ଲୋନ୍‌ ନେଇ ଆରମ୍ଭ କରିଥିଲେ ଛତୁ ଫାର୍ମ, ଏବେ ପ୍ରତିବର୍ଷ କୋଟିଏ ଟଙ୍କା କରୁଛନ୍ତି ରୋଜଗାର

ଚାଷ କେବଳ ଭଲ ରୋଜଗାର ନୁହେଁ ବରଂ ଏହା କମ୍ ଖର୍ଚ୍ଚରେ ଅଧିକ ରୋଜଗାର ମଧ୍ୟ କରିପାରିବ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ହରିୟାଣାର କେଥଲ ନିବାସୀ କମଲଦୀପ ଢୁଲ୍‌ ।

ଚାଷ କେବଳ ଗ୍ରାମାଞ୍ଚଳରେ ସୀମିତ ରହିଆସୁଥିଲା । କିନ୍ତୁ ସମୟ ଗଡିବା ସହିତ ଏହି ବ୍ୟବସାୟ ପ୍ରତି ଯୁବପିଢ଼ିଙ୍କର ଆଗ୍ରହ ମଧ୍ୟ ବଢ଼ିଛି । ଚାଷ କେବଳ ଭଲ ରୋଜଗାର ନୁହେଁ ବରଂ ଏହା କମ୍ ଖର୍ଚ୍ଚରେ ଅଧିକ ରୋଜଗାର ମଧ୍ୟ କରିପାରିବ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ହରିୟାଣାର କେଥଲ ନିବାସୀ କମଲଦୀପ ଢୁଲ୍‌ । ଯିଏ ଗ୍ରାଜୁଏସନ୍‌ ପରେ ଚାକିରି କରିଥିଲେ କିନ୍ତୁ ସେହି ଚାକିରି ଦରମାରେ ତାଙ୍କ ପରିବାର ଚଳାଇବା ଅସମ୍ବବ ହୋଇପଡ଼ିଥିଲା । ପରେ ସେ ଏହି ଛତୁ ବ୍ୟବସାୟ ଆରମ୍ଭ କରିଥିଲେ । ଛତୁ ଚାଷରେ ସେ ତାଙ୍କର ସବୁ ଚେଷ୍ଟା ଜାରି ରଖିଥିଲେ। କମଲଦୀପ ଏକ ଏକର ଜମିରେ ଛତୁ ଫାର୍ମ ନିର୍ମାଣ କରିଥିଲେ । ବର୍ତ୍ତମାନ ସେ ପ୍ରତିବର୍ଷ ପ୍ରାୟ ୧ କୋଟି ଟଙ୍କା ବ୍ୟବସାୟ କରୁଛନ୍ତି।

କମଲଦୀପ ୪ ବର୍ଷ ପୂର୍ବେ ବ୍ୟାଙ୍କରୁ ୨୦ ଲକ୍ଷ ଟଙ୍କା ଋଣ ନେଇ ଛତୁ ଚାଷ ଆରମ୍ଭ କରିଥିଲେ। ଏହା ଉପରେ ଉଦ୍ୟାନ କୃଷି ବିଭାଗ ମଧ୍ୟ ତାଙ୍କୁ ୮ ଲକ୍ଷ ଟଙ୍କା ସବସିଡି ଦେଇଥିଲା। ହରିୟାଣା ସରକାର , କୃଷି ବିଭାଗ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଛତୁ ଚାଷ ଏଠାରେ ଉଭୟ ଶୀତ ଏବଂ ଗ୍ରୀଷ୍ମ ଋତୁରେ କରାଯାଇଥାଏ । ସେହି ସମୟରେ ଛତୁ ପ୍ୟାକ୍ କରାଯାଇଥାଏ ଯାହା ପରେ ସେବସୁକୁ ଜଲନ୍ଦର, ଚଣ୍ଡିଗଡ଼, ଦିଲ୍ଲୀ ଇତ୍ୟାଦି ସହରରେ ବିକ୍ରୟ ପାଇଁ ପଠାଯାଇଥାଏ ।
ପ୍ରତିବର୍ଷ ପ୍ରାୟ ଏକ କୋଟି ଟଙ୍କାର ବ୍ୟବସାୟ ହୋଇଥାଏ । ଯଦି କେହି ପ୍ରଶ୍ନ କରୁଛନ୍ତି ଯେ ଛତୁ ଚାଷରୁ କେଉଁ ପ୍ରକାର ଆୟ ହୋଇପାରିବ । ତେବେ ଅମନଦୀପ ଏହି ବ୍ୟବସାୟରୁ ୮୦ ଲକ୍ଷରୁ ୧ କୋଟି ଟଙ୍କା ବ୍ୟବସାୟ କରୁଛନ୍ତି ଏବଂ ଲୋକଙ୍କୁ ଚାକିରୀ ମଧ୍ୟ ଯୋଗାଇଛନ୍ତି ।

ଛତୁ ହେଉଛି ଏକ ପୁଷ୍ଟିକର ଖାଦ୍ୟ ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ରହିଥାଏ । ଛତୁରେ ପ୍ରୋଟିନ୍, ଫାଇବର, ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ପରିମାଣରେ ରହିଛି । ଛତୁରେ ଥିବା ପ୍ରୋଟିନ୍ ମାଂସ କିମ୍ବା ଦୁଗ୍ଧଜାତ ଦ୍ରବ୍ୟ ତୁଳନାରେ କମ୍, କିନ୍ତୁ ଏହା ଏକ ଭଲ ପ୍ରୋଟିନ୍ ଉତ୍ସ ଅଟେ । ୧୦୦ ଗ୍ରାମ ଛତୁରେ ପ୍ରାୟ ୩ ଗ୍ରାମ ପ୍ରୋଟିନ୍ ଥାଏ । ଛତୁରେ ଫାଇବରର ପରିମାଣ ମଧ୍ୟ ଭଲ । ୧୦୦ ଗ୍ରାମ ଛତୁରେ ପ୍ରାୟ ୨ ଗ୍ରାମ ଫାଇବର ଥାଏ । ଫାଇବର ହଜମ ପାଇଁ ଭଲ ଏବଂ କୋଷ୍ଠକାଠିନ୍ୟକୁ ରୋକିବାରେ ସାହାଯ୍ୟ କରିଥାଏ । ଭିଟାମିନ୍ ବି କମ୍ପ୍ଲେକ୍ସର ଛତୁ ଏକ ଭଲ ଉତ୍ସ ।ଏଥିରେ ଭିଟାମିନ୍ B1, B2, B3, B5, B6 ଏବଂ B12 ଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.