ଏହି ୮ଟି ଖରାପ ଅଭ୍ୟାସ ପାଇଁ ଆୟୁଷ ପୂରିବା ପୂର୍ବରୁ ହୋଇଥାଏ ମୃତ୍ୟୁ

ସବୁ ବ୍ୟକ୍ତିଙ୍କୁ ଜାଣିବାକୁ ବହୁତ ଇଚ୍ଛା ଥାଏ ଯେ ତାଙ୍କର ମୃତ୍ୟୁ କେବେ ହେବ। ତାହା ଜାଣିପାରିଲେ ହୁଏତ ବ୍ୟକ୍ତି ବ୍ୟକ୍ତି ତାର ବାକି ଜୀବନ ଭଲରେ କାଟି ପାରିବ। ସେ ଯାହା ଚାହୁଛିଁ ତାହା ସବୁକୁ ମରିବା ପୂର୍ବରୁ ଉପଭୋଗ କରିପାରିବ। ଏଥିପାଇଁ ସମସ୍ତଙ୍କର ଏହା ଜାଣିବା ପାଇଁ ବହୁତ ଆଗ୍ରହ ରହିଥାଏ ଯେ ସେମାନେ କେବେ ମୃତ୍ୟୁବରଣ କରିବେ।

ହିନ୍ଦୁ ଧର୍ମରେ ଏମିତି ଅନେକ ବର୍ଣ୍ଣନା ରହିଛି ଯାହାକୁ ନିକଟ ଭବିଷ୍ୟରେ ହେବାକୁ ଥିବା ଘଟଣା ବିଷୟରେ ବ୍ୟକ୍ତ କରିହେବ। ମହାଭାରତ ପରେ ଯମରାଜ ଏବଂ ଯୁଧିଷ୍ଠିରଙ୍କ ମଧ୍ୟରେ ହୋଇଥିବା ଖବରରେ ଯମରାଜ କିଛି କାରଣ ଜଣାଇଥିଲେ ଯେଉଁଥିରେ ରହିଥିଲା କେଉଁ ବ୍ୟକ୍ତିଙ୍କର ମୃତ୍ୟୁ ଶୀଘ୍ର ହେବ ଜାହା ଜାଣିହେବ। ତେବେ ଆସନ୍ତୁ ଜାଣିବା ଗରୁଡ ପୁରାଣ ଅନୁଯାୟୀ ଏହି ମହତ୍ତ୍ୱପୂର୍ଣ୍ଣ କାରଣ ଯେଉଁଥିରୁ ଜାଣିହେବ ଆପଣଙ୍କର କେବେ ମୃତ୍ୟୁ ହେବ।

deathସୂର୍ଯ୍ୟଙ୍କୁ ଦେଖିବା

ଯଦି କୌଣସି ବ୍ୟକ୍ତି ପ୍ରତିଦିନ ସୂର୍ଯ୍ୟାସ୍ତ, ସୂର୍ୟୋଦୟ ଏବଂ ଗ୍ରହଣ ସମୟରେ ସୂର୍ଯ୍ୟ ଦେବତାଙ୍କୁ ଦେଖନ୍ତି ତେବେ ଏମିତି କରୁଥିବା ବ୍ୟକ୍ତିଙ୍କର ଆୟୁଷ ଧିରେ ଧିରେ କମ୍ ହେବାକୁ ଲାଗିଥାଏ।

ନାସ୍ତିକ ହେବା

ଭଗବାନଙ୍କ ଉପରେ ବିଶ୍ୱାସ ରଖୁନଥିବା ମନୁଷ୍ୟ ଯିଏ କି ଭଗବାନଙ୍କ ଅସ୍ତିତ୍ୱକୁ ନେଇ ବିଶ୍ୱାସ ରଖୁନଥିବେ ସେମାନଙ୍କର ଆୟୁଷ କ୍ଷୀଣ ହୋଇଥାଏ।

wpmen

ଗୁରୁଜନଙ୍କୁ ଆଦର କରୁନଥିବା ବ୍ୟକ୍ତି

ଯଦି କୌଣସି ବ୍ୟକ୍ତି ନିଜ ବୃଦ୍ଧ ବାପା ମା’ଙ୍କୁ ସମ୍ମାନ କରୁନଥିବେ ଅନାଦାର କରୁଥିବେ କିମ୍ବା ତାଙ୍କ ସହିତ ଖରାପ ଆଚରଣ ପ୍ରର୍ଦଶନ କରୁଥିବେ, ଏମିତି ମଣିଷଙ୍କୁ ମୃତ୍ୟୁ ଜଲଦି ଆସିଥାଏ।

ଏହାସହ ପଢନ୍ତୁ : ଆପଣ ପୂର୍ବ ଜନ୍ମରେ କଣ ଥିଲେ ଜାଣିବାକୁ ଚାହୁଁଛନ୍ତି କି? ତେବେ ପଢ଼ନ୍ତୁ ଏହାକୁ

କୁକର୍ମ କରୁଥିବା ବ୍ୟକ୍ତି

ଲୋକଙ୍କ ସହିତ ଅତ୍ୟାଚାର କରୁଥିବା ମଣିଷ ମଧ୍ୟ ଧୀରେ ଧୀରେ ନିଜ ବୟସକୁ ହରାଇ ବସନ୍ତି।

death-ଗରୁଡ ପୁରାଣ ଅନୁଯାୟୀ ଏମିତି ଅନେକ କିଛି ବିଶେଷ ତିଥି ଅଛି ଯେଉଁଥିରେ ଶାରୀରିକ ସମ୍ବନ୍ଧ ରଖିବା ବର୍ଜିତ ବୋଲି କୁହାଯାଇଛି। ଏହି ତିଥି ହେଉଛି କୃଷ୍ଣ ଏବଂ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ, ପ୍ରତ୍ୟେକ ମାସର ଅଷ୍ଠମି ଏବଂ ଶୁକ୍ଳ ପକ୍ଷର ପ୍ରଥମ ତାରିଖ ତିଥି ଏବଂ ଏହା ସହିତ ପୂର୍ଣ୍ଣମୀ, ଅମାବାସ୍ୟା ଆଦି ରହିଛି।

-ଭଙ୍ଗା ଦର୍ପଣରେ ମୁହଁ ଦେଖିବାରେ ମଧ୍ୟ ମୁନଷ୍ୟର ଆୟୁଷ କମିଥାଏ। ଦିବ୍ୟାଙ୍ଗ ଏବଂ ବେସାହାରା ଲୋକଙ୍କୁ ଥଟ୍ଟା କରିବା କିମ୍ବା ତାଙ୍କୁ ହଇରାଣ ଆଦି କରିବାରେ ମଧ୍ୟ ବ୍ୟକ୍ତିଙ୍କର ଆୟୁଷ କମିଥାଏ। ସେହିପରି ଭୁଲ ଦିଗ ଆଡକୁ ମୁହଁ କରି ଶୋଇବାରେ ମଧ୍ୟ ଆୟୁଷ କମ୍ ହୋଇଥାଏ। ଶୋଇବା ସମୟରେ ମୁଣ୍ଡକୁ ଦକ୍ଷୀଣ କିମ୍ବା ପୂର୍ବ ଦିଗକୁ ରହିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.