ଚାଲି ପାରୁନି ବିଧାନସଭାର ଗୃହକାର୍ଯ୍ୟ, ପ୍ରଶ୍ନକାଳ ପରେ ଦିନ ୩ଟା ଯାଏ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି

ଭୁବନେଶ୍ବର: ଚାଲି ପାରୁନି ବିଧାନସଭାର ଗୃହକାର୍ଯ୍ୟ । ପ୍ରଶ୍ନକାଳ ପରେ ଦିନ ୩ଟା ଯାଏ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ କରିଥିଲେ । ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଙ୍ଗାମା ଯୋଗୁ ଗୃହକୁ ପ୍ରଥମେ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ କରିଥିଲେ ବାଚସ୍ପତି । ଏହା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ବିରୋଧୀ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ରୁଲିଂକୁ ନେଇ ବିରୋଧୀ ହୋହଲ୍ଲା କରିବାରୁ ଅପରାହ୍ନ ୩ଟା ଯାଏ ଗୃହକୁ ମୁଲତବୀ ରଖାଯାଇଛି । ଗତକାଲି ବିଧାନସଭାରେ ଅଫିସରଙ୍କ ଅନୁପସ୍ଥିତି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ । ଏହି ଖବରକୁ ଗଣମାଧ୍ୟମରେ ପ୍ରକାଶ ନକରିବା ପାଇଁ ବାଚସ୍ପତି ରୁଲିଂ ଦେଇଥିଲେ ।

Leave A Reply

Your email address will not be published.