ବର୍ଷକୁ ହାରାହାରି ୩.୫ ମିଲିମିଟର ବଢୁଛି ସମୁଦ୍ରର ଜଳସ୍ତର, ଡୁବିଯିବ ବିଶ୍ୱର ବଡ଼ ବଡ଼ ସହର

ବଢୁଛି ସମୁଦ୍ରର ଜଳସ୍ତର । ସମୁଦ୍ର ଭିତରେ ଡୁବିଯିବ ଅନେକ ଦ୍ୱିପ । ମହାସାଗରରେ ଳୀନ ହୋଇଯିବ ସମୁଦ୍ରକୂଳିଆ ଅଞ୍ଚଳ । ଚୀନ ବି ଧିରେ ଧିରେ ସମୁଦ୍ରରେ ଡୁବିବାକୁ ଲାଗିଲାଣି । ଯେଉଁ ପ୍ରକ୍ରିୟା କ୍ଷୀପ୍ର ଗତିରେ ଚାଲିଥିବା ବୈଜ୍ଞାନିକ କହିଛନ୍ତି । ୨୦୨୨ରେ ଚୀନ ସମୁଦ୍ରର ଜଳସ୍ତର ରେକର୍ଡ ପାର କରିଥିଲା । ସମୁଦ୍ରର ଜଳସ୍ତର ପ୍ରତିବର୍ଷ ହାରାହାରି ୩.୫ ମିଲିମିଟର ବଢୁଥିବା ବୈଜ୍ଞାନିକ କହିଛନ୍ତି ।

କେନ୍ୟୁଜ୍‌(ବ୍ୟୁରୋ): ବୈଜ୍ଞାନିକଙ୍କ ଚେତାବନୀ । ବଢୁଛି ସମୁଦ୍ରର ଜଳସ୍ତର । ସମୁଦ୍ର ଭିତରେ ଡୁବିଯିବ ଅନେକ ଦ୍ୱିପ । ଏହାସହ ମହାସାଗରରେ ଳୀନ ହୋଇଯିବ ସମୁଦ୍ରକୂଳିଆ ଅଞ୍ଚଳ । ବିଭିନ୍ନ ଦେଶପାଇଁ ଆଣିପାରେ ବଡ଼ ବିପଦ । ଚୀନ ବି ଧିରେ ଧିରେ ସମୁଦ୍ରରେ ଡୁବିବାକୁ ଲାଗିଲାଣି । ଯେଉଁ ପ୍ରକ୍ରିୟା କ୍ଷୀପ୍ର ଗତିରେ ଚାଲିଥିବା ବୈଜ୍ଞାନିକ କହିଛନ୍ତି । ଗତବର୍ଷ ଅର୍ଥାତ ୨୦୨୨ରେ ଚୀନ ସମୁଦ୍ରର ଜଳସ୍ତର ରେକର୍ଡ ପାର କରିଥିଲା । ସମୁଦ୍ରର ଜଳସ୍ତର ପ୍ରତିବର୍ଷ ହାରାହାରି ୩.୫ ମିଲିମିଟର ବଢୁଥିବା ବୈଜ୍ଞାନିକ କହିଛନ୍ତି । ୧୯୮୦ରେ ପ୍ରଥମ ଥର ପାଇଁ ଜଳସ୍ତର ମାପିବା ଆରମ୍ଭ ହୋଇଥିଲା ।

ଚୀନ ପ୍ରାକୃତିକ ସମ୍ବଳ ମନ୍ତ୍ରଣାଳୟର ମେରାଇନ ଫୋରକାଷ୍ଟିଂ ଓ ମନିଟରିଂ ବିଭାଗର ପ୍ରମୁଖ ଓ୍ଵାଂଗ ହୁଆଙ୍କ କହିବା କଥା ଗତବର୍ଷ ସମୁଦ୍ରର ଜଳସ୍ତର ୧୯୯୩ରୁ ୨୦୧୧ର ଜଳସ୍ତରଠୁ ୯୪ ମିଲିମିଟର ଅଧିକ ରହିଥିଲା । ଏହା ବିଶ୍ୱର ରହିଥିବା ହାରଠୁ ବି ଅଧିକ କ୍ଷୀପ୍ରରେ ବଢୁଥିବା କହିଛନ୍ତି । ଏହାସହ ସେ କହିଥିଲେ ୨୦୧୨ରୁ ୨୦୨୨, ଗତ ୧୧ ବର୍ଷ ଭିତରେ ଚୀନ ଉପକୂଳ ସମୁଦ୍ରର ଜଳସ୍ତର ସବୁଠୁ ଅଧିକ ରହିଥିଲା । ଗତବର୍ଷ ସମୁଦ୍ରର ଜଳସ୍ତର ୯୪ ମିଲିମିଟର ଅଧିକ ରହିଥିବା ବେଳେ ୨୦୨୧ ତୁଳନାରେ ୧୦ ମିଲିମିଟର ଅଧିକ ରହିଥିଲା । ଗ୍ଲୋବାଳ ଓ୍ଵାର୍ମିଂ କାରଣରୁ ଚୀନ ସମୁଦ୍ରର ତାପମାତ୍ରା ବଢୁଛି । ଏଥିପାଇଁ ସମୁଦ୍ରର ଜଳସ୍ତରରେ ବୃଦ୍ଧି ଦେଖାଦେଉଥିବା କହିଛନ୍ତି ।

ଗତବର୍ଷ ମେ ମାସରେ ପ୍ରକାଶିତ ଏକ ରିପୋର୍ଟରେ ଚୀନ ସମୁଦ୍ରର ଜଳସ୍ତର ବୃଦ୍ଧିର କାରଣ ସମୁଦ୍ର ଜଳର ବଢୁଥିବା ତାପମାତ୍ରା, ଗ୍ଲେସିୟର ଓ ପୋଲାର ଅଞ୍ଚଳରେ ଥିବା ବରଫ ତରଳିବାକୁ ଦାୟୀ କରାଯାଇଛି । ଏହାସହ ଏହି ରିପୋର୍ଟରେ ଚେତାବନୀ ଦିଆ ଯାଇଥିଲା କି ସମୁଦ୍ର ଜଳସ୍ତର ବୃଦ୍ଧିର ଦୀର୍ଘକାଳୀନ ପ୍ରଭାବ ପଡ଼ିବାକୁ ଯାଉଛି । ଫଳରେ ଏହାଦ୍ୱାରା ଉପକୂଳ ଅଞ୍ଚଳ ଗଭୀର ଭାବେ ପ୍ରଭାବିତ ହେବାକୁ ଯାଉଛି । ଜୁଆରକୁ ଅଟକାଉଥିବା ବଣ ପାଣିରେ ବୁଡ଼ି ନଷ୍ଟ ହୋଇଯିବ । ଏହାସହ ନିକଟ ସହରରେ ବନ୍ୟା ସହ ଲୁଣା ଜୁଆର ଆସିବାର ସମ୍ଭାବନା ବଢିଯିବ ।

୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଚୀନର ୪୫ ପ୍ରତିଶତ ଲୋକ ଉପକୂଳରେ ରହୁଥିବା ବେଳେ ଦେଶର ଅଧାରୁ ଅଧିକ ଆର୍ଥିକ ଉତ୍ପାଦନ ଏହି ଅଞ୍ଚଳରେ ହୋଇଥାଏ । ଚୀନ ଉପକୂଳରେ ସଂଘାଇ ସହ ଅନେକ ବଡ଼ ସହର ବସିଛି । ସଂଘାଇ ଦେଶର ସବୁଠୁ ବିକଶିତ ଓ ଧନୀ ସହର । ଏଇ ନିକଟରେ NASA ଦ୍ୱାରା କରାଯାଇଥିବା ଆକଳନରେ ୩୦ବର୍ଷ ଭିତରେ ସମୁଦ୍ରର ଜଳସ୍ତର ୯ ସେଣ୍ଟିମିଟରରୁ ବି ଅଧିକ ବଢିଛି । ୧୯୯୩ ପରେ ସମୁଦ୍ରର ଜଳସ୍ତର ୯.୧ ସେଣ୍ଟିମିଟର ବୃଦ୍ଧି ହୋଇଛି । ଦୁଇ ବର୍ଷ ପୂର୍ବରୁ ଏଥିରେ ୦.୨୭ ସେଣ୍ଟିମିଟର ବୃଦ୍ଧି ହୋଇଥିଲା । NASA ପରି ଓ୍ଵାର୍ଲ୍ଡ ମେଟ୍ରୋଲୋଜିକାଲ ଅର୍ଗାନାଇଜେସନ ରିପୋର୍ଟରେ କୁହାଯାଇଛି ଏପରି ଭାବେ ଯଦି ସମୁଦ୍ରର ଜଳସ୍ତର ବଢିବାରେ ଲାଗିବ ଦୂନିଆର ବହୁ ବଡ଼ ବଡ଼ ସହର ଡୁବିଯିବ । ଏହି ସହର ଭିତରେ ମୁମ୍ବାଇ, ସଂଘାଇ, ଢାକା, ବେଂକକ, ଜକାର୍ତ୍ତା, ଲଣ୍ଡନ, ନ୍ୟୁୟର୍କ ଓ ଲର୍ସ ଆଞ୍ଜେଲସ ଭଳି ସହର ସାମିଲ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.