ଏବେ ଜହ୍ନକୁ ଯିବାର ସ୍ୱପ୍ନ ହେବ ସାକାର: କେବଳ ସ୍ୱପ୍ନରେ ନୁହେଁ, ବାସ୍ତବରେ ଚାନ୍ଦରେ ପହଞ୍ଚାଇବ ଏହି ଉଡନ୍ତା ଥାଳିଆ
ଚାନ୍ଦକୁ ଯିବା ପାଇଁ ଆପଣ କେବେ ଭାବିଛନ୍ତି କି? ଆଉ ଯଦି ଭାବିଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର । ରେଡି ହୋଇ ଯାଅଆନ୍ତୁ ଚାନ୍ଦକୁ ଯିବା ପାଇଁ । କାରଣ ଖୁବ ଶୀଘ୍ର ମାର୍କେଟକୁ ଆସିବ ଏମିତି ଏକ ଉଡନ୍ତା ଯାନ, ଯାହା ଆପଣଙ୍କୁ ନେଇଯିବ ଚନ୍ଦ୍ର ପୃଷ୍ଠକୁ ।
ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏକ ନିଆରା ପ୍ରୋଜେକ୍ଟରେ କାମ କରୁଛି । ଏଠାରେ ଏକ ଫ୍ଲାଇଙ୍ଗ୍ ପ୍ଲେଟ ବା ଉଡନ୍ତା ଥାଳି ଭଳି ଏକ ପ୍ରୋଟୋଟାଇପ୍ ତିଆରି କରାଯାଇଛି ଯାହା ଆପଣଙ୍କୁ ଚନ୍ଦ୍ରକୁ ନେଇଯିବ ଏବଂ ଏହା ସେଠାରୁ ଶକ୍ତିକୁ ଟାଣିବ ।ଆପଣ ଆଜି ପର୍ଯ୍ୟନ୍ତ ଅନେକ ଯାନ ବାହାନ ଦେଖିଥିବେ ଖାଲି ସେତିକି ନୁହେଁ ଜଳ ସ୍ତର ହେଉ,ସ୍ଥଳ କିମ୍ବା ଆକାଳ ମାର୍ଗ ବିଭିନ୍ନ ପ୍ରକାର ଯାନ ବାହାନ ଆମେ ଦେଖିଥାଉ କିନ୍ତୁ ଯେତେବେଳେ ମହାକାଶକୁ ଯିବା କଥା ଆସେ ସେହି ସମୟରେ କେବଳ ଆଖି ସାମ୍ନାକୁ ଆସେ ରକେଟ୍ ଓ ମହାକାଶକୁ ଯିବାକୁ ଥିବା ଅନ୍ୟ ସବୁ ଯନ୍ତ୍ର ।
ତେବେ ଆପଣ ଆଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଯାନ ବାହାନ ଦେଖିଥିବେ କିନ୍ତୁ ପିଲାବେଳେ ୟୁଏଫ୍ଓ ବା ଅନଆଇଡେଣ୍ଟିଫାଏଡ୍ ଫ୍ଲାଇଙ୍ଗ ଅବଜେକ୍ଟ ବା ଏଲିଏନଙ୍କ ଯାନ କୁହାଯାଉଥିବା ଥାଳି ବିଷୟରେ ଆପଣ ଶୁଣିଥିବେ । ଆପଣ ଅନେକ ମିଡିଆରୁ ମଧ୍ୟ ଶୁଣିଥିବେ ଓ ପଢିଥିବେ ଯେ ଦୁନିଆରେ ସ୍ପେସଶିପ ଦେଖାଯାଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଯାନ ବିଷୟରେ କହିବାକୁ ଯାଉଛୁ ଯାହା କେବଳ କଳ୍ପନା ନୁହେଁ, ବାସ୍ତବତାରେ ପରିଣତ ହୋଇଛି ।
ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏପରି ଏକ ପ୍ରୋଟୋଟାଇପ୍ ବା ପ୍ଲେଟ ଯାନ ଉପରେ କାମ କରୁଛି ଯାହା ଲୋକଙ୍କୁ ଚନ୍ଦ୍ରକୁ ନେଇଯିବ, ହୁଏତ କିଛି ସମୟ ପାଇଁ । ଚନ୍ଦ୍ରରେ ପହଞ୍ଚିବା ପାଇଁ ଏହାକୁ ଆଉ ରକେଟ୍ ଆବଶ୍ୟକ ହେବ ନାହିଁ, ବରଂ ଏହା ଚନ୍ଦ୍ରର ସକରାତ୍ମକ ଚାର୍ଜ ବା ପଜିଟିଭ ଏନର୍ଜି ସର୍ଫେସ ଉପରେ ନିର୍ଭର କରିବ ।
ଏହା ପାୱାର୍ ଟ୍ରେନ୍ ଟେକ୍ନୋଲୋଜିରେ ଏକ ବଡ କ୍ରାନ୍ତି ଆଣିବ । ତେବେ ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ଏହି ପ୍ରୋଟୋଟାଇପ୍ ବା ଉଡନ୍ତା ଥାଳି ର କାମ ବା ଉତ୍ପାଦନ ଆଗାମୀ ଦିନରେ ଆରମ୍ଭ ହୋଇଯିବ ଏବଂ ଯଦି ଏମିତି ହୁଏ ତେବେ ଏହା ପାୱାର୍ ଟ୍ରେନ୍ ଟେକ୍ନୋଲୋଜିରେ ଏକ ବିପ୍ଳବ ବା ନୂଆ କ୍ରାନ୍ତି ଆଣିବ ଯାହା ଚାନ୍ଦ ଉପରେ ଚାଲୁଥିବା ଅନ୍ୟ ଯାନ ଗୁଡିକରେ ବ୍ୟବହାର କରାଯାଇପାରିବ।
ପ୍ରାୟ ଏକ ଦଶନ୍ଧି ଧରି ଫ୍ଲାଇଙ୍ଗ୍ କାର ଓ ଚନ୍ଦ୍ର ପୃଷ୍ଠକୁ ଯିବା ମଣିଷଙ୍କର ଏକ ସ୍ୱପ୍ନ ହୋଇ ରହିଆସିଛି ଏବଂ ଅନେକ କମ୍ପାନୀ ଏହାକୁ ତିଆରି କରିବାର ଶେଷ ପର୍ଯ୍ୟାୟରେ ଅଛନ୍ତି, ଏମିତିକି ଏହି ଯାନ ଗୁଡିକର ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି । ରୋଲ୍ସ ରୋଏସ୍ ପରି ଏକ ବଡ ଓ ନାମୀ କମ୍ପାନୀ ଏପର୍ଯ୍ୟନ୍ତ ଉଡୁଥିବା ଗାଡିମାନଙ୍କର ରଫ୍ତାର ପାଇଁ ରେକର୍ଡ ଭାଙ୍ଗିଛି । କିନ୍ତୁ ଅଧିକ ସଂଖ୍ୟାରେ ଏହି ଗାଡିଗୁଡିକର ଉତ୍ପାଦନ ମଧ୍ୟ ଏବେ ହେବାରେ ସମୟ ବାକି ଅଛି ।
ତେବେ ଆବିଷ୍କାର କରାଯାଇଥିବା ଉଡନ୍ତା ଯାନ ଏମ ଆଇ ଟି ଡେଭେଲ୍ପଡ ଫ୍ଲାଇଙ୍ଗ ସେଂସର କୁ ଉଡାଇବା ପାଇଁ ଚନ୍ଦ୍ର ପୃଷ୍ଠ ହେଉଛି ସବୁଠାରୁ ଭଲ ପୃଷ୍ଠ ବୋଲି ଏକ ରିପୋର୍ଟରୁ ଜଣା ପଡିଛି । ଏହା ମଧ୍ୟ କୁହାଯାଇଛି ଯେ ଚନ୍ଦ୍ରରେ କୌଣସି ପ୍ରତିରକ୍ଷା ବାତାବରଣ ବା ପ୍ରୋଟେକ୍ଟିଭ
ଆଟ୍ମୋସଫିୟର ନାହିଁ । ସେମିତିରେ ସ୍ପେସ୍ ପ୍ଲାଜମା ଏବଂ ସୂର୍ଯ୍ୟଙ୍କର ଅତିବାଇଗଣି ରଶ୍ମି ଏଠାରେ ସିଧାସଳଖ ପଡ଼େ । ଏହାର କାରଣ ହେଉଛି ଚନ୍ଦ୍ରର ପୃଷ୍ଠରେ ସକରାତ୍ମକ ଶକ୍ତି ବା ପଜିଟିଭ ଏନେର୍ଜି ରହିଥାଏ, ତେଣୁ ଏଠାରେ ଧୂଳି ଭୂପୃଷ୍ଠରୁ ପ୍ରାୟ ଏକ ମିଟର ଉପରେ ଉଡିଥାଏ । ସେଥିପାଇଁ ଏହିଠାରେ ଉଦ୍ଭାବନ କରାଯାଇଥିବା ଯାନ ଅତି ସହଜରେ ଆସିପାରିବ ବୋଲି କୁହାଯାଇଛି ।
ଏହା ଛଡା ଚନ୍ଦ୍ର ପୃଷ୍ଠରେ ଅନେକ ପ୍ରକାର ଏନେର୍ଜି ରହିଛି । ଏକ ରିପୋର୍ଟ ରୁ ଜଣା ପଡିଛି ଯେ MIT ଫ୍ଲାଇଙ୍ଗ ସେନ୍ସର, ୟୁନିକ ପଜିଟିବ୍ଲି ଚାର୍ଜ୍ଡ ପ୍ରପର୍ଟିରୁ ପାମ୍ପ୍ଲେସନ ମାଧ୍ୟମରେ ଏନର୍ଜି ଟାଣିଥାଏ । ଉଡ଼ୁଥିବା ଏହି ଯାନ ଚନ୍ଦ୍ର ପୃଷ୍ଠରେ ନକାରାତ୍ମକ ଭାବରେ ଚାର୍ଜ ହୋଇଥିବା ଶକ୍ତିକୁ ମାତ୍ ଦେଇଥାଏ ଏବଂ ଚନ୍ଦ୍ର ପୃଷ୍ଠରୁ ସକରାତ୍ମକ ଶକ୍ତି ଗ୍ରହଣ କରି ଭୂପୃଷ୍ଠରେ ରହିଥାଏ ।
ଏହି ଅନନ୍ୟ ଯାନର ପ୍ରୋପଲ୍ସନ ସିଷ୍ଟମ ରେ ମୋଲ୍ଟନ ସଲ୍ଟ ର ଭାଟ ଲାଗିଥାଏ, ଯାହା ଅଧିକ ପରିମାଣରେ ନେଗେଟିଭ ଆଇକନ୍ସ ବା ନକାରାତ୍ମକ ଆଇକନ୍ ସୃଷ୍ଟି କରିଥାଏ । ତେବେ ଏହି ଯାନ ଏପର୍ଯ୍ୟନ୍ତ ଚନ୍ଦ୍ର ପୃଷ୍ଠକୁ ଯାଇ ନାହିଁ କିନ୍ତୁ ଏହି ଯାନରେ ଥିବା ପ୍ରୋପଲ୍ସନ କୌଶଳଟି ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଏ, ତେବେ ଖୁବ ଶିଘ୍ର ଏହି ଯାନ ବିନା ରକେଟ ରେ ଚନ୍ଦ୍ରପୃଷ୍ଠକୁ ଯିବ ବୋଲି ସୂଚନା ମିଳିଛି । ଏହାର ତିଆରି ବର୍ତ୍ତମାନ ଜୋରସୋର ରେ ଚାଲିଛି ।