୭୦ ବର୍ଷ ହେବ ଏହି ସହରରେ କାହାର ହୋଇନି ମୃତ୍ୟୁ, ଜାଣନ୍ତୁ କ’ଣ ରହିଛି ଏହା ପଛର ରହସ୍ୟ

ଭାରତ ସହିତ ବିଶ୍ବରେ ବହୁ ଅଦ୍ଭୁତ ସ୍ଥାନ ଅଛି, ଯାହା ବିଷୟରେ ଜାଣିବା ପରେ ଲୋକ ମାନେ ବିଶ୍ବାସ କରିପାରନ୍ତି ନାହିଁ । ସେହିପରି ଏଭଳି ଏକ ସ୍ଥାନ ରହିଛି ଯାହା ବିଷୟରେ ଜାଣିଲେ ଆପଣବି ଚକିତ ହୋଇଯିବେ। ତେବେ ଆଜି ଆସନ୍ତୁ ଜାଣିବା ଏହି ଅଦ୍ଭୁତ ସ୍ଥାନ ବିଷୟରେ । ଯେଉଁଠାରେ ୭୦ ବର୍ଷ ହେବ କୌଣସି ମଣିଷର ମୃତ୍ୟୁ ହୋଇନାହିଁ | ଏହା ଶୁଣିବା ପରେ ଆପଣଙ୍କୁ ପ୍ରାୟ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ | ବର୍ତ୍ତମାନ ଆପଣ ଭାବିବେ ଯେ ବୋଧ ହୁଏ ସେଠାରେ କେହି ରହୁନଥିବେ ତେବେ ଏହା ସମ୍ପୂର୍ଣ୍ଣ ଭୁଲ। ଏହି ସ୍ଥାନରେ ଅନେକ ଲୋକ ରୁହନ୍ତି। କିନ୍ତୁ ଏଭଳି ଅଦ୍ଭୁତ ସ୍ଥାନରେ ୭୦ ବର୍ଷ ହେବ କାହାର ବି ମୃତ୍ୟୁ ହୋଇନି।

ଏହି ପରି ଅଦ୍ଭୁତ ସ୍ଥାନ ନରୱେରେ ଅଛି । ଏଠାରେ ଅନେକ ସୁନ୍ଦର ସ୍ଥାନ ଅଛି, ଯେଉଁଥିପାଇଁ ଏହା ବିଶ୍ୱର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନଗୁଡ଼ିକରେ ଅନ୍ତର୍ଭୁକ୍ତ ହୋଇପାରିଛି ।ନରୱେରେ ଏହି ସ୍ଥାନର ନାମ ହେଉଛି ଲଙ୍ଗ ଇୟାରବେନ୍। ଏହି ସ୍ଥାନରେ କେହି ୭୦ ବର୍ଷ ହେବ ମରିନାହାନ୍ତି । ଏହାର କାରଣ ଜାଣି ଆପଣଙ୍କ ମନରେ ପ୍ରଶ୍ନ ଉଠିବ ଯେ କାହିଁକି? ନରଓ୍ବେକୁ ମିଡନାଇଟ୍ ସନ୍ ନାମରେ ମଧ୍ୟ ଜଣାଯାଏ। ଏହି ଦେଶରେ ମଇ ମାସରୁ ନେଇ ଜୁଲାଇ ମାସର ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ଥ ହୁଅନ୍ତି ନାହିଁ। ଲଗାତାର ୭୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ରହିଥାନ୍ତି ଓ ରାତି ହୋଇନଥାଏ। ସେଠାର ସ୍ବାଲବାର୍ଡରେ ମଧ୍ୟ ସୂର୍ଯ୍ୟ ୧୦ ଅପ୍ରେଲରୁ ୨୩ ଅଗଷ୍ଟ ପର୍ଯ୍ୟନ୍ତ ବୁଡନ୍ତି ନାହିଁ।

ଲଙ୍ଗ ଇୟରବେନ୍‌ରେ ସେଠାର ପ୍ରଶାସନ ଏକ ଆଇନ ତିଆରି କରିଛି। ଯେଉଁ କାରଣରୁ ସେଠାରେ ଲୋକଙ୍କର ମୃତ୍ୟୁ ହେଉନି। ସେଠାରେ ମଣିଷଙ୍କ ମୃତ୍ୟୁ ନିଷିଧ ହୋଇଯାଇଛି। ନରେଓ୍ବର ଉତ୍ତର ମେରୁରେ ଥିବା ଲଙ୍ଗ ଇୟରବେନରେ ବର୍ଷସାରା ଭୀଷଣ ଥଣ୍ଡା ପଡିଥାଏ। ଏହି କାରଣରୁ ସେଠାରେ ମୃତଦେହ ସଢି ପାରେନି। ଏହି କାରଣରୁ ପ୍ରଶାସନ ସେଠାରେ ମଣିଷ ମରିବା ଉପରେ ନିଷେଧ ଲଗାଇ ଦେଇଛି। ସବୁଠାରୁ ବଡ କଥା ହେଲା ଏହି ସହରରେ ୭୦ ବର୍ଷ ହେବ କାହାର ମୃତ୍ୟୁ ହୋଇନି।

ଏହି ଅଦ୍ଭୁତ ସହରରେ ଖ୍ରୀଷ୍ଟିଆନ ଧର୍ମର ଅଧିକ ଲୋକ ରୁହନ୍ତି। ୧୯୧୭ରେ ସେଠାରେ ଜଣେ ବ୍ୟକ୍ତିଙ୍କର ଇନଫ୍ଲୁଏଞ୍ଜାରେ ମୃତ୍ୟୁ ହୋଇଥିଲା। ତାଙ୍କର ମୃତଦେହକୁ ଲଙ୍ଗ୍ ଇୟରବେନ୍‌ରେ ପୋତା ଯାଇଥିଲା। କିନ୍ତୁ ତାଙ୍କର ଶବ ସହିତ ଆଜି ପର୍ଯ୍ୟନ୍ତ ମଧ୍ୟ ଇନଫ୍ଲୁଏଞ୍ଜା ଭାଇରସ୍ ରହିଛି। ଏହି କାରଣରୁ ପ୍ରଶାସନ ସେଠାର ଲୋକଙ୍କ ମୃତ୍ୟୁ ଉପରେ ରୋକ ଲଗାଇ ଦେଇଛନ୍ତି।, ଯାହାଫଳରେ ସହରରେ ଯେପରି କୌଣସି ପ୍ରକାର ମହାମାରୀ ବ୍ୟାପୀ ନପାରିବ। ଏହି ସହରର ଜନସଂଖ୍ୟା ପ୍ରାୟ ୨୦୦୦। ଯଦି ସେଠାରେ କୌଣସି ବ୍ୟକ୍ତି ଅସୁସ୍ଥ ହୁଅନ୍ତି ତେବେ ତାଙ୍କୁ ବିମାନ ଯୋଗେ ଅନ୍ୟ ସ୍ଥାନରେ ପହଁଞ୍ଚାଇ ଦିଆଯାଏ। ଏହାପରେ ସେହି ସ୍ଥାନରେ ମୃତ୍ୟୁ ପରେ ଉକ୍ତ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.