ବିଶ୍ୱର ସବୁଠୁ ଲମ୍ବା ଟ୍ରେନ, ଯେଉଁଥିରେ ଯାତ୍ରୀ ମାନେ ନିଜ ଜୀବନକୁ ପାଣି ଛଡ଼ାଇ କରିଥାନ୍ତି ଯାତ୍ରା

ସୁଦୂର ଆଫ୍ରିକା ମହାଦେଶରେ ଚାଲୁଛି ବିଶ୍ୱର ସବୁଠୁ ଲମ୍ବା ଟ୍ରେନ। ଯାହାକି ପ୍ରାୟ ୨ କିଲୋମିଟର ରାସ୍ତା ପାଖାପାଖି ଲମ୍ବା। ଦୁନିଆରେ ଅନେକ ଦେଶର ଟ୍ରେନ ନିଜ ଯାତ୍ରା ପାଇଁ ବେଶ ଜଣାଶୁଣା ଥାଏ। କିଛି ରେ ଯାତ୍ରୀ ମାନେ ଅତି ସୁନ୍ଦର ଯାତ୍ରା କରି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତି ତ ଅନ୍ୟ ସ୍ଥାନରେ ମାଗଣାରେ ବସି ଡ୍ୟାମ ଦେଖିନ୍ତି। ତେବେ ଆମେ ଆଜି ଯେଉଁ ଟ୍ରେନ ସମ୍ପର୍କରେ କହିବୁ ସେଥିରେ ଯାତ୍ରା କରିବା ମାନେ ପ୍ରତି ଥର ନିଜ କୁ ମୃତ୍ୟୁ ଆଡ଼କୁ ଟାଣିନେବା। ମୋରିତାନିଆ ଦେଶରେ ମଧ୍ୟ ଏକ ଏଭଳି ଟ୍ରେନ ଚାଲୁଛି। ସାଧାଣତଃ ଆପଣ ଦେଖିଥିବା ମାଲଗାଡ଼ି ଏହି ଶ୍ରେଣୀରେ ରହିିଛି। ଏହି ଟ୍ରେନରେ ଯାତ୍ରୀଙ୍କର ସିଟ୍ସ ନାହିଁ କି ଟୟଲେଟ ନାହିଁ। ତେଣୁ ଏମିିତିରେ ଯାତ୍ରା କରିବା ଆହୁରି ମୁସ୍କିଲ ହୋଇଯାଏ।

ଆଇରନ ଉପରେ ବସନ୍ତି:
୨୦୦ରୁ ଅଧିକ ଡବ୍‌ା ବା ବଗି ଥିବା ଏହି ଟ୍ରେନରେ ଗୋଟିଏ ବଗି ଯାତ୍ରୀଙ୍କ ପାଇଁ ମଧ୍ୟ ରହିଛି। କିନ୍ତୁ ଏଥିରେ ଯାତ୍ରା କରିବା ପିଲା ଖେଳ ନୁହେଁ। ଆମେ ଏକଥା ଏଥିପାଇଁ କହୁଛୁ କାରଣ ଏଥିରେ ଯାତ୍ରୀ ମାନେ କଞ୍ଚା ଲୁହା ବା ଆଇରନ ଉପରେ ବସିକି ଯାଇଥାନ୍ତି। କାରଣ ଏଥିରେ ଗୋଟିଏ ବି ସିଟ୍‌ ନାହିଁ। କିନ୍ତୁ ଏଥିରେ ଯାତ୍ରା କମ ସମୟରେ ସମାପ୍ତ ହୋଇଥାଏ। ୫୦୦ କିଲୋମିଟର ରୋଡ଼ ରେ ଯିବା ପାଇଁ ଯେତିକି ସମୟ ଲାଗେ ଏଥିରେ ତାଠାରୁ କମ ସମୟ ଲାଗେ। ତେଣୁ ଏଥିପାଇଁ ଲୋକମାନେ ନିଜ ସ୍ଥାନକୁ ଯିବା ପାଇଁ ଅନ୍ୟ କୌଣସି ଲମ୍ବା ରାସ୍ତାର ସାହାଯ୍ୟ ନିଅନ୍ତି ନାହିଁ।

ମାଗଣାରେ ଯାଆନ୍ତି:
ଭାକ୍ରା ନଙ୍ଗଲ ଭଳି ଏହି ଟ୍ରେନରେ ମଧ୍ୟ ମାଗଣା ଯାତ୍ରା ହୋଇଥାଏ। ପ୍ରାୟତଃ ଲୋକମାନେ କାମ ଜାଗାରେ ପହଞ୍ଚିବା ପାଇଁ କିମ୍ବା ଦୂର ସ୍ଥାନକୁ ଯିବା ପାଇଁ ଟ୍ରେନକ ୁ ବାଛିଥାନ୍ତି। ତେବେ ରିପୋର୍ଟ ଅନୁସାରେ ଏହି ଟ୍ରେନରେ ଯାତ୍ରୀ ମାନେ ଯିବା ପାଇଁ ସେମାନଙ୍କ ଠୁ ଟଙ୍କା ନିଆଯାଏ ନାହିଁ। ବିଷୁବ ରେଖାର ପାଶ୍ୱବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାରେ ତାପମାତ୍ରା ସବୁବେଳେ ଅଧିକ ରହିଥାଏ। ଏଠାରେ ନର୍ମାଲ ତାପମାତ୍ରା ୪୯% ସେଲସିୟସ ରୁ ଶୂନ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥାଏ।

ଇତିହାସ:
ଏହା ଆଫ୍ରିକା ମହାଦେଶର ସବୁଠୁ ଲମ୍ବା ଟ୍ରେନ। ଯାହାକି ୧୯୬୩ ମସିହାରୁ ଚାଲିବା ଆରମ୍ଭ କରିଥିଲା। ଏହାର ନାମ ଟ୍ରେନ ଟୁ ଡିଜର୍ଟ । ଆଉ ଏହା ୨୦ ଘଣ୍ଟା ରେ ପାଖାପାଖି ୭୦୪ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥାଏ। ସାହାରା ମରୁଭୂମି ଦେଇ ଏହି ଟ୍ରେନ ପ୍ରତିଦିନ ଯାତ୍ରା କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.