କେଦାରନାଥର ଯେଉଁ ଗୁମ୍ଫାରେ ଧ୍ୟାନ କରୁଥିଲେ ମୋଦି, ତାର ଗୋଟିଏ ଦିନର ଭଡା ଜାଣନ୍ତି କେତେ ?

କାଲିଠୁ ମୋଦିଙ୍କର ଏକ ଫଟୋ ଭାଇରାଲ୍ ହେଉଛି । ଯେଉଁଥିରେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଧ୍ୟାନ ମୁଦ୍ରାରେ ଦେଖିବାକୁ ମିଳିଛି । କେଦାରନାଥ ମନ୍ଦିର ନିକଟସ୍ଥ ଏକ ଗୁମ୍ଫାରୁ ୧୭ ଘଣ୍ଟାର ଧ୍ୟାନ ପରେ ବାହାରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳୁ ଉଠିବା ପରେ କେଦାରନାଥରେ ପୂଜାର୍ଚ୍ଚନା କରିଥିଲେ । ପୂଜା କରିବା ପରେ ସେ ଗୁମ୍ଫାରୁ ବାହାରକୁ ଆସିଥିଲେ । ଗତକାଲି ପ୍ରଧାନମନ୍ତ୍ରୀ କେଦାରନାଥରେ ପହଞ୍ଚି ବାବାଙ୍କ ଦର୍ଶନ କରିବା ପରେ ଗୁମ୍ଫା ଭିତରେ ଧ୍ୟାନରେ ବସିଥିଲେ ।

ତେବେ କଣ ଆପଣ ଜାଣନ୍ତି ମୋଦି ଯେଉଁ ଗୁମ୍ଫାରେ ଧ୍ୟାନ କରୁଥିଲେ ତାର ଭଡା କେତେ ? ଗୋଟିଏ ରାତି ପାଇଁ ଗୁମ୍ଫାର ଭଡା ହେଉଛି ୯୯୦ ଟଙ୍କା । ପର‌୍ୟ୍ୟଟନକୁ ଧ୍ୟାନରେ ରଖି ଯେତେବେଳେ ଗୁମ୍ଫାକୁ ବନା ଯାଇଥିଲା ସେତେବେଳେ ଗୋଟିଏ ରାତି ପାଇଁ ଭଡା ଥିଲା ୩ ହଜାର ଟଙ୍କା । ଯାହାକୁ ଗଢବାଲ୍ ମଣ୍ଡଲ ବିକାଶ ନିଗମ ପରେ କମାଇ କରାଥିଲା ୯୯୦ ଟଙ୍କା । ନିଗମ ପକ୍ଷରୁ ବ୍ରେକଫାଷ୍ଟ, ଲଂଚ, ଡିନର ଏବଂ ଦିନକୁ ଦୁଇ ଥର ଚା ମିଳୁଥିଲା ।

ତେବେ ଅନେକ ଦିନ ଧରି ଏହି ଗୁମ୍ଫା ବନ୍ଦ ଥିଲା । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ଫୋନ, ପାଣି, ବିଜୁଳି ଏବଂ ଗୁମ୍ଫା ବାହାରେ ସିସିଟିଭି ବ୍ୟବସ୍ଥା କରାଯାଇଥିଲା । ଅନ୍ୟପଟେ ମୋଦିଙ୍କ ଏହି ଧ୍ୟାନମୁଦ୍ରାକୁ ନେଇ ସୋସିଆଲ୍ ମିଡିଆରେ ଅନେକ ମଜାଦାର ଟୁଇଟ୍ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.