ମୁଁ ପଛେ କଷ୍ଟ ପାଏ….ମୋ ଛୁଆ ଭଲରେ ରହୁ, ଭାଇରଲ ଭିଡିଓ ଦେଖନ୍ତୁ ଜାଣିପାରିବେ…

ଯିଏ ସବୁଠୁ ଅଧିକ ପିଲାକୁ ଭଲ ପାଏ ସେ ହେଉଛି ମା” । କୌଣସି ବି ପରିସ୍ଥିତିରେ ଥାଆନ୍ତୁ ନା କାହିଁକି ମା’ କଳେ ବଳେ କୌଶଳେ ନିଜ ପିଲାକୁ ଉଦ୍ଧାର କରିପାରେ । ସେ ନିଜେ ଯେତେ କଷ୍ଟ ପାଉ ପଛକେ ନିଜ ଛୁଆକୁ କିନ୍ତୁ ଘଣ୍ଟ ଗୋଡ଼ାଇ ରଖିଥାଏ । ନିଜ ଛୁଆର ଜୀବନ ବଞ୍ଚାଇବାକୁ ଯାଇ ମା’ ନିଜ ଜୀବନ ବାଜିରେ ଲଗେଇବା ଭଳି ଘଟଣା ଆମେ ଦେଖିଛେ ଶୁଣିଛେ ବି । ନିଜ ସହ ହେଉ ଅବା ନିଜ ଚାରି ପାଖରେ ହେଉ ଏମିତି ଅନେକ ଘଟଣା ମାନଙ୍କର ନଜିର ରହିଛି । ଏଇ ନିକଟରେ ଜଣେ ମା’ଙ୍କର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି । ଭିଡିଓଟିକୁ ସେୟାର କରିଛନ୍ତି ଜଣେ ବରିଷ୍ଠ ଆଇପିଏସ ଅଧିକାରୀ । ଏହି ଭିଡିଓଟିରେ ଆପଣଙ୍କୁ ଏମିତି କିଛି ଦେଖିବାକୁ ମିଳିବ ଯାହା ପରେ ଆପଣ ନିଜେ ହୁଏତ ନିଜେ ନିଶବ୍ଦ ପାଲଟିଯାଇପାରନ୍ତି ।

ଅଙ୍କିତା ଶର୍ମା ନାମ୍ନୀ ଜଣେ ଆଇପିଏସ ଅଧିକାରିଣୀ ଏହି ଭିଡିଓଟିକୁ ସେୟାର କରିଛନ୍ତି । ଯେଉଁଥିରେ ଜଣେ ମା’ ଶାଢ଼ୀ ପିନ୍ଧି ସାଇକେଲ ଚଳାଉଥିରେବାର ନଜର ଆସୁଛନ୍ତି । ଆଉ ଏହି ସାଇକେଲ ପଛରେ ତାଙ୍କ ନିଜ ଛୁଆ ବସିଛି । ଆଉ ଶିଶୁଟିକୁ ଯେମିତି ଆରାମ ଲାଗିବ ସେନେଇ ଏକ ଯୁଗାଡ ବି କରିଦେଇଛନ୍ତି ଏହି ମା’ ଜଣଙ୍କ । ମା’ ସାଇକେଲ ସିଟର ପଛ ପଟରେ ଏକ ଚୌକି ଲଗେଇ ଦେଇଛନ୍ତି | ଯାହା ଦ୍ୱାରା ପିଲାଟି ଖୁବ ଆରାମରେ ମା’ ପଛ ପଟରେ ବସି ବେଧଡକ ଯାଉଛି । ତାର ଆଉ କିଛି ବି ଚିନ୍ତା ନାହିଁ । ମା’ ପଛ ପଟରେ ନିଜକୁ ଖୁବ ସୁରକ୍ଷିତ ମନେ କରୁଛି ଶିଶୁଟି । ମା’ ଜଣଙ୍କର ଏହି ଚେଷ୍ଟା ଓ ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି । ଜଣେ ୟୁଜର ନିଜ କମେଣ୍ଟରେ ଲେଖିଛନ୍ତିକି, ” ଗୋଟେ ଶିଶୁ ପାଇଁ ଏହା ଠାରୁ ଅଧିକ ଖୁସିର ମୁହୂର୍ତ୍ତ ଆଉ କଣ ଅବା ହେବ । ଯେବେକି ଆଉ ଜଣେ ଲେଖିଛନ୍ତିକି ଏହି ଦୁନିଆରେ ମା’ ଠାରୁ ବଡ ଆଉ କେହି ବି ହୋଇପାରନ୍ତି ନାହିଁ । ମା’ ଓ ପୁଅଙ୍କ ମଧ୍ୟରେ ଏହି ମଧୁର ସମ୍ପର୍କ ସମସ୍ତଙ୍କ ହୃଦୟ ଜିଣି ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.