ଏହି ଦୋକାନରେ ପ୍ରଥମେ ଚା’ ପିଅନ୍ତୁ ପରେ କପ୍ ଖାଆନ୍ତୁ: ମଧ୍ୟପ୍ରଦେଶ

ଚା’ ପ୍ରେମୀ ମାନଙ୍କୁ ଆପଣ ଯେତେବେଳେ ବି ଚା’ ଅଫର କରନ୍ତୁ, ସେ କେବେ ବି ପିଇବାକୁ ମନା କରିବେ ନାହିଁ। ଦିନରାତି ସବୁ ସମୟରେ ସେ ଚା ପିଇବା ପାଇଁ ରେଡ଼ି ଥାନ୍ତି। ତେବେ ଟ୍ରେଣ୍ଡିଂ ଯୁଗରେ ଲୋକଙ୍କୁ ବିଭିନ୍ନ ଅନ୍ଦାଜରେ ମଧ୍ୟ ଚା ପିଇବାକୁ ଭଲ ଲାଗିଥାଏ। ଏବେ କୁଲହଡ୍ ଚା ସମସ୍ତଙ୍କୁ ପସନ୍ଦ ଆସୁଛି। ଏଥିରେ ଗାଁର ଦେଶୀ ସ୍ୱାଦ ମିଳିଥାଏ।
ଏବେ ଏହାକୁ ନେଇ ଏକ ଫଟୋ ଭାଇରାଲ ହେଉଛି। ଏଥିରେ ଲୋକ ଚା’ ପିଇବା ପରେ କପ୍ କୁ ଖାଇବେ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି ଘଟଣା ସତରେ ଘଟିଛି। ଆଗରୁ ଚା’କୁ ଡିସପୋଜାଲ କପ୍ ରେ ଦିଆଯାଉ ଥିଲା। କିମ୍ବା କାଚ ଗ୍ଲାସରେ ଦିଆଯାଉଥିଲା। କିନ୍ତୁ ଏବେ ଏହାକୁ କୁଲହଡ଼ ବା ମାଟି କପ୍ ରେ ଦିଆଯାଉଛି।

କିନ୍ତୁ ଏବେ ଏମିତି ଏକ କୁଲହଡ଼ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଚା’ ପିଇବା ପରେ କପ୍ କୁ ବି ଖାଇବେ। ଆପଣ ଭାବୁଥିବେ ମାଟି କପ କୁ କିଏ କେମିତି ଖାଇବେ। କିନ୍ତୁ ଏହା ସମ୍ଭବ। ମଧ୍ୟପ୍ରଦେଶର ଶହଡାଲେ ଜିଲ୍ଲାରେ ରହିଛି ଏମିତି ଏକ ଦୋକାନ, ଯେଉଁଠି ଲୋକ କେବଳ ଚା’ କୁ ନୁହେଁ ବରଂ କପର ମଧ୍ୟ ଆନନ୍ଦ ଉଠାଇ ପାରିବେ। ମାନେ କପକୁ ବି ଖାଇବେ।
ଦୋକାନର ନାମ ରହିଛି, ”chai pio, cup kha jao”। ପ୍ରକୃତରେ ଏହି କପ ବିସ୍କୁଟ ବେଓ୍ଵଫରରେ ତିଆରି ହୋଇଛି। ଏହା ମାଟିରେ ଆଦୌ ତିଆରି ହୋଇନି। ତେଣୁ ଲୋକ ଏହାକୁ ଖୁବ ଆରାମରେ ଖାଇପାରିବେ। ବିଶେଷ କରି ଥଣ୍ଡା ପାଗରେ ଏହାର ଡିମାଣ୍ଡ ଖୁବ ବଢ଼ିଯାଇଛି। ଏହାର ଦାମ ମାତ୍ର ୨୦ ଟଙ୍କା ରହିଛି। ଯାହାକୁ ଲୋକ ଖୁବ ପସନ୍ଦ କରୁଛନ୍ତି।