୬ କୋଟି ବର୍ଷ ପୁରୁଣା ଦେବଶୀଳାରୁ ନିର୍ମିତ ହେବ ପ୍ରଭୁ ରାମ ଓ ମାତା ସୀତାଙ୍କ ମୂର୍ତ୍ତି

ଅଯୋଧ୍ୟା। ନାଁ ଶୁଣିଲେ ମନରେ ରାମ ନାମ ଜପ ଆରମ୍ଭ ହୋଇଯାଏ । ଆଉ ଅନ୍ୟପଟେ ଜନକ ସୁତା ମାତା ସୀତାଙ୍କ ନଗରୀ ଜନକପୁର ବା ଆମେ ଯାହାକୁ ଏବେ ନେପାଳ କହୁଛୁ। ଏହି ଦୁଇଟି ସ୍ଥାନର ରହିଛି ଅତି ଘନିଷ୍ଠ ସମ୍ପର୍କ। ଭଗବାନ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା ଓ ମାତା ସୀତାଙ୍କ ନଗରୀ ନେପାଳର ସମ୍ପର୍କ ତ୍ରେତୟା ଯୁଗରୁ ରହିଆସିଛି। ଏବେ ଖୁବ ଶୀଘ୍ର ପ୍ରଭୁ ରାମଙ୍କ ବିଶ୍ୱପ୍ରସିଦ୍ଧ ମନ୍ଦିର ନିର୍ମାଣ ଶେଷ ହୋଇଯିବ। ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିର ଦର୍ଶନ କରିବା ପାଇଁ ଅନେକ ଅପେକ୍ଷା କରି ରହିଛନ୍ତି। ଏମିତିରେ ପ୍ରଭୁ ଓ ମାତାଙ୍କର ମୂର୍ତ୍ତିକୁ ତିଆରି କରିବା ପାଇଁ ମାତାଙ୍କ ନଗରୀରୁ ଆସିଛି ଏକ ବଡ଼ ଶାଳଗ୍ରାମ ପଥର। ଏହାକ ୁ ଦେବଶିଳା ମଧ୍ୟ କୁହାଯାଉଛି। ଏହାକୁ ନେଇ ନେପାଳର ଜନକପୁରରୁ ଶାଳଗ୍ରାମ ପଥର ପାଖାପାଖି ୬ ଦିନର ଲମ୍ବା ଯାତ୍ରା ପୂରା କରି ଗତ ବୁଧବାର ବିଳମ୍ବିତ ରାତିରେ ଅଯୋଧ୍ୟାରେ ପହଞ୍ଚିଛି।

ଏହି ଶିଳା ପାଖାପାଖି ୬ କୋଟି ବର୍ଷ ପୁରୁଣା ବୋଲି ଶୁଣିବାକୁ ମିଳିଛି। ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରତିମାକୁ ପ୍ରତିଷ୍ଠା କରିବା ପାଇଁ ଶାଳଗ୍ରାମ ଶିଳାକୁ ରାମ ସେବକପୁରମ ରେ ଥିବା ୫୧ ଆଚାର୍ଯ୍ୟ ଓ ଅଯୋଧ୍ୟାର ସନ୍ଥ ମହନ୍ତଙ୍କ ଉପସ୍ଥିତିରେ ବୈଦିକ ମନ୍ତ୍ରୋଚାର ରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଶ୍ରୀରାମ ଜନ୍ମ ଭୂମି ଟ୍ରଷ୍ଟକୁ ଦିଆଯାଇଥିଲା।

ତେବେ ଏହାରି ମଧ୍ୟରେ ପୂଜନର କାର୍ଯ୍ୟକ୍ରମ ରେ ପୂରୋହିତ ଙ୍କ ଭୂମିକାରେ ନେପାଳ ର ପୂର୍ବ ଉପପ୍ରଧାନମନ୍ତ୍ରୀ ବିମଳେନ୍ଦ୍ର ଓ ଜନକପୁର ମନ୍ଦିରର ମହନ୍ତ ରାମେଶ୍ୱର ଦାସ ଉପସ୍ଥିତି ରହିବେ। ଯଦି ଆମେ ଶାଳଗ୍ରାମ ପଥରକୁ ଦେଖିବା ତେବେ କୁହାଯାଏ ଯେ ଶିଳା ଶାଳଗ୍ରାମଙ୍କ ଚରଣ ଅମୃତ କୋଟିଏ ବର୍ଷ ଯାଏ ତପ କରିବା ପରେ ଦେବଶୀଳା ହୋଇଛି। ଏମିତିରେ ଏହା ମଧ୍ୟ କୁହାଯାଏ ଯେ ଦେବଶିଳା ଶାଳଗ୍ରାମ ଶିଳା ରେ ପରିବର୍ତ୍ତନ ହୋଇନତାଏ। କିନ୍ତୁ ପ୍ରତ୍ୟେକ ଶାଳଗ୍ରାମ ଶିଳା ଦେବଶିଳା ରେ ପରିବର୍ତ୍ତନ ହୋଇଥାଏ। ତେଣୁ ଏହାର ମହତ୍ୱ ବଢ଼ିଯାଏ।

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ୨୦୨୪ ଜାନୁୟାରୀ ସୁଦ୍ଧା ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ କରାଯିବ। ଏମିତିରେ ଭଗବାନଙ୍କ ବାଳସ୍ୱରୂପ ମୂର୍ତ୍ତି କିପରି ହେବ, ତାହାକୁ ନେଇ ଲୋକଙ୍କ ମଧ୍ୟରେ ଢେର୍‌ ଉତ୍ସାହ ରହିଛି। ବିଶେଷଜ୍ଞ ଶିଳ୍ପୀକାରଙ୍କ ପ୍ୟାନେଲ ଫାଇନାଲ୍‌ କରିବା ପରେ ଉପଯୁକ୍ତ ମୂର୍ତ୍ତି ତିଆରି କାମ ଆରମ୍ଭ ହେବ।

ରାମନବମୀରେ ସୂର୍ଯ୍ୟଙ୍କ କିରଣ ଯେପରି ପ୍ରଭୁଙ୍କ ମୂର୍ତ୍ତିର ମଥା ଉପରେ ପଡ଼ିବ, ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରକାରର ନିର୍ମାଣ ଜରୁରୀ। ଏଥି ସହିତ ପାଖାପାଖି ୩୦ ଫୁଟ୍‌ ଦୂରରୁ ପ୍ରଭୁଙ୍କ ଦର୍ଶନ କରାଯିବ।

ନେପାଳର ଗଣ୍ଡୁକି ନଦୀରେ ଅନେକ ଶାଳଗ୍ରାମ ମହଜୁଦ ରହିଛି। ଆଉ ବର୍ତ୍ତମାନର ଦେବଶୀଳା ପାଖାପାଖି ୬ କୋଟି ବର୍ଷ ପୁରୁଣା ଶାଳଗ୍ରାମ ପଥର। ଏହା ହେଉଛି ଦୁଇଟି ଶିଳା। ପ୍ରଥମ ଟି ୩୦ ଟନ ହୋଇଥିବା ବେଳେ ୧୫ ଟନ୍‌ ର ଅନ୍ୟ ପଥର ରହିଛି। ଏହାର ଲମ୍ବା ପାଖାପାଖି ୫ ଫୁଟରୁ ୭ ଫୁଟ ରହିଛି। କହି ରଖୁଛୁ, ଶାଳଗ୍ରାମ ଶିଳା ନେପାଳର ଗଣ୍ଡକୀ ନଦୀରେ ମିଳିଥାଏ। ଏହି ଶିଳାକୁ ଲୋକେ ଘରେ ରଖି ପୂଜାର୍ଚ୍ଚନା ମଧ୍ୟ କରନ୍ତି ଏବଂ ଏଥିରୁ ଭଗବାନଙ୍କ ମୂର୍ତ୍ତି ନିର୍ମାଣ ହୋଇଥାଏ। କିନ୍ତୁ ଶ୍ରୀରାମ ମନ୍ଦିରର ଗର୍ଭଗୃହରେ ସ୍ଥାପିତ ହେବାକୁ ଥିବା ମୂର୍ତ୍ତି ପାଖାପାଖି ୫.୫ ଫୁଟ୍‌ର ହେବ। ଏହାର ତଳ ଭାଗରେ ୩ ଫୁଟ୍‌ର ପେଡେଷ୍ଟ୍ରିୟାଲ ମଧ୍ୟ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.