ସୁନ୍ଦରୀ ମାଛବାଲୀ, ସୋସିଆଲ ମିଡିଆରେ ଲୋକଙ୍କୁ କରୁଛନ୍ତି ଦିୱାନା, ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟେ ଝିଅ ଲୋକଙ୍କୁ ଦିୱାନା କରିଦେଇଛି । ବିଶେଷ କଥା ହେଉଛି ଝିଅଟି ମାଛ ବିକ୍ରି କରୁଥିବା ଦେଖାଯାଉଛି । ଏହି ଯୁବତୀ ଜଣଙ୍କ ଏତେ ସୁନ୍ଦର ଯେ ଲୋକମାନେ ବିଶ୍ୱାସ କରିପାରୁନାହାନ୍ତି ଯେ ଝିଅଟି ମାର୍କେଟରେ ବସି ମାଛ ବିକ୍ରି କରୁଛି । ଅନେକ ବ୍ୟକ୍ତି ଝିଅଟିର ସୌନ୍ଦର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବାବେଳେ ଅଧିକାଂଶ ଲୋକ ଏହି ସୁନ୍ଦରୀ ଝିଅ ବିଷୟରେ ଜାଣିବା ପାଇଁ ପାଗଳ ହୋଇଯାଉଛନ୍ତି ।
ଭାଇରାଲ୍ ଭିଡିଓକୁ different_haryana ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓକୁ ହଜାରରୁ ଅଧିକ ଥର ଦେଖାଯିବା ସହିତ ଅନେକ ଲୋକ ଏହାକୁ ବେଶ ପସନ୍ଦ ବି କରୁଛନ୍ତି। ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ସୁନ୍ଦର ଯୁବତୀ ବଜାରରେ ବସି ମାଛ କାଟୁଛନ୍ତି। ତାଙ୍କ ହାତରେ ମାଛ କାଟିବା ପାଇଁ ସବୁ ଉପକରଣ ଧରିଛନ୍ତି ।
ଏହି ଭିଡିଓରେ ଯୁବତୀଙ୍କ ସୌନ୍ଦର୍ଯ୍ୟ ଓ ତାଙ୍କ ମାଛ କାଟିବାର ଶୈଳୀ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଝିଅଟି କେଶରେ କଳା ରଙ୍ଗର ନାକାବ ପିନ୍ଧିଛନ୍ତି । ଭିଡିଓ ସେୟାର କରିବାବେଳେ ଉପଭୋକ୍ତା ଏକ ମଜାଦାର କ୍ୟାପସନ୍ ମଧ୍ୟ ଲେଖିଛନ୍ତି । ଉପଭୋକ୍ତା ଲେଖିଛନ୍ତି, ‘ଏହାକୁ ଦେଖି ବିଶ୍ୱାସ କରିହେଉନାହିଁ।’ ଦେଖନ୍ତୁ ଭିଡିଓ –
View this post on Instagram
କିଛି ଦିନ ପୂର୍ବରୁ ପାକିସ୍ତାନର ଜଣେ ଯୁବତୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯିଏକି ଆଳୁ କାଟିବା ସହିତ ରୁଟି ତିଆରି କରୁଥିଲେ। ଏହି ଭିଡିଓରେ ଝିଅର ସରଳତା ଏବଂ ସୌନ୍ଦର୍ଯ୍ୟକୁ ଲୋକେ ବଶେ ପସନ୍ଦ ବି କରିଥିଲେ। ଏହି ଯୁବତୀଙ୍କ ନାମ ଆମିନା ରିଆଜ ବୋଲି ଜଣାପଡ଼ିଥିଲା।