ରାଶି ଅନୁଯାୟୀ ଜାଣନ୍ତୁ ଆପଣଙ୍କ ଇଷ୍ଟ ଦେବତା, ସଫଳତା ପାଇଁ କରନ୍ତୁ ଏମିତି ପୂଜା

ଇଷ୍ଟ ଦେବତାଙ୍କ ବିଷୟରେ ଜାଣି ନଥିବାରୁ ପୂଜାର ପୂର୍ଣ୍ଣ ଲାଭ ମିଳିନଥାଏ । ଯଦି ଆପଣ ଇଷ୍ଟ ଦେବତାଙ୍କ ବିଷୟରେ ଜାଣନ୍ତି ତେବେ ଆପଣଙ୍କୁ ପୂଜାରେ ବହୁତ ଲାଭ ହୋଇଥାଏ । ଶାସ୍ତ୍ରରେ ଜନ୍ମ କୁଣ୍ଡଳୀ ରାଶି ଅନୁଯାୟୀ ମଧ୍ୟ ଇଷ୍ଟ ଦେବତାଙ୍କ ବିଷୟରେ ଜାଣି ପାରିବେ । ଆସନ୍ତୁ ଜାଣିବା ୧୨ ରାଶି ଓ ରାଶି ଅନୁସାରେ ଇଷ୍ଟ ଦେବତା ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜନ୍ମ ସମୟରେ ଯେଉଁ ରାଶିରେ ଚନ୍ଦ୍ରମା ଥିବେ ତାହା ଉକ୍ତ ଉକ୍ତ ବ୍ୟକ୍ତିର ରାଶିର ହୋଇଥାଏ । ତେଣୁ ରାଶି ଅନୁସାରେ ବ୍ୟକ୍ତି ତାଙ୍କର ଇଷ୍ଟ ଦେବଙ୍କ ବିଷୟରେ ଜାଣିପାରିବେ ।

– ମେଷ ରାଶି : ଇଷ୍ଟ ଦେବ ସୂର୍ଯ୍ୟ

– ବୃଷ ରାଶି : ଭଗବାନ ବିଷ୍ଣୁ

– ମିଥୁନ ରାଶି : ମା’ ଲକ୍ଷ୍ମୀ

– କର୍କଟ ରାଶି : ହନୁମାନଜୀ

– ସିଂହ ରାଶି : ଭଗବାନ ଗଣେଶ

– କନ୍ୟା ରାଶି : ମା’ କାଳୀ

– ତୁଳା ରାଶି : କାଳଭୈରବ ଓ ଶନିଦେବ

– ବିଚ୍ଛା ରାଶି : ଭଗବାନ କାର୍ତ୍ତିକେୟ

– ଧନୁ ରାଶି : ହନୁମାନଜୀ

– ମକର ରାଶି : ମା’ ଦୁର୍ଗା

– କୁମ୍ଭ ରାଶି : ଭଗବାନ ବିଷ୍ଣୁ କିମ୍ବା ମା’ ସରସ୍ୱତୀ

– ମୀନ ରାଶି : ଭଗବାନ ଶିବଜୀ

କୁଣ୍ଡଳୀର ୫ମ ଓ ୯ମ ଭାବ :  ଏଥି ସହିତ ଜନ୍ମ କୁଣ୍ଡଳୀର ୫ମ ଭାବ ଶିକ୍ଷା, ଜ୍ଞାନ, ବୁଦ୍ଧି ଓ କର୍ମ ସହିତ ଜଡ଼ିତ ଥାଏ । ତେଣୁ ଇଷ୍ଟ ଦେବତାଙ୍କ ସମ୍ପର୍କରେ ଜନ୍ମ କୁଣ୍ଡଳୀର ୫ମ ଭାବରୁ ମଧ୍ୟ ଧ୍ୟାନ କରିବା ଉଚିତ । ଏହାଛଡ଼ା ଜନ୍ମ କୁଣ୍ଡଳୀର ୯ ମ ଭାବ ମଧ୍ୟ ଧର୍ମ ଓ ପୂଜା ପାଠ ଦ୍ୱାରା ଜଡିତ ଥିବାରୁ ଏହା ଉପରେ ଧ୍ୟାନ ଦେବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.