ବୃଷ ସମେତ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୨ ହେବ ସବୁଠୁ ଶୁଭ ବର୍ଷ, ମନ ପସନ୍ଦର ଚାକିରି ସହ ମିଳିବ ଖୁବ୍‌ ପଇସା

କରୋନା ମହାମାରୀ ଯୋଗୁ ଦୀର୍ଘ ୨ ବର୍ଷ ହେଲାଣି ଲୋକମାନେ ଚାକିରି ବାକିରି ନ ପାଇ ଘରେ ବେକାର ବସିଛନ୍ତି। ଏଣୁ ନୂଆବର୍ଷ ୨୦୨୨କୁ ନେଇ ସେମାନଙ୍କ ମନରେ ଢେର ସାରା ଆଶା ରହିଛି। ନୂଆବର୍ଷରେ ସବୁ କିଛି ଠିକ୍‌ ହୋଇଯିବ ଓ ସେମାନଙ୍କୁ ଚାକିରି ମିଳିବ ବୋଲିି ଲୋକେ ଆଶା ବାନ୍ଧି ବସିଛନ୍ତି। ସେହିପରି ଆଉ କିଛି ଲୋକ ଚାକିରି ବଦଳାଇବାକୁ ମଧ୍ୟ ଯୋଜନା କରୁଛନ୍ତି। ଆଉ କିଛି ପଦୋନ୍ନତି ପାଇଁ ମଧ୍ୟ ଅପେକ୍ଷା କରିଛନ୍ତି।

ମୋଟ୍‌ ଉପରେ କହିବାକୁ ଗଲେ ୨୦୨୨କୁ ନେଇ କ୍ୟାରିୟର ମାମଲାରେ ଅନେକ ଲୋକଙ୍କର ଅନେକ ଆଶା ରହିଛି। ତେବେ ଆସନ୍ତାବର୍ଷ ୪ଟି ରାଶିର ଲୋକଙ୍କୁ ଅନେକ କିଛି ମିଳିବାକୁ ଯାଉଛି। ଏମାନଙ୍କ ଭାଗ୍ୟ ଆକାଶରେ ସୂର୍ଯ୍ୟ ଉଦୟ ହେବ ବୋଲି ଜ୍ୟୋତିଷମାନେ ସ୍ପଷ୍ଟ କରିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶିର ଲୋକଙ୍କ ପାଇଁ ବର୍ଷ ୨୦୨୨ ଶୁଭ ହେବ ଓ କ୍ୟାରିୟର ଚମକାଇବାରେ ସାହାଯ୍ୟ କରିବ…

ବୃଷ:

ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ବର୍ଷ ୨୦୨୨ ଏକ ଆଶୀର୍ବାଦ ହେବ। ଏମାନଙ୍କୁ ଆସନ୍ତାବର୍ଷ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ସଫଳତା ମିଳିବ। ଫଳରେ ଏମାନଙ୍କ ଭାଗ୍ୟ ଖୋଲିଯିବ। ଏମାନଙ୍କୁ ଇଣ୍ଟରଭ୍ୟୁ ଓ କମ୍ପିଟେଟିଭ୍‌ ପରୀକ୍ଷାରେ ସଫଳତା ମିଳିବ। ବେରୋଜଗାରଙ୍କୁ ଚାକିରି ମିଳିବ। ମୋଟ୍‌ ଉପରେ କହିଲେ ଏମାନଙ୍କ କ୍ୟାରିୟର ପାଇଁ ବର୍ଷଟି ଖୁବ୍‌ ଭଲ।

କର୍କଟ:

କର୍କଟ ରାଶିଙ୍କ ବ୍ୟକ୍ତିଙ୍କ ପାଇଁ ବର୍ଷ ୨୦୨୨ ପ୍ରଥମେ ତ ଏତେ ଟା ଭଲ ରହିବ ନାହିଁ। କିନ୍ତୁ ସମୟ ସହ ସ୍ଥିତି ସୁଧୁରିବ। ସରକାରୀ ଚାକିରି ପାଇଁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ସ୍ୱପ୍ନ ଏହି ବର୍ଷ ପୂରଣ ହେବ। କାରବାରରେ ଉନ୍ନତି ଆସିବ ଓ ଆୟ ବଢ଼ିବ।

ଧନୁ:

ଧନୁ ରାଶିର ବ୍ୟକ୍ତି ୨୦୨୨ରେ ଚାକିରି ଓ କ୍ୟାରିୟରରେ ଖୁବ୍‌ ଉନ୍ନତି କରିବେ। ଦୀର୍ଘ ଦିନ ହେବ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଚଳିତ ବର୍ଷ ଚାକିରି ମିଳିବ। ଉଚ୍ଚ ପଦରେ ଅବସ୍ଥାପିତ ହେବେ। ବେପାର ଆରମ୍ଭ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଏ ବର୍ଷ ଅଧିକ ସଫଳତା ମିଳିବ। ଖାସ୍‌ କରି ବର୍ଷର ଶେଷ ତିନି ମାସ ଏମାନଙ୍କ ପାଇଁ ଅଧିକ ଶୁଭ ରହିବ। ଗୁରୁତ୍ୱପୂର୍ଣ୍ଣ ଯାତ୍ରା କରିପାରନ୍ତି।

କୁମ୍ଭ:

କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ୨୦୨୨ ଖୁବ୍‌ ବଢ଼ିଆ ରହିବ। ଏମାନଙ୍କୁ ନିଜ ମନ ପସନ୍ଦର ଚାକିରି ମିଳିବ। ଏମାନଙ୍କୁୁ ଉଭୟ ପଦ ଓ ପଇସା ମିଳିବ। ବେପାରରେ ଲାଭ ମିଳିବ। ବିଜନେସ୍‌ ଆଗକୁ ବଢ଼ିବ। କ୍ୟାରିୟର ମାମଲାରେ ଏହି ବର୍ଷ ବେଶ୍‌ ଭଲ ସାବ୍ୟସ୍ତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.