ଆପଣଙ୍କ ଉଚ୍ଚତା ଅନୁଯାୟୀ ଅଣ୍ଟା ସାଇଜ୍‌ ଏତିକି ଅଛି ତ? ଜାଣନ୍ତୁ କେତେ ରହିବା ଜରୁରୀ

ଉଚ୍ଚତା ଅନୁସାରେ ଯଦି କୌଣସି ମଣିଷର ଓଜନ ଠିକ୍ ଥାଏ ତେବେ ସେ ଆଟ୍ରାକଟିଭ ଦେଖାଯାନ୍ତି । ତାସହିତ ତାଙ୍କର ପର୍ସନାଲିଟୀ ବି ଭଲ ରହିଥାଏ ।

ଉଚ୍ଚତା ଅନୁସାରେ ଯଦି କୌଣସି ମଣିଷର ଓଜନ ଠିକ୍ ଥାଏ ତେବେ ସେ ଆଟ୍ରାକଟିଭ ଦେଖାଯାନ୍ତି । ତାସହିତ ତାଙ୍କର ପର୍ସନାଲିଟୀ ବି ଭଲ ରହିଥାଏ । କିନ୍ତୁ ଯଦି ମଣିଷର ଉଚ୍ଚତା ଅନୁସାରେ ଓଜନ ପରିମାଣ ଅଧିକ ହୋଇଯାଏ, ସେମାନଙ୍କ ପର୍ସନାଲିଟୀ ଲୋକଙ୍କ ପାଖେ କମ୍‌ ହୋଇଯାଏ ଏବଂ ସେମାନେ ରୋଗାକ୍ରାନ୍ତ ମଧ୍ୟ ହୋଇଯାଆନ୍ତି । ମଣିଷର ଓଜନ ବଢିବା ମାତ୍ରେ, ତାର ମଧ୍ୟଭାଗ ଶରୀର ଯଥା ପେଟ, ଅଣ୍ଟା, ଜଙ୍ଘ ଅଧିକ ଫୁଲିଯାଏ ।

ବ୍ରିଟିଶ ନ୍ୟୁଟ୍ରିଶନ ଫାଉଁଡେଶନର କନ୍ସଲଟେଣ୍ଟ ଡା. ମାଗରିଟ ଏଶବେଲଙ୍କ ମୁତାବକ, ବିଏମଆଇ ତୁଳନାରେ ଅଣ୍ଟାର ସାଇଜ ଏବଂ ଉଚ୍ଚତାର ସଠିକ ଅନୁପାତ ହୃଦୟ ଏବଂ ଡାଇବେଟିସ ବିଷୟରେ ପୂର୍ବରୁ ହିଁ ବତାଇପାରେ । ଯଦିଓ ବିଏମଆଇ ବା ବଡି ମାସ୍‌ ଇଣ୍ଡେକ୍ସକୁ ଶରୀରର ମୋଟାଅଂଶକୁ ମାପ କରିବା ପାଇଁ ବ୍ୟବହାର କରାଯାଇଥାଏ । ଯାହା ମଣିଷର ବୟସ, ଓଜନ ଏବଂ ଉଚ୍ଚତାରୁ ସ୍ଥିର କରାଯାଏ ।

ଡାକ୍ତର ମାଗରିଟଙ୍କ କହିବା ଅନୁସାରେ, ବିଏମଆଇ ଶରୀରରେ ଜମିଥିବା ମାଂସପେଶୀର ଅନୁପାତ କରି ନଥାଏ । ସେଥିପାଇଁ ନିଜ ଅଣ୍ଟାର ସାଇଜ ନିଜ ଉଚ୍ଚତାର ଅଧାରୁ କମ ରଖନ୍ତୁ । ଏହାଦ୍ୱାରା ସେହି ମଣିଷ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିରହିବ । ତେବେ ଆସନ୍ତୁ ଜାଣିବା ଉଚ୍ଚତା ମୁତାବକ ଅଣ୍ଟା ସାଇଜ କେତେ ରହିବା ଆବଶ୍ୟକ ।

ଉଚ୍ଚତା: ୪ ଫୁଟ ୮ ଇଞ୍ଚ (୧୪୨ ସେ.ମି)
ଅଣ୍ଟା ସାଇଜ- ପାଖାପାଖି ୨୭.୯ ଇଞ୍ଚ ଅର୍ଥାତ ୭୧ ସେମିରୁ କମ୍‌

ଉଚ୍ଚତା: ୪ ଫୁଟ ୧୦ ଇଞ୍ଚ (୧୪୭ ସେମି)
ଅଣ୍ଟା ସାଇଜ- ୨୮.୭ ଇଞ୍ଚ ଅର୍ଥାତ ୭୩ ସେମିରୁ କମ୍‌

ଉଚ୍ଚତା: ୫ଫୁଟ (୧୫୨ ସେମି)
ଅଣ୍ଟା ସାଇଜ- ୨୯.୯ ଇଞ୍ଚ ଅର୍ଥାତ ୭୬

ଉଚ୍ଚତା: ୫ଫୁଟ ୨ ଇଞ୍ଚ (୧୫୭ ସେମି)
ଅଣ୍ଟା ସାଇଜ- ୩୦.୭ ଇଞ୍ଚ ଅର୍ଥାତ ୭୮ ସେମିରୁ କମ୍‌

ଉଚ୍ଚତା: ୫ଫୁଟ ୪ ଇଞ୍ଚ (୧୬୨ ସେମି)
ଅଣ୍ଟା ସାଇଜ- ୩୧.୮୮ ଇଞ୍ଚ ବା ୮୧ ସେମିରୁ କମ୍‌

ଉଚ୍ଚତା: ୫ ଫୁଟ ୬ ଇଞ୍ଚ (୧୬୭ ସେମି)
ଅଣ୍ଟା ସାଇଜ- ୩୨.୬୭ ଇଞ୍ଚ ବା ୮୩ ସେମିରୁ କମ୍

ଉଚ୍ଚତା: ୫ଫୁଟ ୮ ଇଞ୍ଚ (୧୭୨ ସେମି)
ଅଣ୍ଟା ସାଇଜ- ୩୩.୮୫ ଇଞ୍ଚ ବା ୮୬ ସେମିରୁ କମ୍‌

ଉଚ୍ଚତା: ୫ଫୁଟ ୧୦ ଇଞ୍ଚ (୧୭୭ ସେମି)
ଅଣ୍ଟା ସାଇଜ- ୩୪.୬୪ ଇଞ୍ଚ ବା ୮୮ ସେମିରୁ କମ୍‌

ଉଚ୍ଚତା: ୬ଫୁଟ/୧୮୨ ସେମି
ଅଣ୍ଟା ସାଇଜ- ୩୫.୮୨ ଇଞ୍ଚ ବା ୯୧ ସେମିରୁ କମ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.