ଉତ୍ତର କୋରିଆ ତିଆରି କଲା ଏମିତି ମିସାଇଲ ଯାହା ଆମେରିକାକୁ ମିନିଟିଏରେ କରିଦେବ ଧ୍ୱଂସ, ଟ୍ରମ୍ପ କ୍ଷୁବ୍ଧ

ଆମେରିକା ଉପରେ ଆକ୍ରମଣ କରିବାକୁ ମିସାଇଲ ତିଆରି କରିଛି ଉତ୍ତର କୋରିଆ। ଉତ୍ତର କୋରିଆର ସରକାରୀ ମିଡିଆ ମୁତାବକ ଶନିବାର ମିଲିଟାରୀ ପରେଡ୍‌ରେ ନୂଆ ଇଣ୍ଟରକଣ୍ଟିନେଣ୍ଟାଲ ବାଲାଷ୍ଟିକ୍‌ ମିସାଇଲ ଲଞ୍ଚ୍‌ କରାଯାଇଛି। ରିପୋର୍ଟ ଅନୁସାରେ ଉତ୍ତର କୋରିଆର ନୂଆ ଶକ୍ତିଶାଳୀ ମିସାଇଲ ପରେଡ୍‌ ବିଷୟରେ ଜାଣିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଗିଯାଇଛନ୍ତି।
ଉତ୍ତର କୋରିଆର ଏହି ମିସାଇଲ ଏତେ ବଡ଼ ଯେ ଏହା ଆମେରିକାର ଯେକୌଣସି ସହର ଉପରକୁ ସହଜରେ ଆକ୍ରମଣ କରିପାରିବ। ଏହାକୁ ଦୁନିଆର ସବୁଠୁ ଲମ୍ବା ରୋଡ୍‌ ମୋବାଇଲ ମିସାଇଲ ମଧ୍ୟ କୁହାଯାଇପାରିବ।

kim2

ଟ୍ରମ୍ପ ଓ କିମ୍‌ ଏକାଧିକ ଥର ସାକ୍ଷାତ କରିଥିଲେ ମଧ୍ୟ ସେମାନେ କୌଣସି ନିଷ୍କର୍ଷରେ ପହଞ୍ଚିପାରିନାହାନ୍ତି। ଏବେ କୁହାଯାଉଛି ଯେ କିମ୍‌ ଗୋଟେ ପଟେ ଟ୍ରମ୍ପଙ୍କ ସହ ଶାନ୍ତି ପାଇଁ କଥା ବାର୍ତ୍ତା ହେଉଥିବା ବେଳେ ଅନ୍ୟପଟେ ଏଭଳି ମିସାଇଲ ତିଆରି କରି ଯୁଦ୍ଧ ଡାକରା ଦେଇଛନ୍ତି। ପରେଡ୍‌ର ଫଟୋ ଦେଖି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ଯେ ନୂଆ ଆଇସିବିଏମ୍‌ର ଦୈର୍ଘ୍ୟ ୨୫ରୁ ୧୬ ମିଟର ହୋଇପାରେ। ଏହି ମିସାଇଲ ୨ ହଜାରରୁ ୩୫୦୦ କିଲୋଗ୍ରାମ୍‌ ପର୍ଯ୍ୟନ୍ତ ବୋମା ପକାଇପାରେ।

kim3

ସୂଚନାଯୋଗ୍ୟ ଯେ ଓ୍ଵାର୍କର୍ସ ପାର୍ଟିର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ରାତି ଅନ୍ଧାରରେ ଉତ୍ତର କୋରିଆ ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ବିଶାଳ ମିଲିଟାରୀ ପରେଡ୍‌ର ଆୟୋଜନ କରାଯାଇଥିଲା। ଏ ଅବସରରେ କୌଣସି ବିଦେଶୀ ବ୍ୟକ୍ତିଙ୍କୁ ସେଠାରେ ଉପସ୍ଥିତ ହୋଇ ଫଟୋ ଉଠାଇବାକୁ ଅନୁମତି ମିଳିନଥିଲା। ଏହି କାର୍ଯ୍ୟକ୍ରମରେ ନିଜେ କିମ୍‌ ଜୋଙ୍ଗ ଉନ୍‌ ମଧ୍ୟ ଅଂଶଗ୍ରହଣ କରିଥିଲେ।

kim4

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.