ଅନ୍ତରୀକ୍ଷରୁ ପ୍ରତି ୨୦ମିନିଟରେ ଶୁଣିବାକୁ ମିଳୁଛି ରେଡ଼ିଓ ସିଗନାଲ ଧ୍ୱନି, ରିସର୍ଚ୍ଚରୁ ମିିିଳିଲା ସୂଚନା
ଅନ୍ତରୀକ୍ଷ ବା ସ୍ପେସରେ ଏବେ ହେଉଥିବା ପ୍ରତିଟି ଗତିବିଧି ଉପରେ ବୈଜ୍ଞାନିକ ମାନେ ନଜର ରଖିଛନ୍ତି। କିନ୍ତୁ ଏବେ ଏମିତି ଏକ ଜିନିଷ ଦେଖିଛନ୍ତି ଯାହାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ପଛରେ କାରଣ ମଧ୍ୟ ବଡ଼ ରହିଛି। ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏବେ ବୈଜ୍ଞାନିକ ମାନେ ୪୦୦୦ ପ୍ରକାଶ ବର୍ଷ ଦୂରରୁ ପ୍ରତି ୨୦ ମିନିଟରେ ରେଡିଓ ତରଙ୍ଗ ବା ସିଗନାଲ ପାଉଛନ୍ତି। ଏହାକୁ ଆଗରୁ କେବେ ବି ଅନ୍ତରୀକ୍ଷରେ ଥିବାର ଅନୁଭବ କରାଯାଇନାହିଁ।
ବୈଜ୍ଞାନିକ ମାନେ ଏହାକୁ ଜାଣିବା ପରେ ସେମାନଙ୍କ ହୋସ ଉଡିଯାଇଛି। ଏବେ ଏହାକୁ ନେଇ ସେ ପ୍ରମାଣ ଖୋଜିବାରେ ଲାଗିପଡ଼ିଛନ୍ତି ଯେ ଏହା ସତରେ କୌଣସି ରେଡ଼ିଓ ତରଙ୍ଗ ନା ଆଉ କିଛି? କାରଣ ଏହା ସମ୍ପର୍କରେ ସଠିକ ସୂଚନା ପାଇବା ମଧ୍ୟ ବହୁତ କଷ୍ଟ। ଏବେ ଏହା ଉପରେ ରିସର୍ଚ୍ଚ ଚାଲିଛି। ଦୁନିଆରେ ଏଭଳି ଅଜବ ଘଟଣାକୁ ଦେଖି କେହି ବିଶ୍ୱାସ କରିବା ମଧ୍ୟ କଷ୍ଟକର। ପୃଥିବୀରେ ହୁଏତ ଏହି ଘଟଣା ସାମାନ୍ୟ ହୋଇପାରେ। କିନ୍ତୁ ସ୍ପେସରୁ ଏପରି ଧ୍ୱନି ଆସିବା ଆଶ୍ଚର୍ଯ୍ୟ କାରୀ ଘଟଣା ନୁହେଁ ତ ଆଉ କଣ।
ଅନ୍ତରୀକ୍ଷରେ ଏହା ଏକ ପିଣ୍ଡ ସଦୃଶ୍ୟ ରହିଥିବାର ଜଣାପଡ଼ିଛି। ଯେଉଁଥିରୁ ରେଡ଼ିଓ ସିଗନାଲ ଧ୍ୱନି ବାହାରୁଛି। ଏହା ଏକ ନ୍ୟୁଟ୍ରନ ତାରା କିମ୍ବା ମଜବୁତ ଚୁମ୍ବକୀୟ କ୍ଷେତ୍ର ସହିତ ଥିବା ତାରାମାନଙ୍କ ଅବଶୋଷ ହୋଇପାରେ। ଅବା ସମ୍ପୂର୍ଣ୍ଣ ଭିନ୍ନ ବସ୍ତୁ ହୋଇପାରେ। ଅନ୍ତରୀକ୍ଷରେ ଏହି ଅବଜେକ୍ଟ ପ୍ରଥମ ଥର ଭାବେ ୨୦୧୮ ମସିହାରେ ଦେଖାଦେଇଥିଲା। କୁହାଯାଉଛି ଯେ ଏହି ଅବଜେକ୍ଟ ପ୍ରତି ଘଣ୍ଟାକୁ ୩ଥର ରେଡ଼ିଓ ସିଗନାଲ ବା ଉର୍ଜା ବାହାର କରୁଛି।
ଏମିତିବି କୁହାଯାଉଛି ଯେ ଏହି ଅବଜେକ୍ଟରୁ ଯେବେ ରେଡ଼ିଓ ସିଗନାଲ ବାହାରୁଛି ସେତେବେଳେ ଏହା ପୃଥିବୀରୁ ଦେଖାଦେଉ୍ଥିବା ସବୁଠୁ ଉଜ୍ୱଳ ରେଡ଼ିଓ ତରଙ୍ଗ ହୋଇଯାଏ। ଯାହା ଆକାଶୀୟ ପ୍ରକାଶସ୍ତମ୍ଭ ଭଳି ଦେଖାଯାଉଛି। ଏହି ବସ୍ତୁ କେବଳ ତରଙ୍ଗ ବାହାର କରୁନି ବରଂ ଏକ ବଡ଼ ଧରଣର ଉର୍ଜା ମଧ୍ୟ ବାହାର କରୁଛି।
ଅଷ୍ଟ୍ରେଲିଆର ରିସର୍ଚ୍ଚ ଟିମ ଏହି ବସ୍ତୁକୁ ଖୋଜି ପାଇଛନ୍ତି। ଅନ୍ତରୀକ୍ଷରେ ରେଡ଼ିଓ ସିଗନାଲର ମ୍ୟାପିଂ କରୁଥିବା ସମୟରେ ସେମାନେ ଏହି ବସ୍ତୁର ସନ୍ଧାନ ପାଇଥିଲେ। ଏମିତିବି କୁହାଯାଉଛି ଯେ ପରୀକ୍ଷା ସମୟରେ ଏହି ବସ୍ତୁ କେତେବେଳେ ଦେଖାଦେଉଛି ତ ଅନ୍ୟ କେତେବେଳେ ଉଭାନ ହୋଇଯାଉଛି। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ଘଟଣା ଅତି ଭୟଙ୍କର ହୋଇପାରେ। କାରଣ ପୂର୍ବରୁ ଏହା କେବେ ଘଟିନାହିଁ। ଏହା ଆକାଶଗଙ୍ଗାର ଠିକ ପଛରେ ହିଁ ରହିଛି।