ଶନି ଅମାବାସ୍ଯାରେ ପଡୁଛି ଏମିତି ସ୍ବତନ୍ତ୍ର ଯୋଗ, କେବଳ ଦୀପ ଜଳାଇବା ଦ୍ବାରା ପ୍ରସନ୍ନ ହେବେ ଶନିଦେବ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତି ମାସ କୃଷ୍ଣ ପକ୍ଷର ଶେଷ ତାରିଖରେ ଅମାବାସ୍ଯା ତିଥି ହୋଇଥାଏ। ଏହି ଚଳିତ ବର୍ଷ ୧୨ଟି ଅମାବାସ୍ଯା ପଡୁଛି। ଅର୍ଥାତ୍ ଆସନ୍ତାକାଲି ୧୩ ମାର୍ଚ୍ଚ ଫାଲଗୁନ ମାସ କୃଷ୍ଣ ପକ୍ଷ ଅମାବାସ୍ଯା ତିଥି ପଡୁଛି, ଯାହାକୁ ଫାଲଗୁନ ଅମାବାସ୍ଯା ନାମରେ ପରିଚିତ। ଏହା ଆସନ୍ତାକାଲି ପଡୁଥିବାରୁ ଏହାକୁ ଶନି ଅମାବାସ୍ଯା ବା ଶନିଶ୍ଚର ଅମାବାସ୍ଯା ବୋଲି କୁହାଯାଏ।

ହିନ୍ଦୁ ଧର୍ମରେ ଅମାବାସ୍ଯାର ତିଥି ବିଶେଷ ମହତ୍ତ୍ବ ରହିଥାଏ। ଏହି ଦିନ ପବିତ୍ର ନଦୀରେ ସ୍ନାନ ଏବଂ ଆବଶ୍ଯକତା ଲୋକଙ୍କୁ ଦାନ କରିବା ଦ୍ବାରା ପିତୃ ଦୋଷରୁ ମୁକ୍ତି ମିଳିଥାଏ। ଯଦି ଏହା ଶନିବାର ପଡେ ତେବେ ଏହାର ମହତ୍ତ୍ବ ଅଧିକ ବଢିଯାଏ।

ଜ୍ଯୋତିଷଶାସ୍ତ୍ର ଅନୁସାରେ, ୧୩ ମାର୍ଚ୍ଚରେ ଚାରି ଗ୍ରହର ବିଶେଷ ଯୋଗ ରହିଛି। ସୂର୍ଯ୍ଯ, ଚନ୍ଦ୍ରମା, ବୁଧ ଏବଂ ଶୁକ୍ର ସହିତ ଏକ ସାଥିରେ କୁମ୍ଭ ରାଶିରେ ରହିବେ ଏବଂ କୁମ୍ଭ ଶନିର ରାଶି ହୋଇଥାଏ ବୋଲି ଶନି ରାଶି ସହିତ ଚୁର୍ତଗ୍ରହୀ ଯୋଗ ରହିଛି। ଏହି ସମୟରେ ଦେବ କାର୍ଯ୍ଯ ଏବଂ ପିତୃ‌ କାର୍ଯ୍ଯ ପାଇଁ ଶନିଶ୍ଚର ଅମାବାସ୍ଯା ଅଲଗା ଅଲଗା ତିଥିରେ ପଡିଥାଏ। କିନ୍ତୁ ଏଥର ଦେବ କାର୍ଯ୍ଯ ଏବଂ ପିତୃ‌ କାର୍ଯ୍ଯ ଦୁଇଟି କାର୍ଯ୍ଯ ପାଇଁ ଶନିଶ୍ଚର ଅମାବାସ୍ଯା ଗୋଟେ ଦିନରୁ ପଡୁଛି।

diya

– ଶନି ଅମାବାସ୍ଯା ଦିନ ସକାଳୁ ଘିଅରେ ଦୀପ ଲଗାଇ ଭଗବାନ ସୂର୍ଯ୍ଯକୁ ୧୨ଟି ନାମ ଓ ସୂର୍ଯ୍ଯ ଚାଳିଶା ଜପ କରନ୍ତୁ।

– ଶନି ଅମାବାସ୍ଯା ଦିନ ଅଶ୍ବତ୍ଥ ଗଛ ତଳେ ପୂଜା କଲେ ଫଳ ମିଳିଥାଏ। ଏଥିପାଇଁ ଶନି ଦେବଙ୍କ ଦୁଷ୍ପ୍ରଭାବରୁ ବଞ୍ଚିବା ପାଇଁ ଏହିଦିନ ଅଶ୍ବତ୍ଥ ଗଛ ତଳେ ସୋରିଷ ତେଲ ଦୀପ ଜଳାନ୍ତୁ।

– ଶନି ଦେବଙ୍କୁ ଶମି ଗଛ ବହୁତ ପ୍ରିୟ। ଏଥିପାଇଁ ଶନି ଅମାବାସ୍ଯା ଦିନ ସନ୍ଧଯାରେ ଶମି ଗଛ ପାଖଷର ଦୀପ ଲଗାଇବା ଦ୍ବାରା ଅନେକ ଲାଭ ମିଳିଥାଏ।