ବିନା ମାଟିରେ କେସର ଚାଷ କରୁଛନ୍ତି ସପ୍ଟେଓ୍ଵର ଇଂଜିନିୟର, ଆପଣ ବି ଜାଣି ନିଅନ୍ତୁ ତରିକା

ପୁଣେ : ମାଟି ବିନା ଫସଲ କରିବା ଏକ ପ୍ରକାର ଅସମ୍ଭବ । ହେଲେ ଏହାକୁ ସମ୍ଭବ କରି ଦେଖାଇଛନ୍ତି ଜଣେ ସପ୍ଟେଓ୍ଵର ଇଂଜିନିୟର । ବିନା ମାଟିରେ ସେ କେସର ଚାଷ କରୁଛନ୍ତି । ଖାଲି ସେତିକି ନୁହେଁ ଏହି ଚାଷ କରି ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ବିନା ମାଟିରେ କେସର ଚାଷ କରୁଥିବା ଏହି ଚାଷୀ ଜଣକ ହେଉଛନ୍ତି ଇଂଜିନିୟର ଶୈଳେଷ ମୋଦକ ।

କେସର ଚାଷ ସାଧାରଣତଃ କଶ୍ମୀରରେ ହୋଇଥାଏ । ହେଲେ ଏହି ଇଂଜିନିୟର ଜଣକ ମହାରାଷ୍ଟ୍ରର ପୁନେରେ କେସର ଚାଷ କରୁଛନ୍ତି । ବଜାରରେ କେସର କିଲୋ ପ୍ରତି ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା । ଶୈଳେଷଙ୍କ ଏହି ଚାଷରେ ଲକ୍ଷ ଲକ୍ଷ ରୋଜଗାର ହେଉଛି । ଖାସ କଥା ହେଉଛି ଶୈଳେଷ ଏହି ଚାଷ କଣ୍ଟେନରରେ କରୁଛନ୍ତି । ଆପଣ ଜାଣନ୍ତୁ ଶୈଳେଷ କେଶର ଚାଷ ପାଇଁ କେଉଁ ଟେକ୍‌ନୋଲୋଜି ଆପଣାଉଛନ୍ତି ।

ସିପିଙ୍ଗ କଣ୍ଟେନରରେ କେଶର ଚାଷ

ସପ୍ଟେଓ୍ଵୟାର ଇଂଜିନିୟର କେଶର ଚାଷ ପାଇଁ ହାଇଟେକ ତରିକା ଆପଣାଉଛନ୍ତି । ସେ କେଶର ଚାଷ ପାଇଁ ଶପିଂ କଣ୍ଟେନର ବ୍ୟବହାର କରୁଛନ୍ତି । ସେ ଏହି ଚାଷ ପାଇଁ ଥରକେ ୧୦ ଲକ୍ଷ ଟଙ୍କା ନିବେଶ କରିଥିଲେ ବୋଲି କହିଛନ୍ତି । ପ୍ରଥମ ଦଫା ଚାଷରେ ସେ ୫ ଲକ୍ଷ ଟଙ୍କା ରୋଜଗାର କରିସାରଲେଣି ।

କଶ୍ମୀରରୁ ଆଣିଥିଲେ ମଞ୍ଜି

ଶୈଳେଷ କେସର ମଞ୍ଜି କଶ୍ମୀରରୁ ଆଣିଥିଲେ । ଅଧା ଏକର ଜମିରେ ଯେତିକି କେଶର ଚାଷ ହୋଇପାରେ, ଆମେ ସେତିକି ଚାଷ ୧୬୦ ବର୍ଗ ଫୁଟରେ କରିପାରୁଛି । କଣ୍ଟେନରରେ ଚାଷ କରିବା ପାଇଁ ହାଇଟେକ ପଦ୍ଧିତି ଆପଣା ଯାଉଛି ବୋଲି କହିଛନ୍ତି ଶୈଳେଷ । ଶୈଳେଷ କମ୍ପ୍ୟୁଟ ସାଇନ୍ସରେ ଡିଗ୍ରୀ ହାସଲ କରିଛନ୍ତି । ସେ ଅନେକ ବହୁ ରାଷ୍ଟ୍ରୀୟ କମ୍ପାନୀରେ କାମ ବି କରିଛନ୍ତି । ଏବେ ସେ ୩୬୫Dfarms ନାମରେ ଫାର୍ମିଂ ଚଳାଉଛନ୍ତି ।

ହାଇଡ୍ରୋପୋନିକ ଟେକନିକର କରିଛନ୍ତି ବ୍ୟବହାର

ଶୈଳେଷ ଏହି ଚାଷ ପାଇଁ ହାଇଡୋପୋନିକ ଅର୍ଥାତ ବିନା ମାଟିରେ ଚାଷ ଟେକନୋଲୋଜି ଆପଣାଇଛନ୍ତି । ସେ ପ୍ରଥମେ ସବୁଜ ପନିପରିବା ଓ ପରେ ଷ୍ଟ୍ରବେରୀ ଉତ୍ପାଦନରେ ସଫଳତା ହାସଲ କଲା ପରେ କେଶର ଚାଷ ଆରମ୍ଭ କରିଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.