ରାଣୀ ମହୁମାଛିକୁ ଯୁବକ କଲେ ନିଜ ହାତମୁଠାରେ ବନ୍ଦ, Video ଦେଖନ୍ତୁ ତା’ ପରେ କ’ଣ ହେଲା

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଆପଣ ଦେଖିପାରିବେ, ଜଣେ ଯୁବକ ରାଣୀ ମହୁମାଛିକୁ ନିଜ ହାତମୁଠାରେ ଧରି ପକାଉଛନ୍ତି ଏବଂ ଏହାପରେ ଅନ୍ୟ ମହୁମାଛିଗୁଡ଼ିକ ଯୁବକଙ୍କ ହାତରେ ଆସି ବସି ପଡ଼ୁଛନ୍ତି।

ଟିକ୍‌ଟକର ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟ୍ଵିଟର ଆକାଉଣ୍ଟରୁ ଶେୟାର କରିଛନ୍ତି। ଏଥିରେ ସେ ମଜାଳିଆ ଢ଼ଙ୍ଗରେ କ୍ୟାପସନ ଲେଖିଛନ୍ତି, ‘ମହୁମାଛିମାନେ ପ୍ରାଇଭେଟ୍‌ ଟ୍ରାନ୍ସପୋର୍ଟ ସିଷ୍ଟମ୍‌ ବ୍ୟବହାର କରୁଛନ୍ତି’।

ତେବେ ଭିଡିଓରେ ନଜର ଆସୁଥିବା ଯୁବକ ଜଣକ କେବଳ ଗଞ୍ଜି ଏବଂ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଆଖିରେ ଚଷମା ଲଗାଇଛନ୍ତି। ତାଙ୍କ ହାତରେ ଏତେ ଗୁଡ଼ିଏ ମହୁମାଛି ବସିଥିଲେ ମଧ୍ୟ ସେ ଭୟ ନ କରି ଖୁସି ହେଉଥିବା ଦେଖିବାକୁ ମିଳୁଛି। ସୁଶାନ୍ତ ନନ୍ଦା ଭିଡିଓଟିକୁ ୨୯ ଜାନୁଆରୀରେ ଶେୟାର କରିଥିଲେ। ଏହାକୁ ଏ ପର୍ଯ୍ୟନ୍ତ ୬୧୦୦ରୁ ଅଧିକ ଭ୍ୟୁଜ୍‌ ମିଳିସାରିଥିବା ବେଳେ ୫୮୭ ଲାଇକ୍ସ ଏବଂ ୯୮ ରିଟ୍ଵିଟ୍‌ ହୋଇସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.