ୟଶଙ୍କ ଫିଲ୍ମ ‘ଟକ୍ସିକ୍’ କୁ ନେଇ ନିର୍ମାତାମାନେ ସେୟାର କଲେ ଏକ ବଡ଼ ଅପଡେଟ୍, ସାମ୍ନାକୁ ଆସିଲା ରିଲିଜ୍‌ ଡେଟ୍‌

ଫିଲ୍ମ 'ଟକ୍ସିକ୍ ଫେରି ଟେଲ୍‌ ଫର ଗ୍ରାଉଣ୍ଡ୍ ଅପ୍’ କାଷ୍ଟିଂ କାଉଚ ବିଷୟରେ ଅନେକ ଖବର ଶୁଣିବାକୁ ମିଳୁଛି । କିନ୍ତୁ ଏବେ ନିର୍ମାତାମାନେ ନିଜେ ଏହି କଥାକୁ ନେଇ ନୀରବତା ଭାଙ୍ଗି, ଏହି ବିଷୟରେ କିଛି ସୂଚନା ଦେଇଛନ୍ତି । ଫିଲ୍ମ 'ଟକ୍ସିକ୍’ ନିର୍ମାତାମାନେ ମାର୍ଚ୍ଚ ୨୩ରେ ସୋସିଆଲ ମିଡିଆରେ ଏକ ଅଫିସିଆଲ୍ ଅପଡେଟ୍ ସେୟାର କରିଥିଲେ ।

ସାଉଥ ସୁପରଷ୍ଟାର ୟଶଙ୍କ ଫିଲ୍ମ ‘ଟକ୍ସିକ୍ ଫେରି ଟେଲ୍‌ ଫର ଗ୍ରାଉଣ୍ଡ୍ ଅପ୍’ ଦେଖିବାକୁ ଫ୍ୟାନ୍ସ ବହୁତ ଦିନ ହେବା ଉତ୍ସାହାର ସହ ଅପେକ୍ଷା କରିଛନ୍ତି । କିନ୍ତୁ ୟଶଙ୍କ ଫିଲ୍ମକୁ ନେଇ ଏବେ କିଛି ଅପ୍‌ଡେଟ୍‌ ଆସିଛି । ଯାହାକି ଫିଲ୍ମର ମୁଖ୍ୟ ଅଭିନେତ୍ରୀ କିଏ ହେବେ? ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଖବର ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ କରୀନା କପୁର ଖାନ, ସାଇ ପଲ୍ଲବୀ ଏବଂ ଶ୍ରୁତି ହାସନ ଏହି ଫିଲ୍ମରେ ୟଶଙ୍କ ସହ କାମ କରିପାରନ୍ତି, ଏନେଇ ଏବେ ଅନେକ ଖବର ଆସୁଛି । ଏପରି ଗୁଜବ ମଧ୍ୟରେ ଫିଲ୍ମର ନିର୍ମାତା ଶନିବାର ଦିନ ନୀରବତା ଭାଙ୍ଗିଛନ୍ତି ଏବଂ ଫିଲ୍ମର ମୂଖ୍ୟ ଅଭିନେତ୍ରୀଙ୍କ କିଏ ହେବେ ସେ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଫିଲ୍ମ ‘ଟକ୍ସିକ୍ ଫେରି ଟେଲ୍‌ ଫର ଗ୍ରାଉଣ୍ଡ୍ ଅପ୍’ କାଷ୍ଟିଂ କାଉଚ ବିଷୟରେ ଅନେକ ଖବର ଶୁଣିବାକୁ ମିଳୁଛି । କିନ୍ତୁ ଏବେ ନିର୍ମାତାମାନେ ନିଜେ ଏହି କଥାକୁ ନେଇ ନୀରବତା ଭାଙ୍ଗି, ଏହି ବିଷୟରେ କିଛି ସୂଚନା ଦେଇଛନ୍ତି । ଫିଲ୍ମ ‘ଟକ୍ସିକ୍’ ନିର୍ମାତାମାନେ ମାର୍ଚ୍ଚ ୨୩ରେ ସୋସିଆଲ ମିଡିଆରେ ଏକ ଅଫିସିଆଲ୍ ଅପଡେଟ୍ ସେୟାର କରିଥିଲେ ।

ସୂଚନା ମୁତାବକ, ଫିଲ୍ମର ନିର୍ମାତାମାନେ ସେୟାର କରି ଲେଖିଛନ୍ତି, ‘ଟକ୍ସିକ୍ କାଷ୍ଟିଂ ସମ୍ବନ୍ଧୀୟ ଖବର ସୋସିଆଲ୍ ମିଡିଆରେ ସେୟାର ହେବାରେ ଲାଗିଛି । ତେବେ ନିର୍ମାତାମାନେ ଏପରି ମଧ୍ୟ ଲେଖିଛନ୍ତି, ଯେ ଆପଣଙ୍କର ଟକ୍ସିକ୍ ଫିଲ୍ମ ଦେଖିବାକୁ ଥିବା ଉତ୍ସାହକୁ ଆମେ ପ୍ରଶଂସା କରୁଛୁ, କିନ୍ତୁ ଏହି କଥା ପ୍ରତି ଧ୍ୟାନ ନଦେବାକୁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ । ଫିଲ୍ମ ‘ଟକ୍ସିକ୍’ ନିର୍ମାତାମାନେ ମୁଖ୍ୟ ଅଭିନେତ୍ରୀଙ୍କ ସମ୍ବନ୍ଧରେ କୌଣସି ଅଫିସିଆଲ୍ ଅପଡେଟ୍ ସେୟାର କରିନାହାଁନ୍ତି ।

ତେବେ ୟଶଙ୍କ ଫିଲ୍ମ ‘ଟକ୍ସିକ୍’ ର ଭିଡିଓ ରିଲିଜ୍ କରି ନିର୍ମାତାମାନେ କହିଛନ୍ତି ଯେ ଏହି ଫିଲ୍ମ ଏପ୍ରିଲ ୧୦, ୨୦୨୫ରେ ରିଲିଜ୍‌ ହେବ । ଏହି ଫିଲ୍ମଟିକୁ ମାଲାୟାଲମ୍ ସିନେମାର ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ଗୀତୁ ମୋହନଦାସ ନିର୍ଦ୍ଦେଶନା ଦେଇଛନ୍ତି । ବହୁତ ସମୟ ଧରି ଏହି ଫିଲ୍ମର ଷ୍ଟାର କାଷ୍ଟ ବିଷୟରେ ଅନେକ ଖବର ସାମ୍ନାକୁ ଆସିବାରେ ଲଗିଛି । ଏବେ ଫିଲ୍ମର ନାମ ଜାଣିବା ପରେ ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ଉତ୍ସାହ ବହୁତ ବଢି ଯାଇଛି । ୟଶ ଏବଂ ଗୀତୁ ମୋହନଦାସଙ୍କ ଏହି ଫିଲ୍ମ କେଭିଏନ୍ ପ୍ରଡକ୍ସନ୍ସର ବ୍ୟାନରରେ ନିର୍ମିତ ହେଉଛି । ଏହି ପୋଷ୍ଟରୁ ଜଣାପଡୁଛି ଯେ ଫିଲ୍ମର ମୂଖ୍ୟ ଅଭିନେତ୍ରୀ କିଏ ହେବେ, ଏପର୍ଯ୍ୟନ୍ତି କୌଣସି ସୂଚନା ଆସିନାହିଁ । ଏହି ବିଷୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ KVN Productions ଆକାଉଣ୍ଟରେ ସେୟାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.