ଖବରକାଗଜରେ ଅଜବ ମ୍ୟାଟ୍ରିମୋନିଆଲ ବିଜ୍ଞାପନ ଦେଲେ ଯୁବତୀ, ‘ମୋତେ କେବଳ ହିଁ ଦରକାର କୋଭିସିଲ୍ଡ ଭ୍ୟାକ୍ସିନର ଦୁଇଟି ଡୋଜ ନେଇ ସାରିଥିବା ବରପାତ୍ର’! ଜାଣନ୍ତୁ ପୂରା ମାମଲା

କରୋନା କାଳରେ ସାରା ଦେଶରେ ଏବେ ଅଜବ ଘଟଣା ସବୁ ଦେଖିବାକୁ ମିଳୁଛି, ଯାହା ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଚିନ୍ତାରେ ପଡ଼ିଯିବେ। ବିବାହ ପାଇଁ ଖବରକାଗଜରେ ମ୍ୟାଟ୍ରିମୋନିଆଲ ବିଜ୍ଞାପନ ତ ଆପଣ ନିଶ୍ଚୟ ଦେଖିଥିବେ। କିନ୍ତୁ ଏବେ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବତୀ ବିବାହ ପାଇଁ କୋଭିଡ ଭ୍ୟାକ୍ସିନର ଦୁଇଟି ଡୋଜ ନେଇସାରିଥିବା ବରପାତ୍ରର ଡିମାଣ୍ଡ କରିଛନ୍ତି।

ଖବରକାଗଜରେ ଛପା ଯାଇଥିବା ଏହି ମ୍ୟାଟ୍ରିମୋନିଆଲ ବିଜ୍ଞାପନର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି। ଏହି ବିଜ୍ଞାପନ ୪ ଜୁନର। ଏଥିରେ ଜଣେ ସେଲ୍ଫ ଏମ୍ପ୍ଲଏଡ ରୋମାନ କ୍ୟାଥୋଲିକ ଯୁବତୀ ନିଜ ଧର୍ମର ଜଣେ ବ୍ୟକ୍ତିଙ୍କ ସହିତ ବିବାହ ପାଇଁ ବିଜ୍ଞାପନ ଦେଇଥିଲେ, ଯେଉଁଥିରେ ସେ ଏକ ଅତିରିକ୍ତ ସର୍ତ୍ତ ରଖିଥିଲେ।

ଯୁବତୀ ସର୍ତ୍ତ ରଖିଥିଲେ କି, ସେ ଏମିତି ଜଣେ ବରପାତ୍ରକୁ ଖୋଜୁଛନ୍ତି, ଯିଏ କୋଭିସିଲ୍ଡର ଦୁଇଟି ଯାକ ଡୋଜ ନେଇସାରିଥିବ। ଅର୍ଥାତ ତାଙ୍କୁ କୋଭିସିଲ୍ଡର ଟିକା ନେଇଥିବା ବରପାତ୍ର ହିଁ ଦରକାର। ତେବେ ଏହା ଉପରେ କଂଗ୍ରେସ ସାଂସଦ ଶଶୀ ଥରୁର ଟ୍ୱିଟରରେ ଏକ ମଜାଳିଆ ଟ୍ୱିଟ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି, ‘ଟିକା ନେଇଥିବା କନ୍ୟା ଟିକା ନେଇଥିବା ବରପାତ୍ରକୁ ଖୋଜୁଛି’। ଏହା କ’ଣ ଆମର ନ୍ୟୁ ନର୍ମାଲ?’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.