ଆସନ୍ତାକାଲିରୁ ବୃଷ ରାଶିରେ ଏକାଠି ରହିବେ ବୁଧ ଓ ଶୁକ୍ର ଗ୍ରହ, ଏହି ୩ଟି ରାଶିରେ ମିଳିବ ମହାଲକ୍ଷ୍ମୀ ଯୋଗ
ଜ୍ୟୋତିଷ ଶାସ୍ତ୍ର ମୁତାବକ ୧୮ ଜୁନରୁ ଶୁକ୍ର ଗ୍ରହ ନିଜ ରାଶି ବୃଷ ରାଶିରେ ଗୋଚର ହେଉଛନ୍ତି। ବୁଧ ଗ୍ରହ ପ୍ରଥମରୁ ହିଁ ବୃଷ ରାଶିରେ ରହିଥିଲେ। ତେବେ ଆସନ୍ତାକାଲିରୁ ବୁଧ ଓ ଶୁକ୍ର ଗ୍ରହ ବୃଷ ରାଶିରେ ପ୍ରବେଶ କରୁଛନ୍ତି। ବୈଭବ ଏବଂ ବିଳାସ କାରକ ଗ୍ରହ ଶୁକ୍ର ଏବଂ ସମୃଦ୍ଧି, ଧନ, ବେପାରର କାରକ ଗ୍ରହ ବୁଧ ସହିତ ମିଳନ କିଛି ଲୋକଙ୍କ ପାଇଁ ବହୁତ ଶୁଭ ହୋଇପାରେ। ଏହି ଗ୍ରହଙ୍କ ମିଳନ ମହାଲକ୍ଷ୍ମୀ ଯୋଗ କରିଥାନ୍ତି। ମହାଲକ୍ଷ୍ମୀ ଯୋଗ ଜ୍ୟୋତିଷ ଶାସ୍ତ୍ରରେ ବହୁତ ଶୁଭ ହୋଇଥାଏ। ଏହି ଯୋଗ ସବୁ ରାଶି ଉପରେ ପଡିବ କିମ୍ବା ୩ଟି ରାଶି ପାଇଁ ବିଶେଷ ଭାବେ ବହୁତ ଶୁଭ ରହିବ। ଏହି ମହାଲକ୍ଷ୍ମୀ ଯୋଗ କେଉଁ ରାଶି ପାଇଁ ଶୁଭ ଆସନ୍ତୁ ଜାଣିବା…
ମହାଲକ୍ଷ୍ମୀ ଯୋଗଥିବା ରାଶି :
ମେଷ ରାଶି: ମେଷ ରାଶି ଜାତକ ଥିବା ବ୍ୟକ୍ତିଙ୍କର ମହାଲକ୍ଷ୍ମୀ ଯୋଗ ବହୁତ ଶୁଭ। ସେମାନଙ୍କୁ ହଠାତ୍ ଧନଲାଭ ହୋଇପାରେ। ଚାକିରି କରିଥିବା ବ୍ୟକ୍ତିଙ୍କ ପାଇଁ ଭଲ। ବେପାରରେ ଖୁବ୍ ଲାଭ ମିଳିବ। ଅଟକି ରହିଥିବା ପଇସା ମିଳିପାରେ। ଏହିସମୟ ଆର୍ଥିକ ସ୍ଥିତିରେ ସୁଧାର ଆଣିପାରେ।
କର୍କଟ ରାଶି : କର୍କଟ ରାଶିର ଜାତକ ଧାରୀଙ୍କର ମହାଲକ୍ଷ୍ମୀ ଯୋଗ ଶୁଭ ଫଳ ଦେଇଥାଏ। କିଛି ଲୋକ କାମ ପରିବର୍ତ୍ତନ କରିପାରନ୍ତି। ଆୟ ବୃଦ୍ଧି ହୋଇପାରେ। ବେପାରରେ ଲାଭ ମିଳିବ। ବଡ ଡିଲ୍ ଫାଇନାଲ କରିବେ କିମ୍ବା ବଡ ଅର୍ଡର ମିଳିବ। ମା’ ଲକ୍ଷ୍ମୀଙ୍କ କୃପାରୁ ଏହି ସମୟରେ ଧନ ଏବଂ ସମୃଦ୍ଧି ମିଳିବ। ଯାହା ଆପଣଙ୍କ ଭବିଷ୍ୟରେ କାମରେ ଆସିବ।
ସିଂହ ରାଶି : ସିଂହ ରାଶିର ଲୋକଙ୍କ ଜାତକରେ ଭଲ ଶୁଭ ଫଳ ମିଳିବ। ବୁଧ ଶୁକ୍ର ଯୋଗ ମହାଲକ୍ଷ୍ମୀ ଯୋଗରେ ଲାଭ ମିଳିବ। କର୍ମକ୍ଷେତ୍ରରେ ଲାଭ ମିଳିବ। ଚାକିରିରେ ଉନ୍ନତି କିମ୍ବା ଦରମା ବଢିପାରେ। ଶୁଭ ଖବର ମିଳିବ। ବେପାରରେ ମଧ୍ୟ ଲାଭ ହେବ। ବଡ ଅର୍ଡର ମିଳିପାରେ। ଧନ ଲାଭ ଯୋଗୁଁ ଉତ୍ସାହ ମଧ୍ୟ ବଢିବ। ଆପଣଙ୍କ ସମୟ ଭଲରେ ଯିବ।