ପୋଷା କୁକୁର ପାଇଁ ମାଲିକ ତିଆରି କଲେ ୫୩ ଲକ୍ଷ ଟଙ୍କାର ବଙ୍ଗଳା, ସୁଇମିଂ ପୁଲ୍ ଏବଂ ଡିସ୍କୋ

ଅନେକ ଲୋକ ଅଛନ୍ତି, ଯେଉଁମାନେ ପୋଷା ଜୀବ ରଖିବାକୁ ଖୁବ୍ ପସନ୍ଦ କରନ୍ତି। ତାଙ୍କ ପାଇଁ ତାଙ୍କ ମଧ୍ୟ ଖର୍ଚ୍ଚ କରନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମାଲିକଙ୍କ କଥା କହିବାକୁ ଯାଉଛୁ, ଯିଏ କି ନିଜ ପୋଷା କୁକୁର ପାଇଁ ପ୍ରାୟ ୫୩ ଲକ୍ଷ ଟଙ୍କାରେ ତିଆରି କରିଛନ୍ତି ବଙ୍ଗଳା, ସୁଇମିଂ ପୁଲ୍ ଓ ଡିସ୍କୋ ସେଟ୍। ଆପଣଙ୍କୁ ଏହା ଶୁଣି ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ। କାରଣ ଯେଉଁଠି ସାଧାରଣ ଲୋକ ରହିବା ପାଇଁ ସେତିକି ସୁବିଧା ପାଉ ନାହାନ୍ତି, ସେଠି ପୁଣି ପୋଷା କୁକୁର ପାଇଁ ଏପରି ବିଳାସପୂର୍ଣ୍ଣ ଘର ତିଆରି ହୋଇଛି। ଏପରି କରିଛନ୍ତି ଚାଇନାର ଜଣେ ବ୍ୟବସାୟୀ । ସେ କୁକୁରମାନଙ୍କ ପାଇଁ ଏକ ଚମତ୍କାର ଘର ନିର୍ମାଣ କରିଛନ୍ତି।

dog
picture credit – news 18

ଜଣେ ଚାଇନିଜ୍ ବ୍ୟବସାୟୀ ତାଙ୍କ ପୋଷା କୁକୁରମାନଙ୍କ ପାଇଁ ଏକ ବିଳାସପୂର୍ଣ୍ଣ ବଙ୍ଗଳା ନିର୍ମାଣ କରିଛନ୍ତି, ଯେଉଁଥିରେ ସେମାନଙ୍କ ମନୋରଞ୍ଜନ ପାଇଁ ପାର୍କ, ସୁଇମିଂ ପୁଲ୍ ଏବଂ ଡିସ୍କୋ ମଧ୍ୟ ରହିଛି। ଏହି ବଙ୍ଗଳାରେ, ସେହି ସମସ୍ତ ସୁବିଧା ରହିଛି, ଯାହା ଜଣେ ବ୍ୟକ୍ତି ନିଜ ପାଇଁ କଳ୍ପନା କରେ। ତେବେ ନିଜ କୁକୁର ପାଇଁ ଏପରି ବିଳାସ ପୂର୍ଣ୍ଣ ବଙ୍ଗଳା ତିଆରି କରିଥିବା ବ୍ୟକ୍ତି ହେଉଛନ୍ତି ଜୋଉ ଏବଂ ସେ ଭିଡିଓ କଣ୍ଟେଣ୍ଟ ତିଆରି ସାଇଟ ଡୁଇନ୍ ରେ ନିଜ କୁକୁରମାନଙ୍କର ବିଳାସପୂର୍ଣ୍ଣ ଜୀବନ ସହିତ ଜଡିତ ଭିଡିଓ ପୋଷ୍ଟ କରନ୍ତି।

ଚୀନ୍‌ର ନ୍ୟୁଜ୍ ସାଇଟ୍ QQ.com ର ରିପୋର୍ଟ ଅନୁଯାୟୀ ଏହି ବ୍ୟକ୍ତିଙ୍କର ମୋଟ ୧୦ ଟି କୁକୁର ଅଛି ଏବଂ ସେ ଶୁଇ କାଉଣ୍ଟିରେ ରୁହନ୍ତି। ସେ କେନେଲ ନାମରେ ଏହି କୁକୁରମାନଙ୍କ ପାଇଁ ଏକ ବିଳାସପୂର୍ଣ୍ଣ ବଙ୍ଗଳା ନିର୍ମାଣ) ନିର୍ମାଣ କରିଛନ୍ତି ଏବଂ ସେ ଏହାକୁ ନିଜ କୁକୁରଙ୍କୁ ଉପହାର ଦେଇଛନ୍ତି। ଏହା କେବଳ କୁକୁରମାନଙ୍କ ପାଇଁ ଏକ ଚମତ୍କାର ଘର ନୁହେଁ, ଏଥିରେ ଭରପୁର ମନୋରଞ୍ଜନର ସୁବିଧା ମଧ୍ୟ ରହିଛି।

କୁକୁରମାନଙ୍କ ପାଇଁ ଏପରି ଏକ ଅଦ୍ଭୁତ ଘର ଦେଖି ସମସ୍ତେ ଆଚମ୍ବିତ। ଜୋଉଙ୍କ ବୟସ ମାତ୍ର ୩୩ ବର୍ଷ। ସେ କ୍ରେଫିସ୍ ଇଣ୍ଡଷ୍ଟ୍ରିରେ ବ୍ୟବସାୟ କରନ୍ତି। ସେ କୁହନ୍ତି ଯେ ସେ କୁକୁରମାନଙ୍କୁ ସେ ବହୁତ୍ ଭଲ ପାଆନ୍ତି ଏବଂ ପିଲାଦିନରୁ ସେ ଏକ ବିଳାସପୂର୍ଣ୍ଣ କୁକୁର ଘର ନିର୍ମାଣ କରିବାର ସ୍ୱପ୍ନ ଦେଖୁଥିଲେ। ଏହି କୁକୁର ଘରେ ସେ ପାରମ୍ପାରିକ ଡିଜାଇନ୍ ଲୁକ୍ ଦେଇଛନ୍ତି। ପୁଣି ଏୟାର କଣ୍ଡିସନର, ଟିଭି ସେଟ୍, ୱାଟର ଡିସପେନସର୍, ଡ୍ରାୟର୍, ଲିଫ୍ଟ ଏବଂ ଟଏଲେଟ୍ ରୁମ୍ ମଧ୍ୟ ଅଛି। କୁକୁରମାନଙ୍କ ମନୋରଞ୍ଜନ ପାଇଁ ଘରେ ଫିଲ୍ମ ପ୍ରୋଜେକ୍ଟର୍, ସ୍ଲାଇଡ୍, ସୁଇଙ୍ଗ୍, ସୁଇମିଂ ପୁଲ୍ ଏବଂ ଡିସ୍କୋ ରୁମ୍ ତିଆରି କରାଯାଇଛି। ଏହା ବ୍ୟତୀତ ଫେରିସ୍ ହ୍ବିଲ, ଖେଳନା କାର ଏବଂ ଛୋଟ ରିଟେଲ ବୁଥ୍ ମଧ୍ୟ ନିର୍ମାଣ କରାଯାଇଛି।

ଜୋ କୁହନ୍ତି ଯେ ସେ ନିଜ ପାଇଁ ମହଙ୍ଗା ପୋଷାକ ଏବଂ ବ୍ୟାଗ କିଣିବାରେ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି ନାହିଁ କିନ୍ତୁ କୁକୁରଙ୍କ ସୁବିଧା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରନ୍ତି। ଜୋଙ୍କ ଡୁଇନ୍ ଚାନେଲରେ ପ୍ରାୟ ୮.୫ ମିଲିୟନ୍ ଅନୁସରଣକାରୀ ଅଛନ୍ତି । ସେ କହିଛନ୍ତି ଯେ ୨୦୧୯ ମସିହାରେ ସେ କୁକୁରମାନଙ୍କ ପାଇଁ ନିର୍ମିତ ଘରେ ଏକ ସୁନ୍ଦର ଇଟା କେନାଲ ତିଆରି କରିଥିଲେ, କିନ୍ତୁ ତାଙ୍କ ଫୋଲୋର୍ସଙ୍କ କହିବା ପରେ ସେ ଏଥିରେ ପରିବର୍ତ୍ତନ କରିଥିଲେ। ଜୋ କୁକୁରମାନଙ୍କ ପାଇଁ ଏକ ପୁଲ୍ ମଧ୍ୟ ତିଆରି କରିଛନ୍ତି, ଯେଉଁଥିରେ ସେ ପୁଲ ପାର୍ଟି ଆୟୋଜନ କରିଥିଲେ। କୁକୁର ପ୍ରତି ଏହି ବ୍ୟକ୍ତିଙ୍କ ପ୍ରେମ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। କିଛି ଉପଭୋକ୍ତା କୁହନ୍ତି ଯେ ସେମାନେ ଏତେ ସୁବିଧା ପାଇନାହାଁନ୍ତି ଯେତେ ଏହି କୁକୁରମାନେ ପାଇଛନ୍ତି। ତେଣୁ ଜୋ ଏ ସବୁ ପଶୁ ପ୍ରେମରେ କରିଛନ୍ତି। ସେ ଛୋଟ ବେଳୁ ହିଁ କୁକୁରଙ୍କୁ ଖୁବ୍ ଭଲ ପାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.