ଭାରତରେ ନିର୍ମାଣ ହେଉଛି ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ, ଯେଉଁଠି ବର୍ଷାର ବି ପଡିବ ନାହିଁ କୌଣସି ପ୍ରଭାବ

ଭାରତରେ ନିର୍ମିତ ହେଉଛି ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ । ଗୁଜୁରାଟ ଅହମ୍ମଦାବାଦର ମୋଟେରାରେ ନିର୍ମିତ ହେଉଥିବା ସର୍ଦ୍ଦାର ପଟେଲ ଷ୍ଟାଡିୟମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୁଜରାଟରେ କ୍ରିକେଟ ଆସୋସିଏସନ ଏହାର ନିର୍ମାଣ ଦାୟିତ୍ୱ ଲାର୍ସନ ଏବଂ ଟର୍ବୋକୁ ଦେଇଛନ୍ତି। ବହୁତ ଜଲଦି ଏହି ଷ୍ଟାଡିୟମର ଉଦଘାଟନ କରାଯିବ । ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସିବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏହି ଷ୍ଟାଡିୟମର ଉଦଘାଟନ କରିପାରନ୍ତି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କର ଡ୍ରିମ ପ୍ରୋଜେକ୍ଟ ଅଟେ । ତେବେ ଉଦଘାଟନ ପୂର୍ବରୁ ଏହି ଷ୍ଟାଡିୟମକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଷ୍ଟାଡିୟମକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି । ତେବେ ଉଦଘାଟନ ପୂର୍ବରୁ ଏହି ଷ୍ଟାଡିୟମ ବାବଦରେ ଜାଣନ୍ତୁ କିଛି ତଥ୍ୟ ।

stadium gujratଏକକାଳୀନ ଏହି ଷ୍ଟାଡିୟମରେ ୧ ଲକ୍ଷ ୧୦ ହଜାର ଦର୍ଶକ ବସି ମ୍ୟାଚ୍ ଉପଭୋଗ କରିପାରିବେ । ମେଲବୋର୍ଣ୍ଣ ଷ୍ଟାଡିୟମ କ୍ଷମତା ଠାରୁ ମଧ୍ୟ ଅଧିକ ଦର୍ଶକ ଏହି ଷ୍ଟାଡିୟମରେ ବସିପାରିବେ । ଏହି ଷ୍ଟାଡିୟମ ନିର୍ମାଣରେ ପାଖାପାଖି ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବିଶ୍ୱର ଏହି ବଡ ଷ୍ଟାଡିୟମ ନିର୍ମାଣ ପାଇଁ ପାଖାପାଖି ୩ ବର୍ଷର ସମୟ ଲାଗିଛି । ଜାନୁଆରୀ ୨୦୧୭ରେ ଏହି ଷ୍ଟାଡିୟମର କାମ ଆରମ୍ଭ ହୋଇଥିଲା । ୨୦୨୦ରେ ଏହି ଷ୍ଟାଡିୟମର କାମ ଶେଷ ପଯ୍ୟାୟରେ ପହଞ୍ଚିଛି । ଏହି ଷ୍ଟାଡିୟମରେ ଏତେ ସଂଖ୍ୟକ ଡ୍ରେସିଂ ରୁମ ରହିଛି ଯେ ଏକାଥରରେ ୪ଟି କ୍ରିକେଟ ଟିମ୍ ବ୍ୟବହାର କରିପାରିବେ । ବିଶ୍ୱର ଏହି ବଡ ଷ୍ଟାଡିୟମରେ ୧୧ଟି ପିଚ୍ ରହିଛି । କଳା ଓ ଲାଲ ମାଟିରେ ଏହି ପିଚ୍ ଗୁଡିକୁ ପ୍ରସ୍ତୁତ କରାଯାଇଛି ।

sardarପ୍ରଥମ ଥର ପାଇଁ ଏହି ଷ୍ଟାଡିୟମକୁ ଆଲୋକିତ କରିବାକୁ ଏଲଇଡି ଫ୍ଲଡ ଲାଇଟର ବ୍ୟବହାର କରାଯାଇଛି । ବଡ କଥା ହେଲା ଏହି ଲାଇଟ ଗୁଡିକୁ ୯୦ ମିଟର ଉପରେ ଲଗାଯାଇଛି, ଯାହା ୨୫ ତାଲା ବିଲ୍ଡିଂ ସହ ସମାନ । ବର୍ଷା କାରଣରୁ ଏହି ଷ୍ଟାଡିୟମରେ ବେଶି ସମୟ ପାଣି ଜମି ରହିବ ନାହିଁ । ଷ୍ଟାଡିୟମକୁ ଏମିତି କୌଶଳରେ ନିର୍ମାଣ କରାଯାଇଛି ଯାହାଦ୍ୱାରା ବର୍ଷା ହେଲେ ମାତ୍ର ୩୦ ମିନିଟ୍ ମଧ୍ୟରେ ଗ୍ରାଉଣ୍ଡକୁ ଖେଳ ଉପଯୋଗୀ କରାଯାଇପାରିବ । ଏହି ଷ୍ଟାଡିୟମରେ କ୍ରିକେଟ ବ୍ୟତୀତ ଫୁଟବଲ, ହକି, କବାଡି, ଭଲିବଲ, ବାସ୍କେଟବଲ, ଟେନିସ ଓ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ମଧ୍ୟ ଖେଳାଯାଇପାରିବ । ଷ୍ଟାଡିୟମରେ ମୁଖ୍ୟ ପିଚ୍ ବ୍ୟତୀତ ପ୍ରାକ୍ଟିସ ପାଇଁ ଅନ୍ୟ ଦୁଇଟି ଓ ଗୋଟିଏ ମଲ୍ଟି ସ୍ପୋଟର୍ସ ଗ୍ରାଉଣ୍ଡ ରହିଛି ।

stadiumଷ୍ଟାଡିୟମ ଭିତରେ ଫିଜିଓ ଥେରାପି ସିଷ୍ଟମ ଓ ହାଇଡ୍ରୋଥେରାପି ସିଷ୍ଟମ ରହିଛି ଯାହାଦ୍ୱାରା ଆହତ ଖେଳାଳିଙ୍କୁ ଷ୍ଟାଡିୟମ ମଧ୍ୟରେ ହିଁ ଚିକିିତ୍ସା କରାଯାଇପାରିବ ।ଷ୍ଟାଡିୟମକୁ ଏଭଳି ଭାବରେ ନିର୍ମିତ କରାଯାଇଛି ଯେ, ଜଣେ ଖେଳାଳୀ ଛକା କିମ୍ବା ଚାରି ମାରିଲେ ଷ୍ଟାଡିୟମର ପ୍ରତିଟି ଦର୍ଶକ ଏହାକୁ ବେଶ ଆରାମରେ ଦେଖିପାରିବେ । ଏହି ଷ୍ଟାଡିୟମରେ ଏକାସଙ୍ଗରେ ୪୦୦୦ କାର ଓ ୨୦୦୦୦ ବାଇକ୍ ପାର୍କିଂ କରିହେବ । ଏହାଛଡା ପ୍ରବେଶ ଓ ପ୍ରସ୍ଥାନ ପାଇଁ ଭିନ୍ନ ଭିନ୍ନ ଦ୍ୱାର ରଖାଯାଇଥିବା ବେଳେ ଯାତାୟତ ସୁବିଧା ପାଇଁ ଷ୍ଟାଡିୟମ ପାଖକୁ ମେଟ୍ରୋ ଲାଇନ ବିଛାଯାଇଛି ।

Leave A Reply

Your email address will not be published.