ଚାଷୀଙ୍କୁ ଅଧିକ ରୋଜଗାରକ୍ଷମ କରାଉଛି ସୂର୍ଯ୍ଯମୁଖୀ ଫୁଲ ଚାଷ, ସରକାର ଯୋଗାଉଛନ୍ତି ସବୁ ସହାୟତା

କମ୍ ଖର୍ଚ୍ଚରେ ଅଧିକ ରୋଜଗାର ଦେଉଛି ସୂର୍ଯ୍ଯମୁଖୀ ଫୁଲ ଚାଷ। ବାଟରେ ଘାଟରେ ପ୍ରାୟତଃ ଜମିରେ ହୋଇଛି ସୂର୍ଯ୍ଯମୁଖୀ ଫୁଲ ଚାଷ। ଲାଗୁଛି ଯେମିତି ଧରଣୀ ରାଣୀ ହଳଦିଆ ପାଟ ଶାଢୀ ପିନ୍ଧି ଲୋକଙ୍କୁ ଆକ୍ରୁଷ୍ଟ କରୁଛି।

ସୋରଡା(କେନ୍ୟୁଜ୍): ପ୍ରକୃତିର ଅବଦାନ ବଡ ବିଚିତ୍ର । ବିଭିନ୍ନ ଫଳ ଫୁଲ ଗଛରେ ହସି ଉଠେ ଧରଣୀ ରାଣୀ । ଲୋକମାନେ ନିଜର ଉପୋଭୋଗ ପାଇଁ ବିଭିନ୍ନ ଫୁଲ ଗଛ ବାଡି ବଗିଚାରେ ମଧ୍ଯ ଲଗାଇଥାନ୍ତି । ସେଥିରେ ନିଜକୁ ଆନନ୍ଦ ଦେଇଥାନ୍ତି । ସେହି ଫୁଲ ମଧ୍ୟରୁ ସୂର୍ଯ୍ଯମୁଖୀ ଫୁଲ ଅନ୍ଯତମ। ଦିନ ଥିଲା ଲୋକମାନେ ବାଡିରେ ଗୋଟେ ଦୁଇଟା ସୂର୍ଯ୍ଯମୁଖୀ ଫୁଲ ଲଗାଉଥିଲେ କିନ୍ତୁ ସେଥିରୁ ଭଲ ରୋଜଗାର କରିହେବ ଜାଣି ନ ଥିଲେ । ଆଜିର ଦିନରେ କମ୍ ଖର୍ଚ୍ଚରେ ଅଧିକ ରୋଜଗାର ଦେଉଛି ଏହି ଫୁଲ ଚାଷ। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ବହୁ ଚାଷୀଙ୍କୁ ମିଳିଛି ସଫଳତା ।

farmers

ଧରାକୋଟ ବ୍ଲକର ରୁଗୁମୁ ,ଝରପାରି ,ଶିଙ୍ଗିପୁର ,ସରଦ୍ଧାପୁର ଏପରି ଅନେକ ପଞ୍ଚାୟତରେ ଭରଣ ଭରଣ ଚାଷ ଜମି ଧାନ ଫସଲ ସରିଗଲେ ପଡିଆ ପଡୁଥିଲା । କିଛି ଲୋକ ମୁଗ ,ବାଦାମ ଚାଷ କରୁଥିଲେ । ସେଥିରେ ଲାଭ ସେତେ ହେଉନଥିଲା। ତେଣୁ ଧାନ ଚାଷ ପରେ ଲୋକମାନେ ବିଦେଶ ବାଡି ଚାଲିଯାଉଥିଲେ । କମ୍ ଖର୍ଚ୍ଚରେ ଅଧିକ ଲାଭ କିପରି ଚାଷୀ ପାଇବ ସେଥିପାଇଁ ପ୍ରଶାସନ ଚାଷୀଙ୍କୁ ସୂର୍ଯ୍ଯମୁଖୀ ଫୁଲ ଚାଷ କରିବା ପାଇ ଟ୍ରେନିଂ ଦେଲେ ।

କିଛି ଚାଷୀ କୃଷି ବିଭାଗ ଠାରୁ ମାଗଣା ବିହନ ନେଇ କସେଇ ,ପାଟପୁର ,କେଶପୁରଶାସନ ,କଣଭାଗ ,ଏହିପରି କିଛି ଗ୍ରାମରେ ୬୬ ଜଣ ଚାଷୀ ୩୦୦ ଭରଣ ଜମିରେ ସୂର୍ଯ୍ଯମୁଖୀ ଫୁଲ ଚାଷ ଆରମ୍ଭ କଲେ । ଚାରା ଲଗାଇବା ସମୟରେ କିଛି ଲୋକ ସେହି ଚାଷୀ ମାନଙ୍କୁ ଉପହାସ କରିଲେ । କେବଳ ପରିଶ୍ରମ କରି ଲଗାଇବା ସାର, ଲାଭ କିଛି ହେବ ନାହିଁ ବୋଲି କହିଲେ । କମ୍ ପାଣି ,କମ୍ ସାର ଦେଇ ବର୍ତମାନ ଚାଷୀର କ୍ଷେତରେ ହଳଦୀ ଗୁରୁ ଗୁରୁ ହୋଇ ଫୁଲ ହସୁଛି । ଫୁଲ ମଧ୍ୟ ବଡ ହୋଇଛି । ସତେ ଯେପରି ଧରଣୀ ରାଣୀ ହଳଦିଆ ପାଟ ଶାଢୀ ପିନ୍ଧି ଲୋକଙ୍କୁ ଆକ୍ରୁଷ୍ଟ କରୁଛି । ଭ୍ରମର ମଧ୍ୟ ମହୁ ସଂଗ୍ରହ ପାଇଁ ଫୁଲର ଚାରି ପଟେ ଘୁରି ବୁଲୁଛି । ଗ୍ରାମଗୁଡିକର ଶୋଭା ବଢାଇବାରେ ଲାଗିଛି ସୂର୍ଯ୍ଯମୁଖୀ ଫୁଲ ।

sunflower

ସେହି ରାସ୍ତା ଦେଇ ଯେଉଁ ଲୋକ ଯାଉଛି କିଛି ସମୟ କ୍ଷେତ ପାଖରେ ଠିଆ ହୋଇ ରହିଯାଉଥିଲେ । ବର୍ତମାନ ଫୁଲର ମଞ୍ଜି ସଂଗ୍ରହ ଆରମ୍ଭ ହୋଇଗଲାଣି । ଚାଷୀ କହୁଛନ୍ତି କିଲେ ମଞ୍ଜି ଆଣି ଫୁଲ ଚାଷ କରିଥିଲୁ ସେଥିରୁ ପାଖାପାଖି ଷାଠିଏ ଲିଟରରୁ ଅଧିକ ସୂର୍ଯ୍ଯମୁଖୀ ତେଲ ଆଦାୟ କରିବୁ । ତେବେ ପାଖ ତେଲ ମିଲରେ ତେଲ ପେଡେଇବାକୁ ପଡିଥାଏ । ପ୍ରଶାସନ ମଧ୍ୟ ଚାଷୀଙ୍କୁ ସାର ଓ ପାରିଶ୍ରମିକ ବାବଦକୁ ହେକ୍ଟର ପିଛା ୨୫୫୦ ଟଙ୍କା ପ୍ରଦାନ କରୁଛି ଏବଂ ନୂତନ ପଦ୍ଧତିରେ ଚାଷ କରିବା ପାଇଁ ତାଲିମ ବି ଦିଆଯାଇଛି ।

ଚାଷୀ ଦିନ ଥିଲା ଖାଇବା ତେଲ ଦେଢ ଶହ ରୁ ଦୁଇ ଶହ ଟଙ୍କା ରେ କିଣୁଥିଲା । ତାହା ପୁଣି ବାହାର ରାଜ୍ଯ ଆନ୍ଧ୍ରପ୍ରଦେଶ ରୁ ଆସୁଥିଲା। ତାହା ପୁଣି ସୁଦ୍ଧ ବି ନଥିଲା । ବର୍ତମାନ ନିଜେ ତେଲ ପେଡେଇ ଭଲ ତେଲ ଖାଇଲେ ଏବଂ ବନ୍ଧୁ ବାନ୍ଧବଙ୍କୁ ବାଣ୍ଟିଲେ। କିନ୍ତୁ ଚାଷୀ କୁ ବଡ ସମସ୍ଯା ହେଉଛି ତେଲ ପେଡେଇବା ପାଇଁ ବହୁ ଦୂର ତେଲକଳକୁ ଯିବାକୁ ପଡୁଛି ।

ଯଦି ସରକାରଙ୍କ ତରଫରୁ ନିକଟରେ ତେଲ ପେଡା ମେସିନ୍ ବସାଯାଇପାରନ୍ତା ତାହାହେଲେ ଚାଷୀ ମାନେ ଅଧିକ ସୁବିଧା ପାଇପାରନ୍ତେ ବୋଲି କହିଛନ୍ତି। ଏହି ସମସ୍ଯା ସମ୍ପର୍କରେ କୃଷି ଅଧିକାରୀ ବିଶ୍ବନାଥ ବେହେରା କହିଛନ୍ତି ଅତିଶୀଘ୍ର ଚାଷୀଙ୍କୁ ଅଢେଇଲକ୍ଷ ଟଙ୍କା ବ୍ଯୟରେ ମାଗଣାରେ ତେଲ କଳ ଯୋଗାଇ ଦିଆଯିବ। ଯେହେତୁ ସୂର୍ଯ୍ଯମୁଖୀ ଫୁଲ ଚାଷ ପାଇଁ ଚାଷୀଙ୍କ ଆଗ୍ରହ ବଢିଲାଣି । ଆସନ୍ତା ବର୍ଷରେ ହଜାର ହଜାର ହେକ୍ଟର ଜମିରେ ଏହି ଚାଷ କରାଯିବ ।

 

Leave A Reply

Your email address will not be published.