ବନ୍ଧୁକ ଦେଖାଇ ଦମ୍ପତିଙ୍କ ଠାରୁ ଲୁଟିନେଲେ ସୁନା ଗହଣା

ଦମ୍ପତିଙ୍କ ଠାରୁ ଲୁଟିନେଲେ ସୁନା ଗହଣା । ତିନି ଦୁର୍ବୃତ୍ତ ଗୁଳି ଫୁଟାଇ ଭୟଭୀତ କରି ଢ଼େଙ୍କିକୋଟ ଅଞ୍ଚଳର ଦମ୍ପତିଙ୍କ ଠାରୁ ଲୁଟି ନେଇଛନ୍ତି ସୁନା ଗହଣା ।

ଆନନ୍ଦପୁର : ଦମ୍ପତିଙ୍କ ଠାରୁ ଲୁଟିନେଲେ ସୁନା ଗହଣା । ତିନି ଦୁର୍ବୃତ୍ତ ଗୁଳି ଫୁଟାଇ ଭୟଭୀତ କରି ଢ଼େଙ୍କିକୋଟ ଅଞ୍ଚଳର ଦମ୍ପତିଙ୍କ ଠାରୁ ଲୁଟି ନେଇଛନ୍ତି ସୁନା ଗହଣା । କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା  ବୀରଗୋବିନ୍ଦପୁର ଛକରେ ଘଟିଛି ଏହି ଘଟଣା ।

ଢେଂକିକୋଟର ନିଗମ ପ୍ରସାଦ ସାହୁ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ସ୍କୁଟି ଯୋଗେ  ଟୋଲଙ୍କପଡା ଯାଉଥିବା ବେଳେ ଦିନ  ଦ୍ୱିପ୍ରହରରେ ଗୋଟିଏ ପଲସର ବାଇକରେ ଆସି ପ୍ରଥମେ ସ୍କଟିକୁ ଧକ୍କା ଦେଇଥିଲେ। ତାଙ୍କୁ କାହିଁକି ଧକ୍କା ଦେଲବୋଲି ପଚାରିବା ସମୟରେ ବନ୍ଧୁକରେ ତିନି ରାଉଣ୍ଡ ଗୁଳି ଫୁଟାଇ ଭୟଭିତ କରି ପିନ୍ଧିଥିବା ସୁନା ଗହଣା ଲୁଟି ନେଇଥିଲେ। ଖବର ପାଇ  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.