ରଙ୍ଗବେରଙ୍ଗ ଭାରତୀୟ ଟ୍ରେନ୍‌ ବଗିର କାରଣ ଜାଣିଛନ୍ତି କି ? ନୀଳର ଅର୍ଥ ଏସି ରହିଥିବା ବେଳେ ଅନ୍ୟ ରଙ୍ଗର କାରଣ ଏହା ….

ଭାରତୀୟ ରେଳକୁ ଏସିଆର ସବୁଠୁ ବଡ ରେଳ ନେଟୱର୍କ କୁହାଯାଇଥାଏ।ଏହାକୁ ୧୯୫୧ରେ ଜାତୀୟକରଣ କରାଯାଇଥିଲା। ସମୟ ସହିତ ଭାରତୀୟ ରେଳରେ ମଧ୍ୟ ବହୁତ ପ୍ରକାରର ଉନ୍ନତି ହୋଇଛି। ଆମେ ସାଧାରଣତଃ ଦେଖିଥାଉ ଟ୍ରେନ୍‌ ଗୁଡ଼ିକର ବଗି ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ। ଏହି ରଙ୍ଗ ପଛରେ ଅନେକ କାରଣ ରହିଛି ଏବଂ ସବୁ ବଗି ପାଇଁ ଅଲଗା ଅଲଗା ରଙ୍ଗର ଚୟନ କରାଯାଇଛି। ବଗିର ଡିଜାଇନ ଏବଂ ବିଶେଷତାର ଆଧାରରେ ଏହାର ରଙ୍ଗକୁ ବଛାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ରଙ୍ଗର ଅର୍ଥ ଏବଂ ଏହା କେତେ ପ୍ରକାରର । 

nilaନୀଳ ରଙ୍ଗ: ଏହି ବଗିରେ ଏୟାର କନଡିସନର ବ୍ୟବସ୍ଥା ରହିଛି। ଏହି ରଙ୍ଗକୁ ଖାସ କରି ମେଲ ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନରେ ଲଗାଯାଏ।
rajdhaniଲାଲ ରଙ୍ଗ: ଏହି ଟ୍ରେନର ସମସ୍ତ ବଗି ଏୟାର କନଡିସନର ହୋଇଥାଏ। ପ୍ରାୟତଃ ରାଜଧାନୀ ଏକ୍ସପ୍ରେସ ଟ୍ରେନର ରଙ୍ଗ ଲାଲ ହୋଇଥାଏ।
garibaସବୁଜ ରଙ୍ଗ: ଗରୀବ ରଥ ଟ୍ରେନରେ ସବୁଜ ରଙ୍ଗର କୋଚ ହୋଇଥାଏ। ଭାରତୀୟ ରେଳରେ ଯେତେବି ଗରୀବ ରଥ ଟ୍ରେନ ଆରମ୍ଭ ହେଉଛି ସେସବୁ ଟ୍ରେନର ରଙ୍ଗ ସବୁଜ ରଙ୍ଗ ହୋଇଥାଏ।
meter gajeଧୂସର ରଙ୍ଗ: ମୀଟର ଗେଜ ଟ୍ରେନ ବଗିରେ ଧୁସର ରଙ୍ଗ ବ୍ୟବହାର କରାଯାଇଥାଏ।

Leave A Reply

Your email address will not be published.