ମାନ୍ୟତା ରହିଛି ଯେ ଘରର ଇଶାନ କୋଣରେ ଦେବାଦେବୀଙ୍କ ବାସ ହୋଇଥାଏ । ତେଣୁ ଏହି ଜାଗା ସର୍ବଦା ସଫା ସୁତର ରହିବା ଉଚିତ୍ । ବାସ୍ତୁ ଶାସ୍ତ୍ରରେ ଇଶାନ କୋଣ ସହ ଜଡିତ କିଛି ନିୟମ ଦିଆଯାଇଛି । ଆସନ୍ତୁ ଜାଣିବା ଇଶାନ କୋଣରେ କେଉଁ ଜିନିଷ ରଖିବା ଦ୍ୱାରା ଦରିଦ୍ରତା ବାସ ହୋଇଥାଏ ।
ଘରର ଇଶାନ କୋଣରେ କରନ୍ତୁ ନାହିଁ ଏହି କାମ :
ଦେବା-ଦେବୀଙ୍କ ବାସ ସ୍ଥାନ କୁହାଯାଉଥିବା କାରଣରୁ ଘରର ଇଶାନ କୋଣରେ କେବେ ବି କରନ୍ତୁ ନାହିଁ ଶୌଚାଳୟ । ବାସ୍ତୁ ଅନୁସାରେ ଘରର ଇଶାନ କୋଣରେ ଶୌଚାଳୟ ବନାଇବା କାରଣରୁ ଘରର ସଦସ୍ୟଙ୍କ ଶାରିରୀକ ଓ ମାନସିକ କଷ୍ଟ ଭୋଗିବାକୁ ପଡିଥାଏ ।
ଘରର ଇଶାନ କୋଣରେ ବେଡ ରୁମ ତିଆରି କରିବା ମଧ୍ୟ ଶୁଭ ମନାଯାଇନଥାଏ । କାରଣ ଏହାଦ୍ୱାରା ପତି-ପତ୍ନୀଙ୍କ ମଧ୍ୟରେ ଅଶାନ୍ତି ରହିଥାଏ ଓ ଦାମ୍ପତ୍ୟ ଜୀବନରେ ସମସ୍ୟା ଆସିଥାଏ ।
ବାସ୍ତୁ ଅନୁସାରେ କୌଣସି ଓଜନିଆ ଜିନିଷ ଘରର ଇଶାନ କୋଣରେ ରଖିବା ଉଚିତ୍ ନୁହେଁ । କାରଣ ଏହାଦ୍ୱାରା ଘରର ସକରାତ୍ମକ ଶକ୍ତି ଆସିବା ବାଟ ଅବରୋଧ ହୋଇଥାଏ । ଫଳରେ ଜୀବନରେ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ ।
ଘରର ଇଶାନ କୋଣରେ ରଖନ୍ତୁ ଏହି ଜିନିଷ :
ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଇଶାନ କୋଣରେ ତୁଳସୀ ଗଛ ଲଗାଇବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଆଶିର୍ବାଦ ବଜାୟ ରହିଥାଏ । ଘରର ସବୁଠୁ ପବିତ୍ର ସ୍ଥାନ ହେଉଥିବା କାରଣରୁ ଇଶାନ କୋଣରେ ପୂଜା ସ୍ଥଳ ତିଆରି କରିବା ବହୁତ ଶୁଭ ହୋଇଥାଏ । ଏହାଦ୍ୱାରା ଘରେ ସୁଖ ଶାନ୍ତି ବାସ ହୋଇଥାଏ ।