ଝାଡ଼ା ଯିବା ବେଳେ ହଠାତ୍‌ ପାଇଖାନାରୁ ବାହାରିଲା କିଙ୍ଗ୍‌ କୋବ୍ରା, ଦେଖନ୍ତୁ ତା’ ପରର ଅବସ୍ଥା

ଅଜଗର ଓ କିଙ୍ଗ୍‌ କୋବ୍ରା ଭଳି ବିଷାକ୍ତ ସାପ ପ୍ରାୟତଃ ଜଙ୍ଗଲ କିମ୍ବା ସ୍ନେକ ହାଉସ୍‌ରେ ଦେଖିବାକୁ ମିଳିଥାନ୍ତି। ଗାଁରେ ବି ପ୍ରାୟତଃ ସାପ ଘରୁ ବାହାରିଥାନ୍ତି। କିନ୍ତୁ କେବେ ପାଇଖାନା ଟାଙ୍କିରୁ ସାପ ବାହାରୁଥିବା କଥା ଶୁଣିଛନ୍ତି କି? ବିଶ୍ୱାସ ଲାଗୁନଥିଲେ ବି କଥାଟି ସତ। ସତ ସତିକା ବିଷଧର କିଙ୍ଗ୍‌ କୋବ୍ରା ଟଏଲେଟ୍‌ ସିଟ୍‌ ବାଉଲରେ ଲୁଚିଥିବାର ଦେଖିବାକୁ ମିଳିଛି। ତା’ ପରେ ଯାହା ହେଲା, ଦେଖିଲେ ହୋସ୍‌ ଉଡ଼ିଯିବ।

ଏହି ପୂରା ଘଟଣାର ଭିଡିଓ ୟୁଟ୍ୟୁବ୍‌ରେ Sarpmitra Akash Jadhav ନାମକ ଚ୍ୟାନେଲରେ ସେୟାର କରାଯାଇଛି। ଏହା ଗୁଜରାଟର କୌଣସି ଗାଁର ଭଳି ଜଣାପଡ଼ୁଛି। ଏଠାକାର ଏକ ଘରର ଟଏଲେଟ୍‌ରେ ବ୍ୟକ୍ତି ଜଣକ ପଶୁ ପଶୁ ତାଙ୍କ ହୋସ୍‌ ଚାଲିଯିବା ଭଳି ଅବସ୍ଥା ହୋଇଥିଲା। ବ୍ୟକ୍ତି ଟଏଲେଟ୍‌ରେ ପଶୁ ପଶୁ ପାଇଖାନା ସିଟ୍‌ ତଳ ବାଉଲରୁ ବିଷଧର କିଙ୍ଗ୍‌ କୋବ୍ରା ଫଣା ଟେକି ବସିଥିବା ଦେଖିବାକୁ ମିଳିଥିଲା।

ଘର ମାଲିକ ଟିକେ ସାହାସ ଦେଖାଇ ପ୍ରଥମେ ଟଏଲେଟ୍‌ର ପାଇପ୍‌କୁ ବନ୍ଦ କରିଥିଲେ। ଆଉ ତା’ ପରେ ଉଦ୍ଧାରକାରୀ ଦଳକୁ ଡାକିଥିଲେ। ଭିଡିଓରେ ଦେଖାଯାଇଛି ଯେ ଦୀର୍ଘ ସମୟର ପରିଶ୍ରମ ପରେ ଯାଇ ସାପକୁ କାବୁ କରାଯାଇଥିଲା।

ଦେଖନ୍ତୁ ଭିଡିଓ:

Video Credit: Sarpmitra Akash Jadhav

ଏହି ଭିଡିଓଟି ପ୍ରାୟ ବର୍ଷେ ତଳର। ଭିଡିଓକୁ ଇତି ମଧ୍ୟରେ ୧.୭ କୋଟିରୁ ଅଧିକ ଥର ଦେଖାସରିଲାଣି। ଲୋକମାନେ ଏହି ଭିଡିଓରେ ଖୁବ୍‌ କମେଣ୍ଟ କରୁଥିବା ଦେଖାଯାଇଛି।

Also Read: ମାନିଲେନି ଚେତାବନୀ… ସ୍ତ୍ରୀ ଆଖି ସାମ୍ନାରେ ହନିମୁନ୍‌ରେ ଯୁବକଙ୍କ ମୃତ୍ୟୁ !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.