ଦୁନିଆର ୫ଟି ଅଜବ ଅନ୍ଧ ବିଶ୍ୱାସ, ଯାହା ଉପରେ ସାରା ପୃଥିବୀବାସୀ ବିଶ୍ୱାସ କରିଥାନ୍ତି

ଆମେ ମାନେ ଯଦି ରାସ୍ତାରେ ଯାଉଥାଉ ବିଲେଇ ଟିଏ ରାସ୍ତା କାଟିଦେଲା । ତେବେ ଆମେ ତାହାକୁ ବହୁତ ଅଶୁଭ କହୁ। କୌଣସି ଶୁଭ କାମରେ ଯାଉଥାଉ ତେବେ ତ କଥା ସରିଲା । ଆମେ ଅଧା ବାଟରୁ ଫେରିଯାଉ ଵା କାମଟିକୁ ସେହିଠାରେ ଅଟକାଇ ଦେଉ । କେତେଜଗାରେ ଲୋକେ ଛିଙ୍କିବାକୁ ଅଶୁଭ ବୋଲି ଧରିଥାନ୍ତି । ଆମେ ଆଜି ଆପଣଙ୍କୁ ଏମିତି କିଛି ଅଜବ ଅନ୍ଧବିଶ୍ୱାସ ବିଷୟରେ କହିବାକୁ ଯାଉଛୁ ଯାହାକୁ ପୃଥିବୀର ସବୁ ପ୍ରାନ୍ତର ଲୋକେ ଅନ୍ଧ ଭାବେ ବିଶ୍ୱାସ କରିଥାନ୍ତି ।

ୟୁରେସିଆନ ‘ରାଇନେକ’ ପକ୍ଷୀକୁ ଦୁନିଆର ସବୁଠୁ ଅଶୁଭ ପକ୍ଷୀ ବୋଲି ଧରାଯାଇଥାଏ । ଏହି ପକ୍ଷୀଟି ନିଜ ମୁଣ୍ଡକୁ ଚାରି ପାର୍ଶ୍ୱରେ ବୁଲାଇ ପାରିଥାଏ । ଏହା ବିଶ୍ୱାସ କରାଯାଏ କି ଯଦି ଏହା କୌଣସି ବ୍ୟକ୍ତି ଆଡକୁ ବୁଲାଇଥାଏ ତେବେ କିଛି ସମୟ ଭିତରେ ହିଁ ସେହି ବ୍ୟକ୍ତିର ମୃତ୍ୟୁ ହୋଇଥାଏ ।

 

ଊନବିଂଶ ଶତାବ୍ଦୀ ର ଏହି କ୍ୟାମେରା କୁ ନେଇ ମଧ୍ୟ ଏକ ଅଜବ ଅନ୍ଧବିଶ୍ୱାସ ରହିଅଛି । କୁହାଯାଏ ଯେ ଏହି କ୍ୟାମେରାରେ କାହାର ବି ଫୋଟୋ ଉଠାଇ ତାର ଆତ୍ମା କୁ ବଷା କରାଯାଇ ପାରିବ ।

କେତେ ଗୁଡିଏ ଜାଗାରେ ବିଶ୍ୱାସ କରାଯାଏ କି ଭଙ୍ଗା ଆଇନା ରେ କୌଣସି ବ୍ୟକ୍ତିର ଆତ୍ମା ବନ୍ଦୀ ହୋଇ ରହିଯାଏ । ଏହି ଡରରେ ବହୁ ଲୋକ ଆଇନା ଦେଖିନଥାନ୍ତି ।

ଏହା ସହ ପଢନ୍ତୁ: ଏହି ଦୁଇ ମହିଳା ଅନ୍ତରୀକ୍ଷରେ ରଚିବାକୁ ଯାଉଛନ୍ତି ଇତିହାସ, ଜାରିହେଲା ଏପରି ଭିଡିଓ

ଉନବିଂଶ ଶତାବ୍ଦୀରେ ଓପଲ ପଥରକୁ ଅଶୁଭ ଧରାଯାଇଥାଏ । ତେଣୁ କରି ଏହି ଡରରେ ବହୁ ଲୋକ ଏହି ପଥରକୁ ପିନ୍ଧି ହିଁ ନଥାନ୍ତି ।କୁହାଯାଏ କି ଓପଲ ପଥରକୁ ତାଜା ତେଜ ପତ୍ରରେ ଗୁଡ଼ାଇଲେ ଅଦୃଶ୍ୟ ହେବାର ଶକ୍ତି ମିଳିଥାଏ । ମଧ୍ୟ ଯୁଗୀୟ ଲୋକ ମାନେ ମଧ୍ୟ ଏହି ପଥରକୁ ଏକ ଅଲୌକିକ ପଥର ଭାବେ ମାନିଥାନ୍ତି ।

ଏମିତିକି ରୁଷରେ ଲୋକେ ପକ୍ଷୀ ମାନଙ୍କ ମଳତ୍ୟାଗକୁ ଅତ୍ୟନ୍ତ ଶୁଭ ମାନିଥାନ୍ତି । ଯଦି କୌଣସି ପକ୍ଷୀ କାହାର ଜିନିଷ ଉପରେ ଯଦି ମଳତ୍ୟାଗ କରନ୍ତି ତେବେ ଅତି ଅଳ୍ପ ଦିନ ଭିତରେ ସେ ଧନୀ ହୋଇଯାଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.