ଏହି ବ୍ୟକ୍ତିଙ୍କର କୌଣସି ବ୍ୟତିକ୍ରମ ନାହିଁ, ପ୍ରତିବାଦର ଏହା ହେଉଛି ଅଭିନବ ଉପାୟ

ଆପଣ ଭାବୁଛନ୍ତି କି ଏହି ବ୍ୟକ୍ତି ଜଣକ କୌଣସି ରୋଗରେ ପୀଡିତ ଅଛନ୍ତି । ନା କଥା ତାହା ନୁହେଁ, ବ୍ୟକ୍ତି ଜଣକ ତାଙ୍କର କିଛି କାର୍ଯ୍ୟ ହୋଇ ନଥିବାରୁ ଏକ ଅଭିନବ ଉପାୟରେ ପ୍ରତିବାଦ କରୁଛନ୍ତି । ସୋସିଆଲ ମିଡିଆରେ ଏପରି ବହୁ ଅଦ୍ଭୁତ ଭିଡିଓ ଭାଇରାଲ ହୋଇଥାଏ । ଯାହା ୟୁଜର୍ସଙ୍କୁ ହସର ଖୋରାକ ଯୋଗାଇଥାଏ । ତେବେ ଏହି ବ୍ୟକ୍ତିଙ୍କର ପ୍ରତିବାଦ ପ୍ରଣାଳୀକୁ ୟୁଜର୍ସ ମନଭରି ଉପଭୋଗ କରିଛନ୍ତି । ଭିଡିଓଟି ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଇଛି, ଗାଡ଼ି ପାଖରେ କୁକୁର ଭଳି ଜଣେ ବ୍ୟକ୍ତି ଭୁକୁଛନ୍ତି । ଏ ଦୃଶ୍ୟ ହେଉଛି ପଶ୍ଚିମବଙ୍ଗର । ଏହି ବ୍ୟକ୍ତି ବିଡିଓଙ୍କ ଗାଡ଼ି ପାଖରେ ଛିଡ଼ା ହୋଇ କୁକୁର ଭଳି ଭୁକୁଛନ୍ତି। ତାଙ୍କର ସେମିତି କିଛି ସ୍ୱାସ୍ଥ୍ୟଗତ ବ୍ୟତିକ୍ରମ ନାହିଁ । କାହଁକି କୁକୁର ଭଳି ଆଚରଣ କରୁଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କ ରାସନ କାର୍ଡରେ ଦତ୍ତା ସ୍ଥାନରେ କୁତ୍ତା ହୋଇ ଯାଇଛି । ଏହି ବ୍ୟକ୍ତିଙ୍କ ନାଁ ଶ୍ରୀକାନ୍ତ କୁମାର ଦତ୍ତା ।

କିନ୍ତୁ କାର୍ଡରେ ଲେଖାଯାଇଛି ଶ୍ରୀକାନ୍ତ କୁମାର କୁତ୍ତା। ବାରମ୍ବାର କହିବା ପରେ ବି ପଶ୍ଚିମବଙ୍ଗର ବାଙ୍କୁରା ପ୍ରଶାସନ ସଂଶୋଧନ କରିବାରେ ବିଫଳ ହୋଇଛି। ଏହାର ପ୍ରତିବାଦରେ କୁକୁର ଭଳି ଆଚରଣ କରିଛନ୍ତି ଶ୍ରୀକାନ୍ତ । ବାଙ୍କୁରା ବିଡିଓଙ୍କୁ ନିଜର ତ୍ରୁଟିପୂର୍ଣ୍ଣ କାର୍ଡ ଦେଖାଇ କିଛି କହିବା ବଦଳରେ କୁକୁର ଭଳି ଭୁକିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.