ଇସ୍ରୋ ଜାରି କଲା ଚନ୍ଦ୍ରପୃଷ୍ଠର ଆଶ୍ଚର୍ଯ୍ୟ କରିଦେବା ଭଳି ଫଟୋ, ଦେଖନ୍ତୁ ଜହ୍ନମାମୁଁର ପ୍ରକୃତ ସ୍ୱରୂପ

ପୁଣିଥରେ ଚନ୍ଦ୍ରପୃଷ୍ଠର ନୂଆ ଫଟୋ ଜାରି କରିଛି ଇସ୍ରୋ। ଏହି ଫଟୋରେ ଆଗ୍ନେୟଗିରିର ମୁଖ ସମେତ ଚନ୍ଦ୍ର ଉପରେ ଏହାର ପ୍ରଭାବ ଆଦି ଦେଖିବାକୁ ମିଳିଛି। ଚନ୍ଦ୍ରୟାନ-୨ର DF-SAR ରେ ଲାଗିଥିବା ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରା ଚନ୍ଦ୍ରପୃଷ୍ଠର କୋଣ ଅନୁକୋଣର ସୂକ୍ଷ୍ମରୁ ଅତି ସୂକ୍ଷ୍ମ ଫଟୋ ଉଠାଇବାକୁ ସମର୍ଥ ବୋଲି ଇସ୍ରୋ ନିଜ ଟ୍ଵିଟରରେ ସୂଚନା ଦେଇଛି।
#ISRO#Chandrayaan2’s DF-SAR is designed to produce greater details about the morphology and ejecta materials of impact craters on the lunar surface. Have a look of initial images and observations made by DF-SAR
For more details please visit: https://t.co/1j7SBcXIpl pic.twitter.com/SEHukoYJMV
— ISRO (@isro) October 22, 2019
ଏହି ଫଟୋରେ ନୂତନ ଆଗ୍ନେୟଗିରି, ଜୀବନ୍ତ ଆଗ୍ନେୟଗିରି ଓ ମୃତ ଆଗ୍ନେୟଗିରିର ମୁଖ ଦେଖିବାକୁ ମିଳିଛି। ଇସ୍ରୋ ଦ୍ୱାରା ସେୟାର କରାଯାଇଥିବା ଫଟୋରେ ଏହାକୁ ଚିହ୍ନିତ କରାଯାଇଛି। ଏହି ଫଟୋରୁ ପ୍ରକୃତିର ବୈଚିତ୍ରତା ସମ୍ପର୍କରେ ସୂଚନା ମିଳୁଛି।
ଏହାସହ ପଢ଼ନ୍ତୁ: ଚାପୁଡ଼ାର ପ୍ରତିଶୋଧ ନେବାକୁ ଯାଇ ଛାତ୍ର ଭିଆଇଲେ ଏଭଳି କାଣ୍ଡ ଯାହା ଆପଣଙ୍କୁ କରିଦେବ ସ୍ତବ୍ଧ, ଦେଖନ୍ତୁ ଭିଡିଓ
#ISRO
Have a look at the images taken by #Chandrayaan2‘s Orbiter High Resolution Camera (OHRC).
For more images please visit https://t.co/YBjRO1kTcL pic.twitter.com/K4INnWKbaM— ISRO (@isro) October 4, 2019
ଜୀବନ୍ତ ଆଗ୍ନେୟଗିରିର ରଙ୍ଗ ଗାଢ଼ ହଳଦିଆ ହୋଇଥିବା ବେଳେ ମୃତ ତଥା ପୁରାତନ ଆଗ୍ନେୟଗିରିର ରଙ୍ଗ କଳା ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋରେ ଶତାଧିକ ଛୋଟ ବଡ଼ ଆଗ୍ନେୟଗିରି ଥିବା ନଜର ଆସିଛି।
ତେବେ ଆଗ୍ନେୟଗିରିଠାରୁ ହଜାର ହଜାର କିଲୋମିଟର ଦୂରରେ ଥାଇ ମଧ୍ୟ ଚନ୍ଦ୍ରୟାନ୍-୨ର ଅର୍ବିଟର ହାଇ ରିଜଲ୍ୟୁସନ୍ କ୍ୟାମେରା ଏହି ଫଟୋ ଉଠାଇବାରେ ସଫଳ ହୋଇଥିବା ଇସ୍ରୋ ସୂଚନା ଦେଇଛି।