ପ୍ରଖର ଜଳ ସ୍ରୋତରୁ ପିଲାଟିକୁ ଛାଣି ଆଣିଲେ ପୋଲିସ ବାବୁ

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। କିଛି ଭିଡିଓ ଆପଣଙ୍କୁ ପ୍ରେରଣା ଦେଉଥିବାବେଳେ ଆଉ କିଛି ଭିଡିଓ ଆପଣଙ୍କର ମନୋରଞ୍ଜନ କରିଥାଏ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ଜଣେ ପୋଲିସ୍‌ କର୍ମଚାରୀ ଜଣେ ଛୋଟ ପିଲାଟିର ଜୀବନ ବଞ୍ଚାଉଥିବାର ନଜର ଆସୁଛନ୍ତି। ପିଲାଟି ବନ୍ୟା ପାଣିରେ ବୁଡିି ଯାଉଥିଲା କିନ୍ତୁ ଠିକ ସେତିିକିବେଳେ ଦେବଦୂତଙ୍କ ଭଳି ପିଲାଟିକୁ ବଞ୍ଚାଇବାକୁ ଆସିଗଲେ ଜଣେ ପୋଲିସ କର୍ମଚାରୀ।

ପୋଲିସ ବାବୁ ଜଣଙ୍କ ନିଜ ଜୀବନକୁ ବାଜି ଲଗାଇ ପାଣିରେ ପଶି ତୁରନ୍ତ ପିଲାଟିକୁ ବନ୍ୟାର ପ୍ରଖର ସ୍ରୋତରୁ ରକ୍ଷା କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓକୁ ଦେଖି ଲୋକେ ପୋଲିସବାବୁଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି। ଆଉ ପୋଲିସ ବାବୁଙ୍କ ମହନୀୟତା ଏବଂ ସାହସକୁ ଦେଖି ଲୋକେ ନିଜ ପ୍ରତିକ୍ରିୟା ବି ଦେଉଛନ୍ତି।

ଏହି ଭିଡିଓକୁ ସଚିନ୍‌ କୌଶିକ ୟୁପିକପସଚିନ ନାମକ ଟ୍ଵିଟର ୟୁଜର ନିଜ ଆକାଉଣ୍ଟରେ ସେୟାର କରିଛନ୍ତି। ଦେବଦୂତ ସାଜି ପିଲାଟିକୁ ପାଣିରେ ବଞ୍ଚାଇଥିବା ଏ ପୋଲିିସ କର୍ମଚାରୀଙ୍କ ନାମ ଅଶୋକ ଯାଦବ। ସେ ୟୁପି ସିତାପୁରରେ କାର୍ଯ୍ୟରତ ଅଛନ୍ତି। ଭିଡିଓକୁ ଦେଖିବା ପରେ ଲୋକେ ପୋଲିସ ବାବୁଙ୍କୁ ପ୍ରଶଂସା ନକରି ରହିପାରୁନାହାଁନ୍ତି। ଆଉ ପୋଲିସ ବାବୁ ଯେମିତି ଭାବେ ନିଜ ଜୀବନକୁ ବାଜି ଲଗାଇ ପିଲାଟିର ଜୀବନ ରକ୍ଷା କଲେ ତାହା ଦେଖି ବୁଝି ହେଉଛି ଆଜି ବି ମାନବିକତା ବଞ୍ଚିଛି।

Leave A Reply

Your email address will not be published.