ନ୍ୟୁଜିଲାଣ୍ଡ ସମୁଦ୍ର କୂଳରେ ବିରାଟକାୟ ମୋତି ପଥର, ଯାହା ଏବେବି ବୈଜ୍ଞାନିକଙ୍କ ପାଇଁ ରହସ୍ୟ ହୋଇ ରହିଛି

ବିରଳ ଓ ବିସ୍ମୟ ଭରା ଏ ବିଶ୍ୱ । ଯାହାର କୋଣାନୁକୋଣେ ଭରି ରହିଛି ଅନେକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟର ସମ୍ଭାର । ଏସବୁ ରହସ୍ୟ ଭେଦ କରି ପାରିନାହିଁ ବିଶ୍ୱର ସର୍ବ ବୃହତ ଗବେଷଣା ଅନୁଷ୍ଠାନ । କିନ୍ତୁ ଲକ୍ଷ ଲକ୍ଷ ବର୍ଷ ଧରି ବୈଜ୍ଞାନିକଙ୍କ ମନରେ କୌତୁହଳ ସୃଷ୍ଟି କରି ରହିଥିବା ଏମତି କିଛି ପ୍ରକୃତି ପ୍ରଦତ୍ତ ବସ୍ତୁ ଅଛି ଯାହର ରହସ୍ୟ ଉପରୁ ପରଦା ଉଠି ପାରିନାହିଁ । ଯେମିତିକି ନ୍ୟୁଜିଲାଣ୍ଡର କୋଏକୋହେ ବେଳାଭୂମିରେ ଥିବା ଏହି ବଡ ବଡ ପଥର ସବୁ, ଯାହା ଏବେ ଆଶ୍ଚର୍ଯ୍ୟ କରି ରଖିଛି ସମସ୍ତଙ୍କୁ । କାରଣ ଦେଖିବାକୁ ଏହା ମୋତି ଭଳି ହେଲେବି ବସ୍ତବରେ ଏହା ମୋତି ନୁହେଁ । ଏହା ହେଉଛି ମୋଏରାକି ପଥର ।

MOERAKI STONE-1ଏହି ମୋଏରାକି ପଥର କେଉଁ ଆଦିମ କାଳରୁ ଏଠାକାର ସମୁଦ୍ର ତଟରେ ପଡ଼ି ରହିଛି । ଏହି ଆଶ୍ଚର୍ଯ୍ୟଜନକ ପଥର କେମିତି ଓ କେଉଁଠୁ ଏ ସମୁଦ୍ର ତଟକୁ ଆସିଛି ତାହାର ସନ୍ଧାନ ବୈଜ୍ଞାନିକମାନେ ଏଯାବତ ପାଇ ପାରି ନାହାନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି । ହେଲେ କିଛି ବୈଜ୍ଞାନିକଙ୍କ ମତରେ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଜୀବ ଜନ୍ତୁଙ୍କ ଜୀବାସ୍ମ ଓ ସମୁଦ୍ର ବାଲିରେଣୁର ସମାହାରରେ ଏହି ପଥର ସବୁ ସୃଷ୍ଟି ହେଇଛି । ସେଥିପାଇଁ କିଛି ପଥର ମୋତି ପରି ଆଉ କିଛି ଧୂସର ବର୍ଣ୍ଣ ଧାରଣ କରିଛି ।
ମୋଏରାକିି ପଥରକୁ ଦେଖିବା ଲାଗି ଦୂରଦୂରାନ୍ତରୁ ଅନେକ ପଯ୍ୟର୍ଟକ ଏଠାକୁ ଆସନ୍ତି । ଆଉ କୋଏକୋହେ ବେଳାଭୂମିର ମଜା ମଧ୍ୟ ନିଅନ୍ତି । ବିଶେଷ କରି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଏହି ପଥର ଗୁଡ଼ିକର ବର୍ଣ୍ଣ ବଦଳିଯାଏ ।

MOERAKI STONE-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.