପ୍ରଥମେ ଏହି ସମସ୍ତ ଉପାଦାନକୁ ମିକ୍ସ କରିଦିଅନ୍ତୁ । ଏହା ପରେ ୧ ଗ୍ଲାସ୍ ପାଣି ମିଶାଇ ଏହାକୁ ଭଲ ଭାବେ ଗ୍ରାଇଣ୍ଡ୍ କରିଦିଅନ୍ତୁ । ତାପରେ ସେହି ଜୁସ୍‌କୁ ଛାଣି ଦିଅନ୍ତୁ । ଏହା ପରେ ଏହି ପାଣିରେ ବରଫ କ୍ୟୁବ୍ ପକାଇ ଭଲ ଭାବରେ ମିଶାନ୍ତୁ । ଶେଷରେ ପୋଦିନା ପତ୍ର ମିଶାନ୍ତୁ ଏବଂ ପ୍ରତିଦିନ ସକାଳେ ଏହି ‘ଅଁଳା ଜୁସ୍‌’ ପିଅନ୍ତୁ । ଦେଖିବେ ଏହାର ଅନେକ ଲାଭ ମିଳିବ ।

ଖାଲି ପେଟରେ ‘ଅଁଳା ଜୁସ୍‌’ ପିଅନ୍ତୁ :
ଆପଣମାନେ ତ ଜାଣିଥିବେ ଯେ କଞ୍ଚା ଅଁଳା ଖାଇବା ପାଇଁ ଟିକେ କସା ଏବଂ ଖଟା ଲାଗିଥାଏ । ତେଣୁ ଅନେକ ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । ତେବେ ପ୍ରତିଦିନ ସକାଳେ ଏହି ଜୁସ୍‌ ପିଇବା ଦ୍ୱାରା କେବଳ ଆପଣଙ୍କ ଓଜନ କମ୍‌ ହେବ ନାହିଁ ବରଂ ଆପଣଙ୍କ ଶରୀର ମଧ୍ୟ ଡିଟକ୍ସାଇଫ ହୋଇଯିବ । ସେଥିପାଇଁ ଆପଣ ପ୍ରତିଦିନ ଏହି ‘ଅଁଳା ଜୁସ୍‌’ ପିଇପାରିବେ, ଯାହା ଫଳରେ ଆପଣ ଅନେକ ପ୍ରକାରର ଫାଇଦା ମଧ୍ୟ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.