ଏହି ଗୁମ୍ଫାରେ ରହିଥାନ୍ତି ସ୍ୱୟଂ ଶିବଶଙ୍କର, ପ୍ରସନ୍ନ ହେବା ମାତ୍ରେ ଭକ୍ତଙ୍କୁ ଦେଇଥାନ୍ତି ଦର୍ଶନ

ରାଜସ୍ଥାନର ଏକ ପାହାଡ ଉପରେ ଅବସ୍ଥିତ ମାଉଣ୍ଟଆବୁ ରାଜ୍ୟର ଏକମାତ୍ର ପବିତ୍ର ସ୍ଥଳ। ମାଉଣ୍ଟଆବୁ ଅରାବଳୀ ପାହାଡର ସବୁଠାରୁ ଉଚ୍ଚା ପର୍ବତ, ଯାହା ହିନ୍ଦୁ ଏବଂ ଜୈନ ସମ୍ପ୍ରଦାୟଙ୍କ ତୀର୍ଥସ୍ଥାନ। ଏହାବ୍ୟତୀତ ଗ୍ରୀଷ୍ମଋତୁ ସମୟରେ ଏହା ଏକମାତ୍ର ହିଲ୍‌ ଷ୍ଟେସନ ଯାହା ସହରବାସୀଙ୍କ ପାଇଁ ମୁଖ୍ୟ ପର୍ଯ୍ୟଟନ ସ୍ଥଳ ହୋଇପାରିଛି।

ରାଜସ୍ଥାନର ଉତ୍ତପ୍ତ ମରୁଭୂମି ମଧ୍ୟରେ ଏହି ଜଙ୍ଗଲ ଆରାମ ପ୍ରଦାନ କରିଥାଏ। ଏହି ବିଷୟରେ ତ ଆପଣମାନେ ପୂର୍ବରୁ ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ସ୍ଥାନରେ ଅବସ୍ଥିତ ଏକ ଖାସ୍‌ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଦେବାଧି ଦେବ ମହାଦେବଙ୍କ ପୂଜା ସ୍ୱତନ୍ତ୍ର ରୂପେ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା କଣ ରହିଛି ଏହା ପଛର କାରଣ।

achaleshwar-mahadevଏହିକଥା ପ୍ରାୟତଃ କମ ଲୋକ ଜାଣିଥିବେ ମାଉଣ୍ଟଆବୁ ଜୈନ ସମ୍ପ୍ରଦାୟ ସହ ହିନ୍ଦୁମାନଙ୍କ ଭକ୍ତିର ପ୍ରମୁଖ କେନ୍ଦ୍ର। ଏହି କ୍ଷେତ୍ରରେ ଅଚଲଗଢନାମକ ଏକ ସ୍ଥାନ ରହିଛି, ଯେଉଁଠାରେ ଭଗବାନ ଶଙ୍କରଙ୍କର ଅଭୁତ ମନ୍ଦିର ଅବସ୍ଥିତ। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣେ ଭୋଳାନାତଙ୍କ ପ୍ରତିମା ଏବଂ ଶିବଲିଙ୍ଗ ପୂଜା ହେବା ଶୁଣିଥିବେ କିନ୍ତୁ ଏହି ଅଭୁତ ମନ୍ଦିରରେ ଭଗବାନ ଶଙ୍କରଙ୍କର ସ୍ୱତନ୍ତ୍ର ପୂଜା କରାଯାଇଥାଏ। ସୂଚନା ଅନୁଯାୟୀ ଅଚଲେଶ୍ୱର ମହାଦେବ ମନ୍ଦିରରେ ଭଗବାନ ଶଙ୍କରଙ୍କ ଆଙ୍ଗୁଳିର ଚିହ୍ନ ରହିଛି, ଯାହାକୁ ଭଗବାନଙ୍କ ପ୍ରତୀକ ମାନି ପୂଜା କରାଯାଇଥାଏ।

lord shivaସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏହି ଜଳ ବହୁତ ଖାସ୍‌ ହୋଇଥାଏ, ଯାହା ଭଗବାନ ଶଙ୍କରଙ୍କୁ ଅର୍ପଣ କରାଯାଇଥାଏ।
ଧାର୍ମିକ ମହତ୍ତ୍ୱ ଅନୁଯାୟୀ ଏଠାରେ ଭୋଳାନାଥଙ୍କର ୧୦୮ଟି ଛୋଟ-ବଡ ମନ୍ଦିର ରହିଛି। ସ୍କନ୍ଧ ପୁରାଣ ଅନୁଯାୟୀ ଭଗବାନ ଶଙ୍କର ଏବଂ ବିଷ୍ଣୁ ଅର୍ବୁଦ ପର୍ବତ ଉପରେ ଚାଲିଥାନ୍ତି। ଏହିକାରଣରୁ ଏହି ପର୍ବତ ଉପରେ ପୂଜା କରୁଥିବା ସାଧୁ-ସନ୍ଥଙ୍କୁ ଭଗବାନ ଶଙ୍କର ଦେଖାଦେଇଥାନ୍ତି। ମାନ୍ୟତା ରହିଛି ଆଜି ମଧ୍ୟ ମାଉଣ୍ଟଆବୁର ଏହି ପର୍ବତରେ ଭଗବାନ ଶଙ୍କର ବାସ କରିଛନ୍ତି। ଏଥିସହ ଯେଉଁ ଭକ୍ତର ଭକ୍ତିରେ ଭୋଳାନାତ ପ୍ରସନ୍ନ ହୋଇଥାନ୍ତି ତାଙ୍କୁ ଭଗବାନ ଶଙ୍କର ସ୍ୱୟଂ ଦର୍ଶନ ଦେଇଥାନ୍ତି।

achaleswaraପୌରାଣିକ ମାନ୍ୟତା ଅନୁଯାୟୀ ଏଠାର ଅର୍ବୁଦ ପର୍ବତର ନଦୀବର୍ଧନ ନିଜ ସ୍ଥାନରୁ ଅସ୍ଥିର ହୋଇଯାଇଥିଲା, ଯାହାଦ୍ୱାରା ଦୂର କୈଳାସ ଉପରେ ବସିଥିବା ଭଗବାନ ଶଙ୍କରଙ୍କ ତପସ୍ୟାରେ ବିଘ୍ନ ସୃଷ୍ଟି ହୋଇଥିଲା। ଏହି ପର୍ବତ ଉପରେ ଗାଈ-ଗୋରୁ ମଧ୍ୟ ରହିଥିଲେ। ଏହିକାରଣରୁ ପର୍ବତ ଏବଂ ଗାଈ-ଗୋରୁଙ୍କୁ ବଞ୍ଚାଇବା ପାଇଁ ଭଗବାନ ଶଙ୍କର ନିଜର ଆଙ୍ଗୁଳି ଦ୍ୱାରା ଏହି ପର୍ବତକୁ ନିଜ ସ୍ଥାନରେ ସ୍ଥାପିତ କରିଥିଲେ। ଏହିକାରଣରୁ ଏଠାରେ ଭଗବାନ ଶଙ୍କରଙ୍କ ପୂଜା ଆଙ୍ଗୁଳି ରୂପେ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.