ଜାଣନ୍ତୁ ମାଆ ଲକ୍ଷ୍ମୀଙ୍କ ଅପହରଣ ପଛରେ ଥିବା ପୌରାଣିକ କାହାଣୀ, ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । କିଛି ଲୋକ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ମଧ୍ୟ ରଖନ୍ତି । ଆଉ ଯେଉଁମାନେ ବ୍ରତ ରଖି ନପାରନ୍ତି ସେମାନେ ଯଦି ମା’ଙ୍କ କଥା ପଢ଼ନ୍ତି ବା ଶୁଣନ୍ତି ତେବେ ମା’ଙ୍କ କୃପା ସେମାନଙ୍କ ଉପରେ ନିଶ୍ଚିନ୍ତ ପଡିଥାଏ । ଆଜି ମା’ଙ୍କ ବିଷୟରେ ଏକ ଅଜଣା ଓ ଅଶୁଣା କଥା ଜାଣନ୍ତୁ। ଅନେକ ହୁଏତ ଜାଣି ନଥିବେ ମା’ସୀତାଙ୍କ ପରି ମା’ ଲକ୍ଷ୍ମୀଙ୍କର ବି ଅପହରଣ ହୋଇଥିଲା ।

ଏକଦା ଦେବତା ଓ ଅସୁରଙ୍କ ମଧ୍ୟରେ ହୋଇଥିବା ଘମାଘୋଟ ଯୁଦ୍ଧରେ ଦେବ ଗଣ ପରାଜିତ ହେବା ପରେ ଦେବଗୁରୁ ବୃହସ୍ପତିଙ୍କ ନିକଟରେ ଯାଇ ପହଞ୍ଚିଲେ । ଏହି ସମୟରେ ଦେବରାଜ ଇନ୍ଦ୍ର କହିଲେ କେବଳ ଅସୁରଙ୍କ କାରଣରୁ ଆମେ ଆତ୍ମହତ୍ୟା କରିବାକୁ ଯାଉଛୁ । ଏହା ଶୁଣିବା ପରେ ଦେବଗୁରୁ ସମସ୍ତ ଦେବ ଗଣଙ୍କୁ ଦତ୍ତାତ୍ରେୟଙ୍କ ନିକଟକୁ ନେଇ ଯାଇଥିଲେ । ଦତ୍ତାତ୍ରେୟ ସମସ୍ତଙ୍କୁ ବୁଝାଇବା ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ ।

ଦ୍ଵିତୀୟ ଥର ଯୁଦ୍ଧରେ ବି ଦେବଗଣଙ୍କୁ ପରାଜିତ ହେବାକୁ ପଡିଥିଲା । ପୂର୍ବ ଥର ପରି ଏଥର ମଧ୍ୟ ଦେବ ଗଣ ଭଗବାନ ବିଷ୍ଣୁ ଦତ୍ତାତ୍ରେୟଙ୍କ ନିକଟର୍ରେ ଯାଇ ପହଁଚିଲେ । ଏହି ସମୟରେ ନାରାୟଣ ସମାଧିସ୍ଥ ଥିବା ବେଳେ ତାଙ୍କ ନିକଟରେ ମା’ ଲକ୍ଷ୍ମୀ ବସିଥିଲେ | ଠିକ ଏହି ସମୟରେ ସେଠାରେ ଅସୁର ଗଣ ଆସି ପହଁଚିଲେ । ମା’ଙ୍କ ଅପରୂପ ସୌନ୍ଦର୍ଯ୍ୟରେ ଅସୁର ଗଣ ବିମୋହିତ ହୋଇଯାଇଥିଲେ | ମୌକା ମିଳିବା ମାତ୍ରେ ଦୁଷ୍ଟ ଅସୁର ଗଣ ମା’ ଲକ୍ଷ୍ମୀଙ୍କୁ ଅପହରଣ କରି ନେଇଥିଲେ ।

ଦତ୍ତାତ୍ରେୟଙ୍କ ସମାଧିସ୍ଥ ଭଙ୍ଗ ହେବା ପରେ ଦେବ ଗଣ ତାଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କଲେ । ସବୁ ଶୁଣିବା ପରେ ଅନ୍ତର୍ଯ୍ୟାମୀ ବିଷ୍ଣୁ କହିଥିଲେକି ଏବେ ଅସୁରଙ୍କ ବିନାଶ କାଳ ଆସିଗଲା । ଏହା ପରେ ଦେବଗଣ ଓ ଅସୁରଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ଅସୁର ଗଣ ପରାଜିତ ହୋଇଥିଲେ । କିନ୍ତୁ ବିଜୟ ହେବା ଦେବ ଗଣ ନାରାୟଣଙ୍କ ପହଂଚନ୍ତେ ତ ସେଠାରେ ମା’ଲକ୍ଷ୍ମୀ ପୂର୍ବରୁ ହିଁ ଉପସ୍ଥିତ ଥିଲେ । ଆଉ ଏହି ସମୟରେ ଅନ୍ତର୍ଯ୍ୟାମୀ ନାରାୟଣ କହିଥିଲେ ଲକ୍ଷ୍ମୀ ସେହିଠାରେ ହିଁ ରୁହନ୍ତି ଯେଉଁଠି ପ୍ରେମ ଓ ଶାନ୍ତି ବାସ କରେ ।

ଠିକ ସେହିପରି ଅନ୍ୟ ଏକ ଘଟଣାରେ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଶିଷ୍ୟ ଶ୍ରୀଦମାଙ୍କ ପ୍ରାଦୁର୍ଭାବରେ ସମସ୍ତ ଦେବା ଦେବୀ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ । ଫଳରେ ସମସ୍ତ ଦେବଗଣ ପରମ ପିତା ବ୍ରହ୍ମାଙ୍କ ସହ ବିଷ୍ଣଙ୍କ ନିକଟକୁ ଯାଇ ତ୍ରାହି ତ୍ରାହି ଚିତ୍କାର କଲେ । ଶ୍ରୀ ବିଷ୍ଣୁ ଦେବଗଣଙ୍କୁ ଆଶ୍ୱାସନା ଦେବା ସହ ଶ୍ରୀ ଦାମାଙ୍କ ସହ ଯୁଦ୍ଧ ଘୋଷଣା କଲେ । ଦୁହିଁଙ୍କ ଭିତରେ ଘମାଘୋଟ ଯୁଦ୍ଧ ହୋଇଥିଲା | କିନ୍ତୁ ଶୁକ୍ରାଚାର୍ଯ୍ୟଙ୍କ ଦ୍ୱାରା ବରଦାନ ପ୍ରାପ୍ତ ହୋଇଥିବାରୁ ଶ୍ରୀଦାମା ଉପରେ ବିଷ୍ଣୁଙ୍କ ଦିବ୍ୟାସ୍ତ୍ରର କୌଣସି ପ୍ରଭାବ ପଡିନଥିଲା । ଏହା ପରେ ମା’ ଲକ୍ଷ୍ମୀଙ୍କୁ ଅପହରଣ କରିନେଇଥିଲା ଦୁଷ୍ଟ ଶ୍ରୀଦାମା । ପରେ ମହାଦେବଙ୍କୁ ଉପାସନା କରି ଶ୍ରୀ ବିଷ୍ଣୁ ମା’ ଲକ୍ଷ୍ମୀଙ୍କୁ ମୁକ୍ତ କରି ଆଣିଥିଲେ ।

You might also like