ଏ ହେଉଛନ୍ତି ଦୁନିଆର ସବୁଠୁ ଧନୀ ଅପରାଧୀ, ଯିଏ ଶୀତ ଲାଗିଲେ ବିଡ଼ା ବିଡ଼ ଟଙ୍କା ଜଳାଇ ନିଆଁ ପୁଅଁନ୍ତି !

ଆପଣ ଅନେକ ଅପରାଧୀଙ୍କ ବିଷୟରେ ଶୁଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅପରାଧୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କୁ ଦୁନିଆର ସବୁଠାରୁ ଧନୀ ଅପରାଧୀ କୁହାଯାଇଥାଏ। ଏହି ଅପରାଧୀଙ୍କ ନାଁ ଥିଲା ‘ପାବଲୋ ଏସ୍କୋବାର’। ଏସ୍କୋବାରଙ୍କୁ ‘କିଙ୍ଗ ଅଫ କୋକିନ’ ମଧ୍ୟ କୁହାଯାଉଥିଲା। ସେ ଦାବି କରୁଥିଲେ କି, କଲମ୍ବିଆର ସବୁ ନେତା ତାଙ୍କ ହାତ ମୁଠାରେ ରହୁଥିଲେ। ଅର୍ଥାତ ସେମାନଙ୍କୁ ସେ ପଇସାରେ କିଣି ନେଇଥିଲେ।

3

କହି ରଖୁଛୁ, 1989 ମସିହାରେ ପ୍ରତିଷ୍ଠିତ ଫୋବର୍ସ ପତ୍ରିକା ପାବଲୋ ଏସ୍କୋବାରଙ୍କୁ ଦୁନିଆର ସପ୍ତମ ସବୁଠାରୁ ଧନୀ ବ୍ୟକ୍ତି ଘୋଷିତ କରିଥିଲା। ତାଙ୍କ ସମ୍ପତ୍ତିର ଆନୁମାନିକ ମୂଲ୍ୟ ଥିଲା 25 ବିଲିୟନ ଆମେରିକୀୟ ଡଲାର ଅର୍ଥାତ ଆଜିର ହିସାବରେ ପାଖାପାଖି 1875 ବିଲିୟନ ଟଙ୍କା। ଏସ୍କୋବାରଙ୍କ ପାଖରେ ଅସଂଖ୍ୟ ଗାଡ଼ି ଏବଂ ଶହେରୁ ଊର୍ଦ୍ଧ୍ଵ ଘର ଥିଲା।

ବର୍ଷ 1986ରେ ସେ କଲମ୍ବିଆର ରାଜନୀତିରେ ପ୍ରବେଶ କରିବାକୁ ପ୍ରୟାସ କରିଥିଲେ। ଏଥିପାଇଁ ସେ ଦେଶର 10 ବିଲିୟନ ଡଲାର ଅର୍ଥାତ ପାଖାପାଖି 750 ବିଲିୟନ ଟଙ୍କାର ରାଷ୍ଟ୍ରୀୟ ଋଣକୁ ଶୁଝି ଦେବାକୁ ଅପସନ ରଖିଥିଲେ। ଏହାଛଡ଼ା ତାଙ୍କର ଆଉ ଏକ ଖାସ କଥା ହେଉଛି, ଥରେ ସେ କେଉଁଆଡ଼େ ଯାତ୍ରା କରୁଥିଲେ। ରାସ୍ତାରେ ତାଙ୍କୁ ଜୋରରେ ଥଣ୍ଡା ଲାଗିଥିଲା। ଗରମ ପାଇବା ପାଇଁ ଏସ୍କୋବାର 2 ମିଲିୟନ ଡଲାର ଅର୍ଥାତ ପାଖାପାଖି 15 କୋଟି ନଗଦ ଟଙ୍କାକୁ ଜଳାଇ ଦେଇଥିଲେ।

2

ପାବଲୋ ଏସ୍କୋବାରଙ୍କୁ କୋକିନର ସବୁଠାରୁ ଚାଲବାଜ ସୌଦାଗର ଛଡ଼ା ବିଶ୍ୱ ଇତିହାସରେ ସବୁଠାରୁ ସଫଳତମ ଅପରାଧୀ କୁହାଯାଇଥାଏ। ଏପରିକି, ଆମେରିକା ସରକାର ମଧ୍ୟ ତାଙ୍କୁ ନେଇ ଚିନ୍ତିତ ହୋଇଯାଇଥିଲେ। କାରଣ, ସେ ପୂରା ଆମେରିକାରେ କୋକିନର କାରବାର ବିଛେଇ ରଖିଥିଲେ। 2 ଡିସେମ୍ବର 1993ରେ ଗୁଳି ବାଜି ପାବଲୋଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ତାଙ୍କୁ ନେଇ ବି ଅନେକ ବିବାଦ ରହିଥିଲା।

Leave A Reply

Your email address will not be published.