ହିନ୍ଦୀ ନୁହେଁ ପ୍ରଥମ ମାତୃଭାଷା, ଜାଣନ୍ତୁ ଭାଷା ଆଧାରରେ ଆମେ କେମିତି ହେଲେ ବିଭାଜିତ !

୨୧ ଫେବୃଆରୀ ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ମାତୃଭାଷାର ଦିନ। ବିଶ୍ବରେ ଭାଷା, ସାଂସ୍କୃତିକ ବିବିଧତା, ବହୁଭାଷାର ବୃଦ୍ଧି ଏବଂ ବିଭିନ୍ନ ମାତୃଭାଷା ପ୍ରତି ଜାଗ୍ରତ ହେବା ଉଦେଶ୍ୟରେ ପ୍ରତ୍ୟେକ ବର୍ଷ ୨୧ ଫେବୃଆରୀକୁ ଅନ୍ତରାଷ୍ଟ୍ରୀୟ ମାତୃଦିବସ ରୂପେ ପାଳନ କରାଯାଏ।

ଏହି ଦିବସକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁନିଆରେ ଭାଷା,ସାଂସ୍କୃତିକ ବିବିଧତା ଏବଂ ବହୁଭାଷାର ପ୍ରସାର କରିବା। ମଣିଷ ଜୀବନରେ ଭାଷାର ମୂଲ୍ୟବାନ ଭୂମିକା ରହିଛି। ଭାଷା ମାଧ୍ୟମରେ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଖବର ସ୍ଥାପିତ ହୋଇଥାଏ।

ସଂଯୁକ୍ତ ରାଷ୍ଟ୍ର ଅନୁସାରେ, ବିଶ୍ବରେ ପାଖାପାଖି ୬୯୦୦ ମୂଳ ଭାଷା କୁହାଯାଇଥାଏ। ଏଥିରୁ ୯୦ପ୍ରତିଶତ ଭାଷା କହିବାର ଲୋକମାନଙ୍କର ସଂଖ୍ୟା ୧ଲକ୍ଷରୁ କମ। ଦୁନିଆରେ ମୂଳ ଜନସଂଖ୍ୟା ମଧ୍ୟରେ ପାଖାପାଖି ୬୦ପ୍ରତିଶତ ଲୋକ ପ୍ରମୁଖ ୩୦ଟି ଭାଷା କହିଥାନ୍ତି। ଯାହା ମଧ୍ୟରେ ସର୍ବାଧିକ କୁହାଯାଉଥିବା ଭାଷା ଜାପାନୀ, ଇଂରାଜୀ,ଋଷ,ବଙ୍ଗଳା, ପର୍ତ୍ତୁଗାଲ, ଆରବୀ, ପଞ୍ଜାବୀ, ମଂଦାରିନ, ହିନ୍ଦୀ ଏବଂ ସ୍ପାନିଶ।

୨୦୦୦ ମସିହାର ଏହି ଦିନକୁ ୟୁନାଇଟେଡ଼ ନେଶନ ଅନ୍ତରାଷ୍ଟ୍ରୀୟ ମାତୃଭାଷା ଦିବସ ରୂପେ ଘୋଷଣା କରିଥିଲା। ୨୧ଫେବୃଆରୀ ୧୯୫୨ରେ ଢାକା ୟୁନିଭରସିଟିର ବିଦ୍ୟାର୍ଥୀମାନେ ଏବଂ ସାମାଜିକ କର୍ମଚାରୀମାନେ ତତ୍କାଳୀନ ପାକିସ୍ତାନ ସରକାରଙ୍କର ଭାଷା ନିତିର କଡ଼ା ବିରୋଧ କରି ନିଜ ମାତୃଭାଷାର ଅସ୍ଥିତ୍ବ ରଖିବା ପାଇଁ ବିରୋଧ ପ୍ରଦର୍ଶନ କରିଥିଲେ। ଏଥିରେ ପାକିସ୍ତାନ ପୋଲିସ ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳି ବର୍ଷା କରିଥିଲେ କିନ୍ତୁ ବାରମ୍ବାର ବିରୋଧ କରିବା ପରେ ସରକାରଙ୍କୁ ବଙ୍ଗଳା ଭାଷାକୁ ଅଧିକାର ଦେବାକୁ ପଡ଼ିଥିଲା।

language dayଭାଷା ଆନ୍ଦୋଳନରେ ସହିଦ୍ ହୋଇଥିବା ଯୁବକମାନଙ୍କ ସ୍ମ୍ରୁତିରେ ୟୁନେସ୍କୋ ପ୍ରଥମ ଥର ୧୯୯୯ରେ ୨୧ ଫେବୃଆରୀକୁ ମାତୃଭାଷା ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲା। ଏକ ରିପୋର୍ଟ ଅନୁସାରେ, ଭାରତରେ ୧୩୬୫ଟି ମାତୃଭାଷା ରହିଛି, ଯାହାର କ୍ଷେତ୍ରୀୟ ଆଧାର ଅଲଗା-ଅଲଗା ରହିଛି। ଅନ୍ୟ ମାତୃଭାଷା ଲୋକଙ୍କ ମଧ୍ୟରେ ହିନ୍ଦୀ ଦ୍ବିତୀୟ ଭାଷା ରୂପେ ଲୋକପ୍ରିୟ ହୋଇପାରିଛି। ଦେଶରେ ୪୩ କୋଟି ଲୋକ ହିନ୍ଦୀ କହିଥାନ୍ତି, ଏଥିରେ ୧୨ ପ୍ରତିଶତ ଲୋକ ଦ୍ବିଭାଷୀ ଅଛନ୍ତି।

ଏହି ଅବସରରେ ଜଣେ ଅଧ୍ୟାପକ ଲେଖିଛନ୍ତି :

ମାତୃଭାଷା ଖାଲି ଭାଷା ଏକ ନୁହେଁ
ମାତୃଭାଷା ପ୍ରାଣଶକ୍ତି, ଚିରଉନ୍ନତ ଚେତନାର ଉତ୍ସ
ତା‘ ବିନା ଜୀବନ ଦୁର୍ବଳ

ଭାବନା-ମାନବିୟତାରୁ ବିଜ୍ଞାନ-ମାନସିକତା ଯାଏ
ବିସ୍ତୃତ ବିବିଧ ବୌଦ୍ଧିକ ବିବର୍ତ୍ତନର ଆତ୍ମା ମାତୃଭାଷା
ମାତୃଭାଷା ଆସକ୍ତି-ରହିତ
ପ୍ରକୃତିର ପ୍ରାକୃତିକ ଅନୁଭବ ସମୃଦ୍ଧ ଏହାର ନମନୀୟତା,
ବୌଦ୍ଧିକତା ଓ ଆଧ୍ୟାତ୍ମିକତାର ମହାକର୍ଷଣ

ମାତୃଭାଷା ହିଁ ସୃଷ୍ଟି କରେ ପ୍ରଥମ ଓ ପ୍ରକୃତ ଚରିତ୍ର
ସକଳ ମାନସିକ ବୈଚିତ୍ର‌୍ୟର ଆଧାର
ବ୍ୟକ୍ତି- ସଂସ୍କୃତିର ଉତଥାନ

ମାତୃଭାଷା ଏକ ପରମ ସାଧନ,
ଯୋଗ, ସଂଯୋଗ, ସ୍ବପ୍ନ ଓ ସଂସ୍କାରର ଅପୂର୍ବ ଆବାହନ
ଅନୁବାଦାତୀତ ମାତୃଭାଷାର ମହନୀୟତା
ଏକ ଜୀବ-ପ୍ରଗତି ଓ ଶ୍ରେଷ୍ଠତାର ସର୍ବଶ୍ରେଷ୍ଠ ମାଧ୍ୟମ।