ସମ୍ବଲପୁର ବିଶ୍ୱବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏଣିକି କଲେଜକୁ ଇ-ମେଲ୍ ଯୋଗେ ପଠାଯିବ ପ୍ରଶ୍ନପତ୍ର

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏଣିକି କଲେଜକୁ ଇ-ମେଲ୍ ଯୋଗେ ପଠାଯିବ ପ୍ରଶ୍ନପତ୍ର । ପରୀକ୍ଷାର ଅଧଘଣ୍ଟାଏ ପୂର୍ବରୁ ବିଭିନ୍ନ କଲେଜରେ ପହଞ୍ଚିବ ଦ୍ୱିତୀୟ ସେଟ ପ୍ରଶ୍ନପତ୍ର । ସମ୍ବଲପୁର ବିଶ୍ୱବିଦ୍ୟାଳୟର ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ସୂର୍ଯ୍ୟନାରାୟଣ ନାୟକ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷ ତୃତୀୟ ସେମିଷ୍ଟରର ରସାୟନ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ ନେଇ ଅଭିଯୋଗ ହୋଇଥିଲା । ସୁନ୍ଦରଗଡ଼, ବରଗଡ଼, ପଦ୍ମପୁର ଓ ଭବାନୀପାଟଣାର କୌଣସି ଏକ କଲେଜରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା କୁହାଯାଇଥିଲା । ଏହି ଘଟଣାରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଠିତ ସ୍କ୍ଵାଡ ଟିମ୍ ଯାଞ୍ଚ କରୁଛନ୍ତି । ଆଗକୁ ପ୍ରଶ୍ନପତ୍ର ଲିକ୍ ଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଇମେଲ୍‌ରେ ପ୍ରଶ୍ନପତ୍ର ପଠାଇବାକୁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.