ଡାଇବେଟିସ୍ ରୋଗୀଙ୍କ ପାଇଁ ଅବ୍ଯର୍ଥ ଔଷଧ ପଣସ ଅଟା, ଖାଦ୍ୟରେ ଚାମୁଚାଏ ପକାଇଲେ ନିୟନ୍ତ୍ରଣକୁ ଆସିଯିବ ସୁଗାର ସ୍ତର

କୋରାପୁଟ:  ପଣସରୁ ଅଟା ! ଶୁଣିକି ଟିକେ ଆଶ୍ଚଯ୍ଯ ଲାଗୁଥିଲେ ବି କଥାଟା ସତ। କୋରାପୁଟରେ ପଣସ ଚିପିସର୍‌ ସଫଳତା ପରେ ଏବେ ପଣସରୁ ତିଆରି ହେବାକୁ ଯାଉଛି ଅଟା । ପଣସର ଅଟା ମଧୁମେହ ରୋଗୀଙ୍କ ପାଇଁ ବେଶ ଉପକାରୀ ସାବ୍ଯସ୍ତ ହେବ। ମାତ୍ର ଚାମୁଚେ ଅଟା ଖାଦ୍ୟରେ ଖାଇଲେ ଅନ୍ଯ କୌଣସି ଔଷଧର ଆବଶ୍ଯକତା ପଡିବ ନାହିଁ । ତିନି ମାସରେ ରୋଗୀର ସୁଗାର ସ୍ତର ନିୟନ୍ତ୍ରଣକୁ  ଆସିଯିବ । ଆଜ୍ଞା ହଁ କେରଳର ଜଣେ ପୁରସ୍କ୍ରୁତ ଷ୍ଟ୍ରାର୍ଟ ଅପ କମ୍ପାନୀ jackfruit.65 ର ମାଲିକ ଜେମ୍ସ ଜଶେପ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ଏଭଳି ନିଆରା ତଥ୍ଯ ସାମ୍ନାକୁ ଆସିବା ପରେ  କୋରାପୁଟର ପଣସକୁ ନେଇ ନୂଆ ସମ୍ଭାବନା ସୃଷ୍ଟି ହୋଇଛି ।

କୋରାପୁଟର ବିସ୍ତୀର୍ଣ୍ଣ ଜଙ୍ଗଲ ହେଉଛି ପ୍ରକୃତିର ବଡ଼ ଅବଦାନ । ଏଠାରେ ଉତ୍ପାଦିତ ଲାଗୁ ଜଙ୍ଗଲଜାତ ଦ୍ରବ୍ଯ ଜନଜାତିଙ୍କ ଆର୍ଥିକ ବିକାଶରେ ବଡ଼ ଯୋଗଦାନ ରହିଛି । କୋରପୁଟ ବନ ପାହାଡ଼ରେ ଉତ୍ପାଦିତ ହେଉଛି ଗଦା ଗଦା ପଣସ । ଏହାକୁ କମ ମୂଲ୍ଯରେ ବାହାର ରାଜ୍ଯର ବେପାରୀଙ୍କୁ ବିକ୍ରି କରୁଛନ୍ତି ଆଦିବାସୀମାନେ । ଗଛରୁ କଷି ପଣସକୁ କିଣି ରାୟପୁରକୁ ଚାଲାଣ ହେଉଛି । ଆଉ ଯାହା ଗଛରେ ରହୁଛି ସେସବୁକୁ କମ ଦାମରେ ସ୍ଥାନୀୟ ବଜାରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଏମାନେ । ଏମିତିକି ଚାହିଦା ଅଭାବରୁ ବହୁ ପଣସ ସେମିତି ଗଛରେ ପାଚି ନଷ୍ଟ ହେଉଛି । ଏଭଳି ସ୍ଥିତିରେ ପଣସର ଅଟା ଏବେ କୋରାପୁଟର ଆଦିବାସୀଙ୍କ ପାଇଁ ନୂଆ ସମ୍ଭାବନା ଆଣି ଦେଇଛି । ଆଦିବାସୀଙ୍କ ଆର୍ଥିକ ବିକାଶ ପାଇଁ ନୂଆ ରାସ୍ତା ଖୋଲି ଦେଇଛି ।

କୋରାପୁଟର ପାଚିଲା ପଣସରୁ ଚିପିସ ପ୍ରସ୍ତୁତ କରି ଆଦିବାସୀମାନେ  ସ୍ୱ।ବଲମ୍ବୀ  ହୋଇପାରିଛନ୍ତି। ଓରମାସର୍‌ ଉଦ୍ୟମରେ ଗଛରେ ପଚି ନଷ୍ଟ ହେଉଥିବା ପଣସକୁ ନେଇ ଚିପିସ ପ୍ରସ୍ତୁତ କୌଶଳ ଆଦିବାସୀଙ୍କୁ ଶିଖେଇବା ପରେ ବେଶ ଦି ପଇସା ରୋଜଗାର କରୁଛନ୍ତି ଏହି ଆଦିବାସୀମାନେ । କୋରାପୁଟର ପଣସ ଚିପିସ ଓରମାସ ସହାୟତାରେ ବାହାର ରାଜ୍ଯକୁ ପଠାଯାଉଥିବାବେଳେ, ଏବେ ପଣସରୁ ପ୍ରସ୍ତୁତ ହେବ ଅଟା ।

jack fruit
image credit: deccan herald

ସବୁଠାରୁ ବଡ ଏହି ଅଟା ସ୍ବାସ୍ଥ୍ଯ ପାଇଁ ବେଶ୍ ଉପକାରୀ। ଖାଇବାରେ ପଣସରୁ ପ୍ରସ୍ତୁତ ମାତ୍ର ଚାମୁଚେ ଅଟା ଖାଇଲେ ବ୍ଲଡ଼ ସୁଗାର ହ୍ରାସ ଘଟିବ । ତିନି ମାସରେ ବ୍ଲଡ଼ ସୁଗାର ଲେବଲ୍ ସାଧାରଣ ସ୍ତରକୁ ଆସିବ । ରୋଗୀକୁ ଖାଦ୍ୟ କଟକଣା ଭଳି ପରିସ୍ଥିତିର ସମ୍ମୁଖୀନ ହେବକୁ ପଡିବନି । ସ୍ବଭାବିକ ଖାଦ୍ୟ ଖାଇବାରେ କୌଣସି ପ୍ରତିବନ୍ଧକ ରହିବନି । ଏକଥା ଆମେରିକାନ ଡାଏବିଟିସ ଆସୋସିଏସନ ଦ୍ବାରା ପ୍ରମାଣିତ ହେବା ପରେ କେରଳରେ ଏହି କମ୍ପାନୀ ପଣସର ଅଟାକୁ ନେଇ ବ୍ଯବସାୟ କରି ସଫଳତା ପାଇଛି । ଏହାଦ୍ଵାରା ଚାଷୀଙ୍କ ରୋଜଗାର ବଢିବା ସହ ରୋଗୀଙ୍କ ଔଷଧ ଖର୍ଚ୍ଚ କମି ଥିବା ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏଇ ଆଲୋଚନା ପରେ କୋରାପୁଟର ପଣସକୁ ନେଇ ଏବେ ନୂଆ ଆଶା ସଞ୍ଚାର ହୋଇଛି । କୋରାପୁଟର ପଣସରୁ ଅଟା ପ୍ରସ୍ତୁତ ହୋଇ ବଜାରକୁ ପଠେଇବା ନେଇ ଓରମାସ ଆରମ୍ଭ କରିଛି ପ୍ରକ୍ରିୟା ।

diabetes reportକୋରାପୁଟ ଜିଲ୍ଲାରେ ପ୍ରାୟ ପ୍ରତ୍ୟେକ ବ୍ଲକରେ ପଣସ ଉତ୍ପାଦନ ହେଉଛି । କୋରାପୁଟ ବ୍ଲକରେ ୫୮ ହେକ୍ଟର ଜମିରେ ପଣସ ଗଛ ଥିବାବେଳେ ସେମିଳିଗୁଡ଼ା ବ୍ଲକରେ ୮୪ହେକ୍ଟର , ନନ୍ଦପୁରରେ ୯୨ , ପଟାଙ୍ଗିରେ ୮୬ ,ଲମତାପୁଟରେ ୯୪ , ଦଶମନ୍ତପୁରରେ ୬୮ , ଲକ୍ଷ୍ମୀ ପୁରରେ ୬୪ , ନାରାୟଣପାଟଣାରେ ୮୨ , ବନ୍ଧୁଗାଁରେ ୨୮ , ଜୟପୁରରେ ୨୫ , ବୋରିଗୁମ୍ମାରେ ୪୮ , କୋଟପାଡ଼ରେ ୩୫ , କୁନ୍ଦୁରାରେ ୩୨ ଓ ବୈପାରିଗୁଡ଼ା ବ୍ଲକରେ ୮୨ ହେକ୍ଟର ଜମିରେ ପଣସ ଚାଷ କରାଯାଉଛି ।

ଉଦ୍ୟାନ କୃଷି , ଜଙ୍ଗଲ ବିଭାଗ ସହ ବହୁ ଚାଷୀ ନିଜସ୍ୱ ଜମିରେ ମଧୁମେହ ରୋଗ ପାଇଁ ସହାୟକ ୮୮୮ହେକ୍ଟର ଜମିରେ ପଣସ ଗଛ ଲଗାଇଛନ୍ତି । ବର୍ଷକୁ ପ୍ରାୟ ୧୩ହଜାର ୭୭୦ ମେଟ୍ରିକ ଟନ ପଣସ ଉତ୍ପାଦନ ହେଉଛି । ପ୍ରାୟ ୧୫ ଶହ ମେଟ୍ରିକ ଟନ ପଣସ ମଂଜି ଉତ୍ପାଦନ ହେଉଛି । ମୋଟାମୋଟି କହିବାକୁ ଗଲେ ଏବେ କୋରାପୁଟର ପଣସକୁ ମିଳିବାକୁ ଯାଉଛି ନୂଆ ବ୍ରାଣ୍ଡ, ଯାହା ରାଜ୍ଯ ପାଇଁ ନିହାତୀ ଗର୍ବର ବିଷୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.