ଆଜି ଏହି ସ୍ଥାନରେ ରଖନ୍ତୁ କଉଡ଼ି, ଭାଗ୍ୟ ଚମକାଇ ଦେବେ ମା’ଲକ୍ଷ୍ମୀ ଓ ସୂର୍ଯ୍ୟ ଦେବ

ସୂର୍ଯ୍ୟଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଥିଲେ ମକର ସଂକ୍ରାନ୍ତି ବା ଆଜିର ଦିନ ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରିବା ଉଚିତ। ଏହା ଦ୍ୱାରା ବର୍ଷ ସାରା ଆପଣଙ୍କୁ ପ୍ରତ୍ୟେକ କାମରେ ସଫଳତା ମିଳିବା ସହ କେବେ ବି ଟଙ୍କାପଇସାର ଅଭାବ ହେବ ନାହିଁ। ଆଜି ଅର୍ଥାତ୍ ଜାନୁଆରୀ ୧୪ ତାରିଖରେ ସାରା ଦେଶରେ ପାଳିତ ହେଉଛି ମକର ସଂକ୍ରାନ୍ତି। ସୌଭାଗ୍ୟକୁ ଆଜି ମହାଲକ୍ଷ୍ମୀଙ୍କ ପ୍ରିୟ ବାର ଶୁକ୍ରବାର ମଧ୍ୟ ପଡ଼ୁଛି। ଆଜି ଯଦି ଆପଣ ଏକ ସାଧାରଣ କାମ କରିବେ ତେବେ ବର୍ଷ ସାରା ଆପଣଙ୍କ ଉପରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ବର୍ଷା ହେବ…
ଆଜି ଏହି ସ୍ଥାନରେ ରଖନ୍ତୁ କଉଡ଼ି:
ମକର ସଂକ୍ରାନ୍ତି ଦିନ ୧୪ଟି ପରିଷ୍କାର କଉଡ଼ିକୁ ନେଇ ତାହାକୁ କେସର ମିଶ୍ରିତ କ୍ଷୀରରେ ଅଭିଷେକ କରନ୍ତୁ। ପରେ ଏହାକୁ ଗଙ୍ଗା ଜଳରେ ଧୋଇ ଏକ ପାତ୍ରରେ ରଖନ୍ତୁ। ଏହା ପରେ ମହାଲକ୍ଷ୍ମୀଙ୍କ ସାମ୍ନାରେ ଏକ ଘିଅ ଦୀପ ଓ ଏକ ରାଶି ତେଲର ଦୀପ ଜାଳନ୍ତୁ। ରାଶି ତେଲର ଦୀପକୁ ମହାଲକ୍ଷ୍ମୀଙ୍କ ବାମ ପଟେ ଓ ଘିଅ ଦୀପକୁ ମହାଲକ୍ଷ୍ମୀଙ୍କ ଡାହାଣ ପଟେ ରଖନ୍ତୁ। ଏହା ପରେ ମା’ ଲକ୍ଷ୍ମୀଙ୍କୁ ଧ୍ୟାନ କରି ଓଁ ସଂକ୍ରାତ୍ୟାୟ ନମଃ ମନ୍ତ୍ରକୁ ୧୪ ଥର ଜପ କରନ୍ତୁ। ତା’ପରେ ରାତି ୧୨ଟାରେ କଉଡ଼ିକୁ ଉଠାଇ ଘରର ବିଭିନ୍ନ ଶୁଦ୍ଧ ସ୍ଥାନରେ ରଖି ଦିଅନ୍ତୁ। ଏମିତି କଲେ ଘରେ ସବୁ ବେଳେ ଲକ୍ଷ୍ମୀଙ୍କ ବାସ ରହିବ।
ଏଥିସହ ପରିବାରକୁ ବିପଦ ମୁକ୍ତ ରଖିବାକୁ ଆଜି କଳା ରାଶି ଓ ଗୁଡ଼ର ଲଡ଼ୁ ଦାନ କରନ୍ତୁ। ଏଥିସହ ୧୪ ଜଣ ବିବାହିତାଙ୍କୁ କିଛି ଦାନ କରନ୍ତୁ। ସୁଖ, ଶାନ୍ତି ଓ ସମୃଦ୍ଧି ବଢ଼ିବ।