Below header

ସଠିକ୍‌ ଲାଳନ ପାଳନ ଦ୍ବାରା ବିକଶିତ ହୋଇଥାଏ ଶିଶୁଙ୍କ ମସ୍ତିଷ୍କ, ଜାଣନ୍ତୁ ଏହି ରିପୋର୍ଟରୁ

ପିଲାମାନଙ୍କର ଲାଳନ ପାଳନ କେଉଁ ପରିବେଶରେ କେଉଁଭଳି କରାଯାଉଛି ତାହାର ପ୍ରଭାବ ତାଙ୍କର ଭବିଷ୍ୟତ ଉପରେ ପକାଇଥାଏ। ପିଲାମାନଙ୍କର ମସ୍ତିଷ୍କର ବିକାଶ, ତାଙ୍କ ସହିତ ହେଉଥିବା ବ୍ୟବହାର ଉପରେ ନିର୍ଭର କରେ। ଉଚିତ ଭାବରେ ଲାଳନ ପାଳନ ହୋଇଥିବା ପିଲାଙ୍କ ମସ୍ତିଷ୍କ ଏବଂ ଭଲ ଭାବରେ ଲାଳନ ପାଳନ ହୋଇ ନଥିବା ପିଲାଙ୍କ ମସ୍ତିଷ୍କ ମଧ୍ୟରେ ଆକାଶ ପାତାଳର ଫରକ ଥାଏ। ଭଲଭାବେ ଲାଳନ ପାଳନ ହୋଇ ନଥିବା ପିଲାଙ୍କ ମସ୍ତିଷ୍କ ବହୁତ ଧୀର ଗତିରେ ଚାଲିଥାଏ।

ଏହାର ସ୍ପଷ୍ଟ ଉତ୍ତର ହେଉଛି ପିଲାମାନଙ୍କୁ ସ୍ନେହ ଏବଂ ଭଲପାଇବା ଦେବା। ପିଲାଙ୍କୁ ପ୍ରେମ ଏବଂ ସ୍ନେହ ଦେବା କାରଣରୁ ସୁସ୍ଥ ଭାବରେ ତାଙ୍କର ମସ୍ତିଷ୍କର ବିକାଶ ହୋଇଥାଏ। ସେହିଭଳି ରାଗ, ଝଗଡା ଏବଂ ଭାବନାକୁ ଆଘାତ ଦେବା କାରଣରୁ ପିଲାମାନଙ୍କର ମନ ଏବଂ ହ୍ରୁଦୟରେ ପ୍ରଭାବ ପଡିଥାଏ।

ତିନି ବର୍ଷର ପିଲାଙ୍କର ମସ୍ତିଷ୍କ

ଆମେରିକାର ଏକ ତିନି ବର୍ଷର ପିଲାକୁ ନେଇ ଏକ ଅନୁସନ୍ଧାନ କରାଗଲା। ଏକ ତିନି ବର୍ଷର ଅବହେଳିତ ଶିଶୁ ଏବଂ ଆଉ ଏକ ଯତ୍ନବାନ ଶିଶୁଙ୍କ ମସ୍ତିଷ୍କକୁ ପରୀକ୍ଷା କରାଗଲା। ଏହି ଅନୁସନ୍ଧାନରୁ ଏହା ଜଣାପଡିଲା ଯେ ଏକ ଅବହେଳିତ ଶିଶୁର ମସ୍ତିଷ୍କ ଏକ ଯତ୍ନବାନ ଶିଶୁଙ୍କ ମସ୍ତିଷ୍କ ଅପେକ୍ଷା ବହୁତ ଛୋଟ ଆକାରର। ଦୁଇଟି ଅଲଗା ଅଲଗା ହୋଇଥିବା ସିଟି ସ୍କାନ ରିପୋର୍ଟରୁ ଏହାର ଅନ୍ତର ଜଣାପଡିଲା।

child brain studyସେହି ସିଟି ସ୍କାନ ରିପୋର୍ଟର ଫଟୋକୁ ଦେଖିଲେ ଏହା ଜଣା ପଡୁଛି ଯେ ଯତ୍ନବାନ ଶିଶୁର ସୁସ୍ଥ ମସ୍ତିଷ୍କ ଅଟେ ଏବଂ ସୁସ୍ଥ ମସ୍ତିଷ୍କ ବହୁତ ବଡ ଦେଖାଯାଉଛି। ସେହିଭଳି ଅବହେଳିତ ଶିଶୁର ମସ୍ତିଷ୍କ ବହୁତ ଛୋଟ ଦେଖାଯାଉଛି କାରଣ ଏମାନେ ଭାବନାତ୍ମକ ଆଘାତ ଏବଂ ଅବହେଳାର ଶିକାର ହୋଇଛନ୍ତି।

neglected child brainପିଲାଙ୍କୁ ମାଡ ମାରିବା ଏବଂ ରାଗିବା ଦ୍ବାରା ଏହାର ନକାରାତ୍ମକ ପ୍ରଭାବ ସେମାନଙ୍କର ମସ୍ତିଷ୍କ ଉପରେ ପଡିଥାଏ। ସେମାନଙ୍କୁ ଅବହେଳା କରିବା ଦ୍ବାରା ମସ୍ତିଷ୍କ ନିଳୟରେ ସମସ୍ୟା ଦେଖା ଯାଇଥାଏ। ରିପୋର୍ଟରୁ ସ୍ପଷ୍ଟ ଜଣାପଡୁଛି ଯେ ବହତୁ କଷ୍ଟ, ଯନ୍ତ୍ରଣାର ସାମ୍ନା କରିବାକୁ ପଡିଛି।

ଏହି ଅବହେଳିତ ଶିଶୁଙ୍କ ମସ୍ତିଷ୍କର ସମସ୍ୟା ସାଧାରଣତଃ ବ୍ରୁଦ୍ଧ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ। ଯେଉଁମାନେ ଏଲଜାଇମର ରୋଗରେ ପୀଡିତ ହୋଇଥାନ୍ତି। ଏଥିପାଇଁ ଶିଶୁ ମାନଙ୍କ ସହିତ ବନ୍ଧୁତାର ସହିତ ଚଳିବାକୁ ପଡିବ। ତାଙ୍କ ସହିତ ମିଳିମିଶି ବନ୍ଧୁତାର ବ୍ୟବହାର କରିବାକୁ ପଡିବ। ଏହିଭଳି କରିବା ଦ୍ବାରା ତାଙ୍କର ବିକାଶ ଅନ୍ୟ ବିକଶିତ ଶିଶୁଙ୍କ ଭଳି ସାଧାରଣ ରହୁ।

Happy childଶିଶୁଙ୍କ ସହିତ ଭଲ ବ୍ୟବହାର ନକଲେ ସେମାନଙ୍କର ମସ୍ତିଷ୍କରେ ପ୍ରଭାବ ପଡିଥାଏ। ଯାହା ସେମାନଙ୍କ ଭବିଷ୍ୟତରେ କ୍ଷତି ପହଁଚିଥାଏ। ଏଥି ସହିତ ପିଲାମାନେ ଖରାପ ବାଟକୁ ମଧ୍ୟ ଯାଇପାରନ୍ତି। ଏଥିରୁ ସେମାନଙ୍କୁ ନିବ୍ରୁତ୍ତ କରିବା ପାଇଁ ତାଙ୍କ ସହିତ ହସ, ଖୁସିରେ ମିଶିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.