ଲାଞ୍ଚକୁ ପ୍ରତ୍ୟାଖ୍ୟାନ କରି ୧୨ କୋଟି ଟଙ୍କାର ଡ୍ରଗ୍ସ ଜବତ କଲେ ହୋମଗାର୍ଡ, କନଷ୍ଟେବଳକୁ ପଦୋନ୍ନତି

ନିଜ ସାଧୁତା ଓ କାର୍ଯ୍ୟନିଷ୍ଠତାର ପରିଚୟ ଦେଖାଇ ସରକାରଙ୍କ ପକ୍ଷରୁ ପୁରସ୍କୃତ ହେବା ସହ ପଦ୍ଦନ୍ନୋତି ମଧ୍ୟ ପାଇଛନ୍ତି ଜଣେ ପୋଲିସ ହୋମଗାର୍ଡ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆସାମରେ । ଆସାମ ପଣିଆ ପାଇଁ ଚର୍ଚ୍ଚାକୁ ଆସିଥିଲେ ବୋରସିଂ ବି କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାର ୧୨ କୋଟି ମୂଲ୍ୟର ଡ୍ରଗ୍ସ ଜବତ କରିବା ସହ ସାହସିକ ତଥା ସଚ୍ଚୋଟ ପଣିଆ ପାଇଁ ଚର୍ଚ୍ଚାକୁ ଆସିଥିଲେ । ପରେ ସରକାରଙ୍କ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯିବା ସହ କନେଷ୍ଟବଲ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ରାଜଧାନୀ ଗୌହାଟୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହୋମଗାର୍ଡରୁ କନଷ୍ଟେବଳ ପଦ ପାଇଁ ଆସାମ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ବଶର୍ମା ବୋର୍ସିଂ ବିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ହୋମଗାର୍ଡ ବୋର୍ସିଂ ବି ଏକାକୀ ଏକ ରାତ୍ରୀରେ କାର୍ଯ୍ୟରତ ଥିବାବେଳେ ମଣିପୁରର ଇମ୍ଫାଲରୁ ଗୋହ୍ବାଟୀ ଅଭିମୁଖେ ଯାଉଥିବା ଏକ ବସ ଉପରେ ଚଢାଉ କରିଥିଲେ । ଏହି ବସରୁ ପ୍ରାୟ ୧୨ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ମଧ୍ୟ ଜବତ କରିଥିଲେ ସେ । ଏହି ସମୟରେ ରଫାଦଫା କରିବା ପାଇଁ ହୋମଗାର୍ଡ ଜଣଙ୍କୁ ପ୍ରଲୋଭିତ କରିଥିଲେ ଡ୍ରଗ୍ସ ମାଫିଆ । ଏହି ଘଟଣାରେ ଚୁପ ରହିବା ପାଇଁ ବୋର୍ସିଂଙ୍କୁ ମୋଟା ଅଙ୍କର ଅର୍ଥ ମଧ୍ୟ ଯାଚିଥିଲେ ଡ୍ରଗ୍ସ ମାଫିଆ । କିନ୍ତୁ ଏ ସମସ୍ତ ଲାଞ୍ଚକୁ ପ୍ରତ୍ୟାଖ୍ୟାନ କରିବା ସହ ଉକ୍ତ ଡ୍ରଗ୍ସକୁ ଜବତ କରିଥିଲେ ବ୍ରୋସିଂ । ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ହୋମଗାର୍ଡ ଜଣଙ୍କ କାର୍ଯ୍ୟନିଷ୍ଠତାକୁ ପ୍ରଂଶସା କିରଥିଲେ । ପରେ ଆସାମ ପୋଲିସ ବିଭାଗ ମଧ୍ୟ ତାଙ୍କୁ ସମ୍ମାନିତ କରିଥିଲା। ତାଙ୍କୁ ରାଜ୍ୟ କ୍ୟାବିନେଟ ହୋମଗାର୍ଡରୁ କନେଷ୍ଟବଲ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ।

୨୦୦୨ ମସିହାରୁ ହୋମଗାର୍ଡ ଯବାନ ଭାବେ କାର୍ଯ୍ୟ କରିଆସୁଛନ୍ତି ବ୍ରୋସିଂ ବି। ସେ ପୂର୍ବରୁ ମଧ୍ୟ ଆସାମ ପୋଲିସରେ କନଷ୍ଟେବଳ ପଦ ପାଇଁ ସେ ଅନେକ ଥର ସାକ୍ଷାତକାରରେ ସାମିଲ ହୋଇଛନ୍ତି । କିନ୍ତୁ ତାଙ୍କର ଏପରି ସାହସିକତାକୁ ପୁରସ୍କୃତ କରିବା ସହ ତାଙ୍କୁ ପଦୋନ୍ନତି ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ଓ ଆସାମ ପୋଲିସ ବିଭାଗକୁ ଧନ୍ୟବାଦ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.