ଉତ୍ତରାଖଣ୍ଡର ଏହି ଗାଁରେ ହୁଏ ନାହିଁ ପ୍ରଭୁ ହନୁମାନଙ୍କ ପୂଜା! ପୌରାଣିକ ଯୁଗରୁ ହିଁ ରହି ଆସିଛି ଅସନ୍ତୋଷ; ଜାଣନ୍ତୁ ଏହା ପଛର ଅଜବ କାରଣ…

ହିନ୍ଦୁ ଧର୍ମରେ ସଙ୍କଟମୋଚନ ପ୍ରଭୁ ହନୁମାନଙ୍କୁ ବହୁତ ନିଷ୍ଠାର ସହିତ ଆରାଧନା କରାଯାଇଥାଏ। ହନୁମାନଙ୍କ ଭକ୍ତ ଦେଶର କୋଣ ଅନୁକୋଣରେ ରହିଛନ୍ତି। ଦେଶରେ ଥିବା ହଜାର ହଜାର ହନୁମାନ ମନ୍ଦିରରେ ମଙ୍ଗଳବାର ଦିନ ଭକ୍ତମାନଙ୍କର ଅସମ୍ଭବ ଭିଡ଼ ଲାଗି ରହିଥାଏ। କିଛି ଲୋକ ସ୍ୱତନ୍ତ୍ର ମଙ୍ଗଳବାର ବ୍ରତ ମଧ୍ୟ ରଖି ଥାଆନ୍ତି। ପ୍ରଭୁ ହନୁମାନଙ୍କୁ ସିନ୍ଦୁର ଚଢ଼ା ଯାଇଥାଏ। କିନ୍ତୁ ଆମ ଦେଶରେ ଏପରି ଏକ ଗାଁ ଅଛି, ଯେଉଁଠି ହନୁମାନଙ୍କୁ ପୂଜା କରିବା ଘୋର ଅପରାଧ ଭାବରେ ଗଣାଯାଏ। ଏଠି କେହି ବି ହନୁମାନଙ୍କୁ ପୂଜା, ଆରାଧନା କରନ୍ତି ନାହିଁ।

କଳିଯୁଗରେ ପ୍ରଭୁ ହନୁମାନ ଅତ୍ୟନ୍ତ ପ୍ରତ୍ୟକ୍ଷ ଦେବତା। ସେ ଭକ୍ତଙ୍କର ସବୁ ମନୋକାମନା ପୂରଣ କରି ଥାଆନ୍ତି। ଏଥିପାଇଁ ଏହି ଯୁଗରେ ପ୍ରଭୁ ହନୁମାନଙ୍କୁ ସମସ୍ତେ ଭକ୍ତିର ସହିତ ଉପାସନା କରି ଆସୁଛନ୍ତି। ପ୍ରଭୁ ଆମକୁ ସବୁ ସଙ୍କଟରୁ ମଧ୍ୟ ରକ୍ଷା କରି ଥାଆନ୍ତି। କିନ୍ତୁ ଉତ୍ତରାଖଣ୍ଡର ଚାମୋଲିରେ ଏମିତି ଏକ ଗାଁ ଅଛି, ଯେଉଁଠି ହନୁମାନଙ୍କୁ ପୂଜା କରିବା ମନା। ଏହି ଗାଁର ନାଁ ‘ଦୁନାଗିରି’। ଗ୍ରାମବାସୀ ଭଗବାନ ହନୁମାନଙ୍କ ଉପରେ ଏତେ ଅସନ୍ତୁଷ୍ଟ ଯେ ଏଠାରେ ହନୁମାନଙ୍କୁ ପୂଜା କରିବା ଅପରାଧ ସହିତ ବିବେଚନା କରାଯାଏ। ଏପରି କି, ଗାଁରେ ହନୁମାନଙ୍କର ଗୋଟିଏ ବି ମନ୍ଦିର ନାହିଁ କି ଗାଁର ଲୋକମାନେ ବାହାରର କୌଣସି ହନୁମାନ ମନ୍ଦିର ଯାଆନ୍ତି ନାହିଁ।

ଏହା ହେଉଛି ଅସନ୍ତୋଷର କାରଣ

ମାନ୍ୟତା ରହିଛି କି, ଯେତେବେଳେ ସୀତାହରଣ ପରେ ରାବଣର ସେନା ସହିତ ଯୁଦ୍ଧ ହେଉଥିଲା, ସେତେବେଳେ ଲକ୍ଷ୍ମଣ ମେଘନାଥର ବାଣରୁ ମୂର୍ଚ୍ଚିତ ହୋଇ ଯାଇଥିଲେ। ସେହି ସମୟରେ ତାଙ୍କ ଚିକିତ୍ସା ପାଇଁ ପବନପୁତ୍ର ହନୁମାନ ସଞ୍ଜୀବନୀ ବୁଟି ଖୋଜିବା ପାଇଁ ଏଠାକୁ ଆସିଥିଲେ। ସେତେବେଳେ ଏହି ଗାଁର ମହିଳାମାନେ ତାଙ୍କୁ ପର୍ବତର ସେହି ଅଂଶ ଦେଖାଇଥିଲେ, ଯେଉଁଠାରେ ସଞ୍ଜୀବନୀ ବୁଟି ବଢ଼ିଥିଲା। କିନ୍ତୁ ଏହାସତ୍ତ୍ୱେ ହନୁମାନ ସଞ୍ଜୀବନୀ ବୁଟି ଚିହ୍ନି ପାରି ନ ଥିଲେ, ତେଣୁ ସେ ପୂରା ପର୍ବତକୁ ହିଁ ଉଠାଇ ନିଜ ହାତରେ ନେଇ ଯାଇଥିଲେ। ସେବେଠାରୁ ଏଠାକାର ଲୋକମାନେ ପ୍ରଭୁ ହନୁମାନଙ୍କ ଉପରେ ରାଗିଛନ୍ତି ଏବଂ ତାଙ୍କୁ କେବେ ବି ପୂଜା କରନ୍ତି ନାହିଁ। ଆଜି ମଧ୍ୟ ଏହି ଗାଁରେ ହନୁମାନଙ୍କୁ ପୂଜା କରା ନ ଯିବାର ପରମ୍ପରା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.