ନାଗସାପକୁ ବାଥରୁମରେ ଥଣ୍ଡା ପାଣିରେ ଗାଧୋଇଦେଲେ ବ୍ୟକ୍ତି, ଭିଡିଓ ଭାଇରଲ

ସାପମାନେ ଗ୍ରୀଷ୍ମ ଋତୁରେ ଥଣ୍ଡା ସ୍ଥାନ ଏବଂ ଥଣ୍ଡା ପାଗରେ ଉଷ୍ମ ସ୍ଥାନ ଖୋଜନ୍ତି । ଆଉ ଏପରି ସ୍ଥାନରେ ବସନ୍ତି ଯାହାକୁ କେହି ଦେଖି ପାରିବେ ନାହିଁ । ତେବେ ସାପମାନଙ୍କ ମଧ୍ୟରେ ସବୁଠାରୁ ବିପଜ୍ଜନକ ନାଗ ସାପକୁ କୁହାଯାଏ । କାରଣ ଏହାର ବିଷ ଥରେ ଯାହା ଦେହକୁ ଯାଇଥାଏ, ତାର ବଞ୍ଚିବା ବହୁତ କଷ୍ଟକର ହୋଇପଡେ । ତେବେ ଆପଣ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଦେଖିଥିବେ, ଯେଉଁଠି ନାଗ ସାପ ଚପଲ ଚୋରାଉ ଥିବା ବେଳେ ଆଉ କେଉଁଠି ପିଲା ସାପକୁ ଟେକି ଫୋପାଡୁ ଦେଉଛି । ହେଲେ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରଲ ହେଉଛି, ସେ ଭିଡିଓ ଦେଖିଲେ ଆପଣ କେମିତି ପ୍ରତିକ୍ରିୟା ଦେବେ ହୁଏତ ବୁଝିପାରିବେ ନାହିଁ ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ନାଗ ସାପକୁ ଥଣ୍ଡା ପାଣିରେ ଗାଧୋଇ ଦେଉଛନ୍ତି । ଆଉ ସାପ ତାଙ୍କୁ ଆକ୍ରମଣ ମଧ୍ୟ କରୁନାହିଁ । ଏହି ଭିଡିଓ ଦେଖି କେହି ବିଶ୍ୱାସ କରିପାରୁନାହାନ୍ତି । ଭିଡିଓରେ ଦେଖିବାକୁ ମିଳିଛି କି, ବାଥରୁମରେ ନାଗ ସାପ ରହିଛି। ଆଉ ଜଣେ ବ୍ୟକ୍ତି ମଗ ଧରି ସେଥିରେ ପାଣି ଆଣି ସାପକୁ ଗାଧୋଇ ଦେଉଛନ୍ତି । ନିଜ ବାପା ମା ପିଲାକୁ ବାଥରୁମରେ ଗାଧେଇ ଦେବା ଭଳି ସାପକୁ ବ୍ୟକ୍ତି ଜଣକ ସେମିତି ଗାଧେଇ ଦେଉଛନ୍ତି । ଭିଡିଓ ଦେଖି ଆପଣ ଲୋମ ନିଶ୍ଚିତ ଟାଙ୍କୁରୀ ଉଠିବ । ଆପଣ ଭୟଭୀତ ହେବେ ନିଶ୍ଚିତ ।

ତେବେ ନାଗ ସାପକଟି ନିଜ ଫଣାରେ ମଗକୁ ଧରିବା ପାଇଁ ଚେଷ୍ଟା କରୁଛି । କିନ୍ତୁ ବ୍ୟକ୍ତି ଜଣକ ମଗ ସାପ ଠାରୁ ଛଡାଇ ନେଇ ନିଜ ହାତରେ ଗାଧୋଇ ଦେଉଛନ୍ତି। ବାଥରୁମରେ ଥିବା ଆଉ ଜଣେ ବ୍ୟକ୍ତି ଏହି ଘଟଣାକୁ ମୋବାଇଲରେ ରେକର୍ଡ କରୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ବ୍ୟକ୍ତି ଜଣକ ଭୟଭୀତ ନ ହୋଇ କିପରି ବାଥରୁମରେ ସାପକୁ ଗାଧେଇ ଦେଉଛନ୍ତି ।

ଭିଡିଓକୁ @Gulzar_sahab ନାମକ ଏକ ଟ୍ଵିଟର ଆକାଉଣ୍ଟରେ ସେୟାର କରାଯାଇଛି। ଆଉ କ୍ୟାପସନରେ ଲେଖାଯାଇଛି ଏତେ ଥଣ୍ଡାରେ ବିଚରା ସାପକୁ ପାଣିରେ ଗାଧୋଇ ଦିଆଯାଉଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨୬ ହଜାର ଲୋକରୁ ଅଧିକ ଲୋକ ଦେଖି ସାରିଲେଣି ।

ନିକଟରେ ସାପର ଏମିତି ଏକ ଭିଡିଓ ଦେଖିବାକୁ ମିଳିଥିଲା। ଯେଉଁଠି ସାପ ଚପଲ ଚୋରି କରୁଥିବା ନଜର ଆସିଥିଲା । ଏଥିରେ ସାପଟି ରାସ୍ତାରେ ବୁଲି ଘରକୁ ପଶୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ଜଣେ ମହିଳା ଘର ଭିତରେ ଥାଇ ସାପକୁ ଘଉଡାଇବା ପାଇଁ ଚେଷ୍ଟା କରୁଥିଲେ । ହେଲେ ଏହି ସମୟରେ ସାପଟି ନ ଡରିବା ଯୋଗୁଁ ମହିଳା ଜଣକ ତା ଉପରେ ଚପଲ ଫୋପାଡିଦେଇଥିଲେ । ଆଉ ଯେମିତି ମହିଳା ଜଣକ ଚପଲ ଫୋଫାଡୁଛନ୍ତି, ସାପ ମୁହଁରେ ଚପଲ ଧରି ଚାଲିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.