ମତ୍ସ୍ୟଜୀବୀଙ୍କ ହାତରେ ଲାଗିଲା ‘ଜଳପରୀ’ର ମୃତଦେହ…ବିଶ୍ୱାସ ରହିଛି, ଏହାର ଚମଡ଼ା ଖାଇଲେ ଅମର ହୋଇଯିବେ ଲୋକେ!

ଆଜି ବି ଆମେ ଯେତେବେଳେ ଏଲିୟନ, ଭୂତ କି ଜଳପରୀମାନଙ୍କ ବିଷୟରେ ଶୁଣୁ, ତ ସହଜରେ ବିଶ୍ୱାସ କରି ପାରି ନ ଥାଉ। ଯଦିଓ ଏଗୁଡ଼ିକୁ ନେଇ ଲୋକଙ୍କୁ ଅନେକ ପ୍ରମାଣ ମିଳି ସାରିଛି, ତଥାପି ସନ୍ଦେହ ସ୍ଥିତି ଲାଗି ରହିଛି। ବାସ୍ତବରେ, ଏମାନେ ଅଛନ୍ତି କି ନାହାନ୍ତି, ସେ ନେଇ ସବୁବେଳେ ତର୍କ ବିତର୍କ ଚାଲିଛି। ତେବେ ଏହାରି ଭିତରେ ଏମିତି ହିଁ ଏକ ମାମଲା ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଛି।

ଏକ ଖବର ମୁତାବକ, ୧୭୩୬ ଏବଂ ୧୭୪୧ ମଧ୍ୟରେ ଜାପାନର ଶିକୋକୁ ଦ୍ୱୀପରୁ ପ୍ରଶାନ୍ତ ମହାସାଗରରେ ମତ୍ସ୍ୟଜୀବୀମାନେ ଏକ ରହସ୍ୟମୟ ଜୀବକୁ ଧରିଥିଲେ, ଯିଏକି ୧୨ ଇଞ୍ଚ ଲମ୍ବା ଥିଲା। ଏବେ ଏହାକୁ ଅସାକୁଚି ସହରର ଏକ ମନ୍ଦିରରେ ରଖାଯାଇଛି। ଜଳପରୀ ଭଳି ଦେଖା ଯାଉଥିବା ଏହି ମମି ବିଷୟରେ କୁହାଯାଏ କି, ଯିଏ ବି ଏହାର ମାଂସ ଚାଖିବ, ସିଏ ଅମର ହୋଇଯିବ।

ବର୍ତ୍ତମାନ Kurashiki University of Science and the Artsର ଅନୁସନ୍ଧାନକାରୀ ମମିର ରହସ୍ୟ ଜାଣିବାକୁ ଏହାକୁ ସିଟି ସ୍କାନିଂ ପାଇଁ ନେଇଛନ୍ତି। ଜଣେ ବିଶେଷଜ୍ଞ କହିଛନ୍ତି ଯେ ଏହି ବିଚିତ୍ର ପ୍ରାଣୀର ଧାର୍ମିକ ମହତ୍ତ୍ୱ ମଧ୍ୟ ଥାଇପାରେ। ବିଶ୍ୱାସ ରହିଛି, ଯଦି ଆପଣ ଜଳପରୀର ମାଂସ ଖାଇବେ, ତ ଆପଣ କେବେ ବି ମରିବେ ନାହିଁ। ଜାପାନର ଅନେକ ସ୍ଥାନରେ ଏହି ବିଶ୍ୱାସ ରହି ଆସିଛି। ଲୋକକଥା ଅନୁସାରେ, ଏଠାରେ ଜଣେ ମହିଳା ଭୁଲ୍‌ ବଶତଃ ଏକ ଜଳପରୀର ମାଂସ ଖାଇ ଦେଇଥିଲେ ଏବଂ ସେ ୮୦୦ ବର୍ଷ ଧରି ଜୀବିତ ରହିଥିଲେ। ଏହାକୁ ‘ୟାଓ-ବିକୁନୀ’ ମାନ୍ୟତା କୁହାଯାଏ।

ସେପଟେ ଅନ୍ୟ କିଛି ଲୋକଙ୍କ କହିବା ହେଲା, ହୋଇପାରେ ଭାଇରସ୍‌ କବଳରେ ଆସିବା ପରେ କୌଣସି ମଣିଷର ଏମିତି ଅବସ୍ଥା ହୋଇ ଯାଇଥିବ। ତେବେ ଅନୁସନ୍ଧାନ ପରେ ହିଁ ଜଣାପଡିବ ପୁରୁଣା ମମି ପଛର ସତ୍ୟତା କ’ଣ ରହିଛି।