ଇଣ୍ଡିଗୋ ଫ୍ଲାଇଟ୍‌ ଆଣ୍ଟେଡାଣ୍ଟଙ୍କ ହସ୍ତାକ୍ଷରକୁ ଚିତ୍ରରେ ପରିବର୍ତ୍ତନ କଲେ କଳାକାର, ଭାଇରାଲ ହେଉଛି ଭିଡିଓ

ସାଧାରଣତଃ ଚିତ୍ରଶିଳ୍ପୀମାନେ ସାଧା କାଗଜରେ ଚିତ୍ର ଆଙ୍କିଥାନ୍ତି । କିନ୍ତୁ ଏ ଚିତ୍ରଶିଳ୍ପୀ ସାଧା କାଗଜରେ ହୋଇଥିବା ସିଗନେଚରକୁ ହିଁ ସୁନ୍ଦର ଚିତ୍ରରେ ପରିଣତ କରିିଥିଲେ । ଫ୍ଲାଇଟ ଆଣ୍ଟେଡାଣ୍ଟଙ୍କ ସିଗନେଚରକୁ ପ୍ରେମୀ ଯୁଗଳର ରୂପ ଦେଇଥିଲେ କଳାକାର, ଯାହା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଇଣ୍ଡିଗୋ ଫ୍ଲାଇଟ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ଥାଏ । କେତେବେଳେ ଫ୍ଲାଇଟର ଝରକା ଉଡ଼ିବାକୁ ନେଇ ଏହା ଚର୍ଚ୍ଚାକୁ ଆସିଥାଏ ତ କେତେବେଳେ ଏହା ଉଡ଼ାଣ ଭରିବାରେ ବିଳମ୍ବକୁ ନେଇ ଚର୍ଚ୍ଚାରେ ଥାଏ । କିନ୍ତୁ ଆଜି ଏହି ଫ୍ଲାଇଟରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ଭିନ୍ନ କାରନାମା ପାଇଁ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସାଧାରଣତଃ ଚିତ୍ରଶିଳ୍ପୀମାନେ ସାଧା କାଗଜରେ ଚିତ୍ର ଆଙ୍କିଥାନ୍ତି । କିନ୍ତୁ ଏ ଚିତ୍ରଶିଳ୍ପୀ ସାଧା କାଗଜରେ ହୋଇଥିବା ସିଗନେଚରକୁ ହିଁ ସୁନ୍ଦର ଚିତ୍ରରେ ପରିଣତ କରିିଥିଲେ । ଫ୍ଲାଇଟ ଆଣ୍ଟେଡାଣ୍ଟଙ୍କ ସିଗନେଚରକୁ ପ୍ରେମୀ ଯୁଗଳର ରୂପ ଦେଇଥିଲେ କଳାକାର, ଯାହା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଏହି ଭିଡିଓଟି ସ୍ପିଡ୍‌ ପେଣ୍ଟର ରବିନ ବାର୍‌ ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି ।

ସୂଚନା ଅନୁସାରେ ଇଣ୍ଡିଗୋ ଏୟାରଲାଇନ୍ସରେ ଯାତ୍ରା କରୁଥିବା ଜଣେ ଚିତ୍ର କଳାକାର ଫ୍ଲାଇଟ୍‌ ଆଣ୍ଟେଡାଣ୍ଟଙ୍କ ସିଗନେଚରକୁ ଚିତ୍ରକଳାରେ ପରିବର୍ତ୍ତନ କରିଥିଲେ । ଅଦ୍ଭୁତ ଭାବେ ସେ ସିଗନେଚରକୁ ଏଭଳି ଭାବେ ଚେଞ୍ଜ କରିବା ପରେ ଫ୍ଲାଇଟରେ ଥିବା ସମସ୍ତ ଯାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଫ୍ଲାଇଟ୍‌ ଆଣ୍ଟେଡାଣ୍ଟ ମଧ୍ୟ କଳାକାରଙ୍କ କଳା ଦେଖି ନିଜ ଆଖିକୁ ବିଶ୍ୱାସ କରିପାରି ନଥିଲେ । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ କଳାକାରଙ୍କୁ ଖୁବ ପ୍ରଶଂସା କରିଛନ୍ତି ।

ଫ୍ଲାଇଟ୍‌ ଆଣ୍ଟେଡାଣ୍ଟ ଏକ କାଗଜରେ ସିଗନେଚର କରିବା ପରେ ଏହାକୁ ସମ୍ପୃକ୍ତ ଚିତ୍ରଶିଳ୍ପୀଙ୍କୁ ହସ୍ତାନ୍ତର କରିଥିଲେ । ହସ୍ତାକ୍ଷର ଲେଖାଥିବା କାଗଜରେ ହିଁ ଚିତ୍ରକର ଜଣଙ୍କ ନିଜ କଳାର ଯାଦୁ ଦେଖାଇଥିଲେ । କଲମ ଧରି ଆରମ୍ଭ କରିଥିଲେ ଚିତ୍ରକଳା । ଖୁବ କମ ସମୟରେ ପ୍ରେମୀ ଯୁଗଳଙ୍କ ସୁନ୍ଦର ଚିତ୍ର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚିତ୍ର ସରିବା ପରେ ଶେଷରେ କଳାକାର ଜଣଙ୍କ ନିଜ ନାଁ ଲେଖିଥିଲେ ଏବଂ ଚିତ୍ରଟିକୁ ଫ୍ଲାଇଟ୍‌ ଆଣ୍ଟେଡାଣ୍ଟକୁ ଦେଇଥିଲେ । ତେବେ ଏହି ଭିଡିଓଟି କିଛି ଦିନ ତଳେ ସେୟାର କରାଯାଇଥିଲା । ପରେ ଏହା ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିବା ସହ ଏହାକୁ ଲାଇକ୍‌ ଓ କମେଣ୍ଟ ମଧ୍ୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.