ବିବାହର ୧୨ ଦିନ ନ ପୂରୁଣୁ ଶାଶୂଘରୁ ଉଠିଲା ନବବଧୂଙ୍କ କୋକେଇ, ପରିବାର ଲୋକେ ଆଣି ହତ୍ୟା ଅଭିଯୋଗ

ହାତରେ ମେହେନ୍ଦୀ ପାଦରେ ଅଳତା ପିନ୍ଧି କିଛି ଦିନ ତଳେ ସାଜିଥିଲେ ନବବଧୂ । ମନରେ ତାଙ୍କର ଅସୁମାରୀ ସ୍ୱପ୍ନ । ହାତରେ ହାତଗଣ୍ଠି ମଥାରେ ସିନ୍ଦୂର, ନାଲି ଶାଢ଼ୀ ପିନ୍ଧି ନୂଆ ବୋହୂ ସାଜି ଯାଇଥିଲେ ଶାଶୂଘର । ଭାବିଥିଲେ ଶାଶୂଘରକୁ ନିଜର କରି ବାକି ଜୀବନ ସେଇଠି ହିଁ କାଟିଦେବେ । କ୍ଷଣକ ମଧ୍ୟରେ ତାଙ୍କର ସବୁ ସ୍ୱପ୍ନ ଭାଙ୍ଗି ଚୁରମାର୍‌ ହୋଇଗଲା। ଆଉ ତାଙ୍କ ସୁଃଖର ସଂସାର ଗଢ଼ି ହେଉ ହେଉ ଉଜୁଡ଼ିଗଲା ତାଙ୍କ ସୁନା ସଂସାର । ଏଭଳି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ଉପରଗଡ଼ ଗାଁରେ ଘଟିଛି ।

ବାଲେଶ୍ୱର: ହାତରେ ମେହେନ୍ଦୀ ପାଦରେ ଅଳତା ପିନ୍ଧି କିଛି ଦିନ ତଳେ ସାଜିଥିଲେ ନବବଧୂ । ମନରେ ତାଙ୍କର ଅସୁମାରୀ ସ୍ୱପ୍ନ । ହାତରେ ହାତଗଣ୍ଠି ମଥାରେ ସିନ୍ଦୂର, ନାଲି ଶାଢ଼ୀ ପିନ୍ଧି ନୂଆ ବୋହୂ ସାଜି ଯାଇଥିଲେ ଶାଶୂଘର । ଭାବିଥିଲେ ଶାଶୂଘରକୁ ନିଜର କରି ବାକି ଜୀବନ ସେଇଠି ହିଁ କାଟିଦେବେ । ହେଲେ ତାଙ୍କର ଏହି ଖୁସିର ସ୍ୱପ୍ନରେ ସତେ ଯେମିତି ଲାଗିଗଲା କାହାର କଳା ନଜର । କ୍ଷଣକ ମଧ୍ୟରେ ତାଙ୍କର ସବୁ ସ୍ୱପ୍ନ ଭାଙ୍ଗି ଚୁରମାର୍‌ ହୋଇଗଲା। ଆଉ ତାଙ୍କ ସୁଃଖର ସଂସାର ଗଢ଼ି ହେଉ ହେଉ ଉଜୁଡ଼ିଗଲା ତାଙ୍କ ସୁନା ସଂସାର । ଏଭଳି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ଉପରଗଡ଼ ଗାଁରେ ଘଟିଛି ।

ଯେଉଁ ନବବଧୂ ଅନେକ ସ୍ୱପ୍ନ ନେଇ ଶାଶୂଘରକୁ ଆସିଥିଲେ ଆଜି ତାଙ୍କର କୋକେଇ ଉଠୁଛି । ଆଜକୁ ବିବାହ ହେବାର ୧୨ ଦିନ ହୋଇଛି ହେଲେ ବଡ଼ ଦୁଃଖର କଥା ଯେ ବିବାହର ୧୨ ଦିନ ନ ପୂରୁଣୁ ବୋହୂର ଜୀବନ ଚାଲିଯାଇଛି । ମୃତ ମହିଳା ଜଣକ ହେଉଛନ୍ତି ନଵବଧୂ ଗୌରୀ ମୁଦୁଲି । ତାଙ୍କ ଘର ଖଇରା ଥାନା ଅନ୍ତର୍ଗତ ଗାଭର ଗାଁ ରେ । ମୃତ ଗୌରୀ ମୁଦୁଲିଙ୍କ ସହିତ ଉପରଗଡ(ବାଘଆମ୍ପୁଡା) ଗାଁର ଵସନ୍ତ ସିଂ ଙ୍କ ସହିତ ଵୈଦିକ ରୀତିନୀତିରେ ବାର ଦିନ ପୂର୍ବେ ବିଵାହ ସମ୍ପନ୍ନ ହୋଇଥିଲା । ଆଜି ଭୋରୁ ଗୌରୀଙ୍କ ଶାଶୂ ଘର ଲୋକ ଙ୍କଠାରୁ ଖବରପାଇ ଯାଇ ପହଞ୍ଚି ଥିଲେ ତାର ମୃତ୍ୟୁ ହୋଇଛି। ତାକୁ ତାର ସ୍ୱାମୀ ଓ ପରିବାର ଲୋକେ ମାରି ଦେଇଥିବାର ଏନେଇ ଥାନାରେ ଭାଇ ରମେଶ ମୁଦୁଲି ଅଭିଯୋଗ କରିଛନ୍ତି ।

ତେବେ କୁହାଯାଉଛି ବିବାହ ପରେ ପରମ୍ପରା ଅନୁଯାୟୀ, ଗୌରୀ ତାଙ୍କ ବାପଘରକୁ ବୁଲିବାକୁ ଯାଇଥିଲେ । ଆଉ ତା ପରେ ସେ ତାଙ୍କ ଶାଶୂ ଘରକୁ ଫେରିଥିଲେ । ହେଲେ ଆଜି ତାଙ୍କ ମୃତ ଦେହ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିବା ବେଳେ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ । ଏନେଇ ସ୍ୱାମୀ ଓ ପରିବାର ଲୋକ ମାରି ଦେଇଥିବାର ଥାନାରେ ଭାଇ ରମେଶ ମୁଦୁଲି ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.